କଳିଙ୍ଗ ଘାଟିରେ ପୁଣି ଭୂସ୍ଖଳନ: ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରାସ୍ତା

Madhusudan Das Picture
Published On

କନ୍ଧମାଳ: ଲଗାଣ ବର୍ଷା କାରଣରୁ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ପ୍ରସିଦ୍ଧ କଳିଙ୍ଗ ଘାଟିରେ ପୁଣି ଭୂସ୍ଖଳନ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ଘାଟିରେ ଥିବା ଏକ ନିର୍ମାଣାଧୀନ ରାସ୍ତାର କିଛି ଅଂଶ ସମ୍ପୂର୍ଣ୍ଣ ରୂପେ ଧୋଇଯାଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ପୁରୀରେ ନିମ୍ନମାନର ଓ ଭେଜାଲ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ: ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ କଡ଼ା ପଦକ୍ଷେପ

ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରବଳ ଜଳ ପ୍ରବାହ କାରଣରୁ ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି। ଘାଟିର ଅନ୍ଧାରୀକୋଟ ନିକଟରେ ରାସ୍ତାଟି ଦବି ଯାଇଛି। କଳିଙ୍ଗ ଘାଟି ଦେଇ ଯାଇଥିବା ଜାତୀୟ ରାଜପଥ-୧୫୭ ହେଉଛି ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା ମଧ୍ୟରେ ଏକ ପ୍ରମୁଖ ଯୋଗାଯୋଗ ମାର୍ଗ ଏବଂ ଏହା ରାଞ୍ଚି-ବିଜୟୱାଡ଼ା କରିଡରର ଏକ ଅଂଶ। ମୁଣ୍ଡିଆରୁ ଆସୁଥିବା ପ୍ରବଳ ବର୍ଷା ଜଳ ଯୋଗୁଁ ନିର୍ମାଣାଧୀନ ଗାର୍ଡ ୱାଲ୍ (Guard Wall) ମଧ୍ୟ ଭାଙ୍ଗିଯାଇଛି।

ଆହୁରି ପଢ଼ନ୍ତୁ: ରାସ୍ତା ଉପରେ ଜଳିଗଲା କଣ୍ଟେନର୍, ଅଳ୍ପକେ ବର୍ତ୍ତିଲେ ଚାଳକ; ରୋଷେଇରୁ ନିଆଁ ଲାଗିଥିବା ସନ୍ଦେହ

ଗତ ବର୍ଷ ମଧ୍ୟ ଏହି ସମାନ ଘାଟିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ବର୍ତ୍ତମାନର ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଟିରେ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ବର୍ଷା ସମ୍ପୂର୍ଣ୍ଣ ଛାଡ଼ିବା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାର ଯାଞ୍ଚ କରିବେ ଏବଂ ମରାମତି କାର୍ଯ୍ୟ ଆରମ୍ଭ କରାଯିବ।

ଆହୁରି ପଢ଼ନ୍ତୁ: ବିଧାନସଭା ମୌସୁମୀ ଅଧିବେଶନ: ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ଅପରାହ୍ନ ୧.୧୦ ଯାଏଁ ଗୃହ ମୁଲତବୀ

ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ କଳିଙ୍ଗ ଘାଟି ଦେଇ ଯାତ୍ରା ନକରିବାକୁ ନିବେଦନ କରାଯାଇଛି। ଏହା ସହିତ ବିପଦପୂର୍ଣ୍ଣ ଘାଟି ଅଞ୍ଚଳରେ ପ୍ରବେଶ କରି ସେଲ୍ଫି କିମ୍ବା ଫଟୋ ଉତ୍ତୋଳନ ନକରିବାକୁ ପ୍ରଶାସନ କଡ଼ା ବାରଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର