ସ୍ଥଗିତ ହେଲା OSSTET-୨୦୨୬ ପରୀକ୍ଷା: ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରିବ BSE

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା OSSTET-୨୦୨୬ ସ୍ଥଗିତ । କାଲି ଗୋଟିଏ ସିଟିଂରେ ପେପର-୧, ପେପର-୨ ପରୀକ୍ଷା ହେବାର ଥିଲା । ସଂଶୋଧିତ ତାରିଖ ଖୁବଶୀଘ୍ର ଜଣାଇବ କହିଲା BSE । ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ ଓଡ଼ିଶା) ପକ୍ଷରୁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଏସ୍ଏସ୍‌ଟିଇଟି ୨୦୨୬ (OSSTET 2026) କୁ ସ୍ଥଗିତ ରଖାଯାଇଛି। ବୋର୍ଡ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ବିରୋଧରେ ରାୟଗଡରେ ବିଜେଡିର ବିଶାଳ ବିକ୍ଷୋଭ, ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

ରାଜ୍ୟର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା କରିବାକୁ ଆଶା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବାର ଥିଲା। ଏଥିରେ ଉଭୟ ପେପର-୧ ଏବଂ ପେପର-୨ ପରୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଥିଲା।

ଆହୁରି ପଢ଼ନ୍ତୁ: ବିଜେପି ଇଙ୍ଗିତରେ ଓଡ଼ିଶାରେ ୨୭.୫ ଲକ୍ଷ ଭୋଟର ବାଦ୍‌: ବିଜେଡି

ବୋର୍ଡର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖୁବଶୀଘ୍ର ଏହି ପରୀକ୍ଷାର ସଂଶୋଧିତ ତାରିଖ ଘୋଷଣା କରାଯିବ। ପରୀକ୍ଷାର୍ଥୀମାନଙ୍କୁ ନୂତନ ସୂଚୀ ଏବଂ ସଂଶୋଧିତ ନିର୍ଦ୍ଦେଶାବଳୀ ସମ୍ପର୍କରେ ଜାଣିବା ପାଇଁ ବିଏସ୍ଇ ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ (bseodisha.ac.in) ଉପରେ ନିୟମିତ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପର୍ଯ୍ୟଟକଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ହଠାତ୍ ପରୀକ୍ଷା ସ୍ଥଗିତ ହେବା କାରଣରୁ ହଜାର ହଜାର ଶିକ୍ଷକ ଆଶାୟୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ନୂତନ ଆଡମିଟ୍ କାର୍ଡ ବା ହଲ୍ ଟିକେଟ୍ ଏବଂ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ହେବ କି ନାହିଁ, ସେନେଇ ସେମାନେ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ତେବେ ପରୀକ୍ଷା ସ୍ଥଗିତ ହେବାର ପ୍ରକୃତ କାରଣ କ'ଣ ଏବଂ ଆଗାମୀ ପରୀକ୍ଷା କେବେ ହେବ, ସେନେଇ BSE ପକ୍ଷରୁ ଖୁବଶୀଘ୍ର ଏକ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର