୫ ବର୍ଷରେ ରାଜ୍ୟରୁ ୭୨,୦୯୦ ମହିଳା ନିଖୋଜ, ୫୩,୭୨୦ ଜଣଙ୍କୁ ଠାବ କରାଯାଇଛି: ମୁଖ୍ୟମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ଗତ ୫ ବର୍ଷ ମଧ୍ୟରେ ଓଡିଶାରେ ୭୨,୦୯୦ ମହିଳା ନିଖୋଜ ହୋଇଛନ୍ତି। ୨୦୨୧ ରୁ ୨୦୨୫ ମସିହା ମଧ୍ୟରେ ଏହି ମହିଳାମାନେ ନିଖୋଜ ହୋଇଥିବା ବେଳେ ୩୧ ଜୁଲାଇ ୨୦୨୬ ସୁଦ୍ଧା ସେମାନଙ୍କ ମଧ୍ୟରୁ ୫୩,୭୨୦ ଜଣଙ୍କୁ ଠାବ କରାଯାଇଛି। ସୋମବାର ଦିନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରକୂଳରେ ଲାଗିଲା ନାଲି ପତାକା: ଅଶାନ୍ତ ସମୁଦ୍ର ଯୋଗୁଁ ସ୍ନାନ ଉପରେ କଟକଣା ଲଗାଇଲା ପ୍ରଶାସନ

ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୧ ମସିହାରେ ୧୧,୬୩୫ ମହିଳା ନିଖୋଜ ହୋଇଥିବା ବେଳେ ୯,୧୨୧ ଜଣଙ୍କୁ ଠାବ କରାଯାଇଛି। ସେହିପରି ୨୦୨୨ ରେ ୧୨,୭୯୩ ମହିଳା ନିଖୋଜ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୯,୮୭୧ ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟରେ ୨୦୨୩ ମସିହାରେ ୧୩,୯୧୫ ମହିଳା ନିଖୋଜ ହୋଇଥିବା ରିପୋର୍ଟ ହୋଇଥିଲା, ଯେଉଁଥିରୁ ୧୦,୬୬୧ ଜଣଙ୍କୁ ଠାବ କରାଯାଇଛି।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଘୁଚାପ ଜନିତ ଲଗାଣ ବର୍ଷା: ଜାତୀୟ ରାଜପଥରେ ଉଛୁଳୁଛି ପାଣି, ଯୋଗାଯୋଗ ବିଚ୍ଛିନ୍ନ

ସେହିପରି ୨୦୨୪ ମସିହାରେ ୧୬,୦୦୦ ମହିଳା ନିଖୋଜ ହୋଇଥିଲେ ଓ ଏହା ମଧ୍ୟରୁ ୧୨,୦୧୧ ଜଣ ମିଳିଛନ୍ତି। ତେବେ ୨୦୨୫ ମସିହାରେ ନିଖୋଜ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇ ୧୭,୭୪୭ ରେ ପହଞ୍ଚିଥିଲା ଏବଂ ସେମାନଙ୍କ ମଧ୍ୟରୁ ୧୨,୦୫୬ ଜଣଙ୍କୁ ଠାବ କରାଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଲୋକପ୍ରିୟ ସମ୍ବଲପୁରୀ ଅଭିନେତ୍ରୀ ଜସ୍ମିନ୍ ମାଝୀଙ୍କ ପରଲୋକ, ଏସିଡ୍ ପିଇ ଆତ୍ମହତ୍ୟା ସନ୍ଦେହ

ତଥ୍ୟ ଅନୁଯାୟୀ ରାଜ୍ୟରେ ବାର୍ଷିକ ନିଖୋଜ ମହିଳାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସଂଖ୍ୟା ୨୦୨୧ ରେ ଥିବା ୧୧,୬୩୫ ରୁ ବଢ଼ି ୨୦୨୫ ସୁଦ୍ଧା ୧୭,୭୪୭ ଛୁଇଁଛି। ଏହି ଅବଧି ମଧ୍ୟରେ ନିଖୋଜ ହୋଇଥିବା ଏବଂ ଠାବ ହୋଇଥିବା ଶିଶୁ ତଥା ବାଳିକାମାନଙ୍କ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର