ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨: ପୋଛିନେଲା ବିଜେଡ଼ି, ୮୫୧ ଜିଲ୍ଲା ପରିଷଦ ଜୋନରୁ ୭୬୫ଟି ଜୋନରେ ବିଜୟୀ

The Sakala Picture
Published On

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ବିଜେଡିର ବୃହତ ବିଜୟ ହୋଇଛି । ସବୁ ଜିଲ୍ଲା ପରିଷଦ ଜୋନରୁ ବିଜେଡିକୁ ବିପୁଳ ସମର୍ଥନ ମିଳିଛି। ମୁଖ୍ଯମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ଯ ତୃଣମୂଳ ସ୍ତରରେ ପହଞ୍ଚିଥିବାରୁ ପୁଣି ଲୋକେ ବିଜେଡିକୁ  ବିଜୟ କରାଇଛନ୍ତି। ମୋଟ ୮୫୧ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୭୬୫ଟି ଜୋନରେ ବିଜୟୀ ହୋଇଛି । ବିଜେପି ୪୨, କଂଗ୍ରେସ ୩୭ ଆସନରେ ଜିତିଥିବା ବେଳେ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରୀର୍ଥୀ ୭ଟି ଜୋନରେ ଜିତିଛନ୍ତି […]

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ବିଜେଡିର ବୃହତ ବିଜୟ ହୋଇଛି । ସବୁ ଜିଲ୍ଲା ପରିଷଦ ଜୋନରୁ ବିଜେଡିକୁ ବିପୁଳ ସମର୍ଥନ ମିଳିଛି। ମୁଖ୍ଯମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ଯ ତୃଣମୂଳ ସ୍ତରରେ ପହଞ୍ଚିଥିବାରୁ ପୁଣି ଲୋକେ ବିଜେଡିକୁ  ବିଜୟ କରାଇଛନ୍ତି। ମୋଟ ୮୫୧ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୭୬୫ଟି ଜୋନରେ ବିଜୟୀ ହୋଇଛି । ବିଜେପି ୪୨, କଂଗ୍ରେସ ୩୭ ଆସନରେ ଜିତିଥିବା ବେଳେ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରୀର୍ଥୀ ୭ଟି ଜୋନରେ ଜିତିଛନ୍ତି ।  ୨୨ ଧରି କ୍ଷମତାରେ ଥିବା ଗୋଟିଏ ରାଜନୈତିକ ଦଳ ସପକ୍ଷରେ ଏପରି ଜନସମର୍ଥନ କେବଳ ବିରୋଧୀଙ୍କୁ ନୁହେଁ; ରାଜନୈତିକ ବିଶେଷଜ୍ଞମାନଙ୍କୁ ଚକିତ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ରହିଛି। ଗୋଟିଏ ଆସନରେ ବିଜେଡି ପ୍ରାର୍ଥୀ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲା। ସେହିପରି ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଅନ୍ୟପଟେ, ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର