ଜୋର ଧରିଲାଣି ରାଜ୍ୟସଭା ରାଜନୀତି: ନବୀନଙ୍କ ହାତରେ ୪ର୍ଥ ଆସନ ଚାବି, ବିଜେପି ଲୋଡ଼ିପାରେ ବିଜେଡିର ସମର୍ଥନ

ଫେବ୍ରୁଆରୀରେ ନବୀନଙ୍କୁ ଭେଟିବାକୁ ଭକ୍ତ ମାଗିଲେ ସମୟ

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତା ଏପ୍ରିଲରେ ଖାଲି ହେଉଥିବା ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏବେ ଠାରୁ ଜୋର ଧରିଲାଣି ରାଜନୀତି। ଦୁଇଟି ଆସନ ବିଜେପି ସପକ୍ଷରେ ଓ ଗୋଟିଏ ଆସନ ବିଜେଡିକୁ ଯିବା ପ୍ରାୟତଃ ନିଶ୍ଚିତ ଥିବାବେଳେ ଏବେ ସମସ୍ତଙ୍କ ଆଖି ୪ର୍ଥ ଆସନ ଉପରେ ରହିଛି। ଯଦିଓ ନିର୍ବାଚନ ପାଇଁ ଏଯାବତ୍‌ ବିଜ୍ଞପ୍ତି ପ୍ରକାଶ ପାଇନାହିଁ; ତଥାପି ବିିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ବୟାନବାଜି ପ୍ରତିଦିନ ନୂଆ ନୂଆ ସମୀକରଣ ସୃଷ୍ଟି କରୁଛି। ଏପରିସ୍ଥଳେ ପିସିସି ସଭାପତି ଭକ୍ତଚରଣ ଦାସ ଚତୁର୍ଥ ଆସନ ପାଇଁ ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ଜଣେ ବିଶିଷ୍ଟ ତଥା ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ଯଦି ପ୍ରାର୍ଥୀ କରାଯାଏ, ତାହେଲେ କଂଗ୍ରେସ ତାଙ୍କୁ ସମର୍ଥନ କରିବ ବୋଲି ଭକ୍ତ ଉଲ୍ଲେଖ କରି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ସେ ସମୟ ମାଗିଥିବା କହିଛନ୍ତି। ଭକ୍ତଙ୍କ ଉଦ୍ୟମ ଯଦି ସଫଳ ହୁଏ, ତାହେଲେ ରାଜ୍ୟ ରାଜନୀତିରେ ଏକ ରୋଚକ ଚିତ୍ର ଦେଖିବାକୁ ମିଳିବ। ଅପରପକ୍ଷେ ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ପାଇଁ ବିଜେପି ମଧ୍ୟ ନବୀନଙ୍କୁ ସମର୍ଥନ ମାଗିବାକୁ ବିଚାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦଳର ଜାତୀୟ ନେତୃତ୍ୱ ଏ ସଂକ୍ରାନ୍ତରେ ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଦଳର ଜଣେ ବଡ଼ ନେତା ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ମୋଟାମୋଟି ଭାବେ ଚତୁର୍ଥ ଆସନର ଚାବି ନବୀନଙ୍କ ହାତରେ ଥିବାବେଳେ ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଓ ଆଲୋଚନା ଦାନା ବନ୍ଧିଛି । 

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ

ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ ଆମେ ବିରୋଧୀ ଦଳ। ବିଜେଡି ମଧ୍ୟ ବିରୋଧୀ ଦଳ। ଦୁଇ ଦଳ ମିଶିଲେ ଜଣେ ପ୍ରାର୍ଥୀ ଜିତି ପାରିବେ।  ତଥାପି ଆମ ପ୍ରାର୍ଥୀକୁ ବିଜେଡି ଓ ବିଜେଡିର ପ୍ରାର୍ଥର୍ୀକୁ ଆମେ ସମର୍ଥନ କରିବାର କୌଣସି ଯୌକ୍ତିକତା ନାହିଁ । ବିଜେପିକୁ ଆମେ ବିରୋଧ କରୁଛୁ। ଦେଶରେ ବିଜେପି ସବୁ କ୍ଷେତ୍ରରେ ବିଫଳ ହୋଇଛି। ରାଜ୍ୟରେ ବି ଏହା ବିଫଳ ହୋଇଛି, ଲୋକେ ହଇରାଣ ହେଉଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ଜଣେ ନିଷ୍କଳଙ୍କ ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଗଲେ କଂଗ୍ରେସ ସମର୍ଥନ ଦେବ। ସିଏ ଲେଖକ ହୋଇପାରନ୍ତି, କବି ହୋଇପାରନ୍ତି, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସହିତ ଜଡ଼ିତ ହୋଇଥିବା କୌଣସି ବ୍ୟକ୍ତି ବିଶେଷ ହୋଇପାରନ୍ତି ବା ଦୀର୍ଘ ଦିନ ଧରି ନିଜ ଜୀବନକୁ ଲୋକଙ୍କ ସେବାରେ ଅର୍ପିତ କରିଥିବା ବ୍ୟକ୍ତି ହୋଇପାରନ୍ତି । ଓଡ଼ିଶାର ମାନ ସମ୍ମାନ, ସୁରକ୍ଷା ଓ ଗର୍ବଗୌରବକୁ ଦେଖି ଯଦି କୌଣସି ପ୍ରକାର ନିଷ୍ପତ୍ତି ହୁଏ, ତା’ହେଲେ ଆମେ ଚିନ୍ତା କରିବା ଉଚିତ। ଏ ବିଷୟରେ ଆଲୋଚନା କରିବା ପାଇଁ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ମୁଁ ନବୀନଙ୍କୁ ସମୟ ମାଗିଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ

ଅପରପକ୍ଷେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଯିଏ ନିର୍ବାଚନ ଲଢେ଼, ସିଏ ସମସ୍ତଙ୍କୁ ଭୋଟ ମାଗେ। ରାଜ୍ୟସଭା ନିର୍ବାଚନରେ ଯିଏ ଯିଏ ଆମକୁ ସହଯୋଗ କରିବ, ଆମେ ତାଙ୍କୁ ସମର୍ଥନ ମାଗିବୁ। ବିଜେଡିକୁ ସମର୍ଥନ ମାଗିବେ କି ନାହିଁ, ସେ ନେଇ ସମୟ ଆସିଲେ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜନୀତିରେ ପ୍ରତିଟି ମୁହୂର୍ତ୍ତ ଅନିଶ୍ଚିତ। କେତେବେଳେ କଣ ହେବ କିଛି କହିହେବନି। ରାଜ୍ୟରେ ପ୍ରତିଟି ରାଜନୈତିକ ଗତିବିଧି ଉପରେ ନଜର ରଖାଯାଇଛି। ୨୦୨୬ରେ ବହୁତ କିଛି ଘଟିବାକୁ ଯାଉଛି ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଚତୁର୍ଥ ଆସନ ପାଇଁ କାହା ପାଖରେ ଆବଶ୍ୟକୀୟ ମ୍ୟାଜିକ ନମ୍ବର ନାହିଁ। ଏପରିସ୍ଥଳେ ବିଜେପି-ବିଜେପି, ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀତ୍ୱକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଅଙ୍କକଷାରେ ବ୍ୟସ୍ତ ଅଛନ୍ତି। ସେହିପରି କେତେକ ବିଶେଷଜ୍ଞ ଆସନ୍ତା ନିର୍ବାଚନରେ ପ୍ରବଳ କ୍ରସଭୋଟିଂ/ଘୋଡ଼ାବେପାରକୁ ନେଇ ଏବେଠାରୁ ଆଶଙ୍କା ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଇଞ୍ଜିନରେ ତ୍ରୁଟି ସନ୍ଦେହ, ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

29 Jan 2026 By Madhusudan Das

ଜୋର ଧରିଲାଣି ରାଜ୍ୟସଭା ରାଜନୀତି: ନବୀନଙ୍କ ହାତରେ ୪ର୍ଥ ଆସନ ଚାବି, ବିଜେପି ଲୋଡ଼ିପାରେ ବିଜେଡିର ସମର୍ଥନ

ଫେବ୍ରୁଆରୀରେ ନବୀନଙ୍କୁ ଭେଟିବାକୁ ଭକ୍ତ ମାଗିଲେ ସମୟ

ଭୁବନେଶ୍ୱର: ଆସନ୍ତା ଏପ୍ରିଲରେ ଖାଲି ହେଉଥିବା ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏବେ ଠାରୁ ଜୋର ଧରିଲାଣି ରାଜନୀତି। ଦୁଇଟି ଆସନ ବିଜେପି ସପକ୍ଷରେ ଓ ଗୋଟିଏ ଆସନ ବିଜେଡିକୁ ଯିବା ପ୍ରାୟତଃ ନିଶ୍ଚିତ ଥିବାବେଳେ ଏବେ ସମସ୍ତଙ୍କ ଆଖି ୪ର୍ଥ ଆସନ ଉପରେ ରହିଛି। ଯଦିଓ ନିର୍ବାଚନ ପାଇଁ ଏଯାବତ୍‌ ବିଜ୍ଞପ୍ତି ପ୍ରକାଶ ପାଇନାହିଁ; ତଥାପି ବିିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ବୟାନବାଜି ପ୍ରତିଦିନ ନୂଆ ନୂଆ ସମୀକରଣ ସୃଷ୍ଟି କରୁଛି। ଏପରିସ୍ଥଳେ ପିସିସି ସଭାପତି ଭକ୍ତଚରଣ ଦାସ ଚତୁର୍ଥ ଆସନ ପାଇଁ ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ଜଣେ ବିଶିଷ୍ଟ ତଥା ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ଯଦି ପ୍ରାର୍ଥୀ କରାଯାଏ, ତାହେଲେ କଂଗ୍ରେସ ତାଙ୍କୁ ସମର୍ଥନ କରିବ ବୋଲି ଭକ୍ତ ଉଲ୍ଲେଖ କରି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ସେ ସମୟ ମାଗିଥିବା କହିଛନ୍ତି। ଭକ୍ତଙ୍କ ଉଦ୍ୟମ ଯଦି ସଫଳ ହୁଏ, ତାହେଲେ ରାଜ୍ୟ ରାଜନୀତିରେ ଏକ ରୋଚକ ଚିତ୍ର ଦେଖିବାକୁ ମିଳିବ। ଅପରପକ୍ଷେ ଚତୁର୍ଥ ଆସନରେ ପ୍ରାର୍ଥୀ ଦେବା ପାଇଁ ବିଜେପି ମଧ୍ୟ ନବୀନଙ୍କୁ ସମର୍ଥନ ମାଗିବାକୁ ବିଚାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦଳର ଜାତୀୟ ନେତୃତ୍ୱ ଏ ସଂକ୍ରାନ୍ତରେ ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଦଳର ଜଣେ ବଡ଼ ନେତା ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ମୋଟାମୋଟି ଭାବେ ଚତୁର୍ଥ ଆସନର ଚାବି ନବୀନଙ୍କ ହାତରେ ଥିବାବେଳେ ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଓ ଆଲୋଚନା ଦାନା ବନ୍ଧିଛି । 

ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ ଆମେ ବିରୋଧୀ ଦଳ। ବିଜେଡି ମଧ୍ୟ ବିରୋଧୀ ଦଳ। ଦୁଇ ଦଳ ମିଶିଲେ ଜଣେ ପ୍ରାର୍ଥୀ ଜିତି ପାରିବେ।  ତଥାପି ଆମ ପ୍ରାର୍ଥୀକୁ ବିଜେଡି ଓ ବିଜେଡିର ପ୍ରାର୍ଥର୍ୀକୁ ଆମେ ସମର୍ଥନ କରିବାର କୌଣସି ଯୌକ୍ତିକତା ନାହିଁ । ବିଜେପିକୁ ଆମେ ବିରୋଧ କରୁଛୁ। ଦେଶରେ ବିଜେପି ସବୁ କ୍ଷେତ୍ରରେ ବିଫଳ ହୋଇଛି। ରାଜ୍ୟରେ ବି ଏହା ବିଫଳ ହୋଇଛି, ଲୋକେ ହଇରାଣ ହେଉଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ଜଣେ ନିଷ୍କଳଙ୍କ ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଗଲେ କଂଗ୍ରେସ ସମର୍ଥନ ଦେବ। ସିଏ ଲେଖକ ହୋଇପାରନ୍ତି, କବି ହୋଇପାରନ୍ତି, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସହିତ ଜଡ଼ିତ ହୋଇଥିବା କୌଣସି ବ୍ୟକ୍ତି ବିଶେଷ ହୋଇପାରନ୍ତି ବା ଦୀର୍ଘ ଦିନ ଧରି ନିଜ ଜୀବନକୁ ଲୋକଙ୍କ ସେବାରେ ଅର୍ପିତ କରିଥିବା ବ୍ୟକ୍ତି ହୋଇପାରନ୍ତି । ଓଡ଼ିଶାର ମାନ ସମ୍ମାନ, ସୁରକ୍ଷା ଓ ଗର୍ବଗୌରବକୁ ଦେଖି ଯଦି କୌଣସି ପ୍ରକାର ନିଷ୍ପତ୍ତି ହୁଏ, ତା’ହେଲେ ଆମେ ଚିନ୍ତା କରିବା ଉଚିତ। ଏ ବିଷୟରେ ଆଲୋଚନା କରିବା ପାଇଁ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ମୁଁ ନବୀନଙ୍କୁ ସମୟ ମାଗିଛି ବୋଲି ସେ କହିଛନ୍ତି ।

ଅପରପକ୍ଷେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଯିଏ ନିର୍ବାଚନ ଲଢେ଼, ସିଏ ସମସ୍ତଙ୍କୁ ଭୋଟ ମାଗେ। ରାଜ୍ୟସଭା ନିର୍ବାଚନରେ ଯିଏ ଯିଏ ଆମକୁ ସହଯୋଗ କରିବ, ଆମେ ତାଙ୍କୁ ସମର୍ଥନ ମାଗିବୁ। ବିଜେଡିକୁ ସମର୍ଥନ ମାଗିବେ କି ନାହିଁ, ସେ ନେଇ ସମୟ ଆସିଲେ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜନୀତିରେ ପ୍ରତିଟି ମୁହୂର୍ତ୍ତ ଅନିଶ୍ଚିତ। କେତେବେଳେ କଣ ହେବ କିଛି କହିହେବନି। ରାଜ୍ୟରେ ପ୍ରତିଟି ରାଜନୈତିକ ଗତିବିଧି ଉପରେ ନଜର ରଖାଯାଇଛି। ୨୦୨୬ରେ ବହୁତ କିଛି ଘଟିବାକୁ ଯାଉଛି ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଚତୁର୍ଥ ଆସନ ପାଇଁ କାହା ପାଖରେ ଆବଶ୍ୟକୀୟ ମ୍ୟାଜିକ ନମ୍ବର ନାହିଁ। ଏପରିସ୍ଥଳେ ବିଜେପି-ବିଜେପି, ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀତ୍ୱକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଅଙ୍କକଷାରେ ବ୍ୟସ୍ତ ଅଛନ୍ତି। ସେହିପରି କେତେକ ବିଶେଷଜ୍ଞ ଆସନ୍ତା ନିର୍ବାଚନରେ ପ୍ରବଳ କ୍ରସଭୋଟିଂ/ଘୋଡ଼ାବେପାରକୁ ନେଇ ଏବେଠାରୁ ଆଶଙ୍କା ପ୍ରକାଶ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର