ବିଜେପି ଇଙ୍ଗିତରେ ଓଡ଼ିଶାରେ ୨୭.୫ ଲକ୍ଷ ଭୋଟର ବାଦ୍‌: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ବିଜେପି ଇଙ୍ଗିତରେ ଏସଆଇଆରରେ ରାଜ୍ୟର ୨୭ ଲକ୍ଷ ୫୦ ହଜାର ଭୋଟରଙ୍କୁ ବାଦ ଦିଆଯାଇଛି ବୋଲି ସାଂଘାତିକ ଅଭିଯୋଗ କରିଛି ବିଜେଡି।  ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ବିଜୟ ନାୟକ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି  ଏସ୍‌ଆଇଆର୍‌ ପ୍ରସଙ୍ଗରେ ଡ଼ବଲ ଇଞ୍ଜିନ୍‌ ସରକାର ଉପରେ ପ୍ରବଳ ବର୍ଷିଛନ୍ତି । 

ଆହୁରି ପଢ଼ନ୍ତୁ: ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଙ୍କା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା

ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବିଜେପିକରଣରେ ଏସଆଇଆର ପ୍ରକ୍ରିୟା ସମ୍ପାଦିତ ହୋଇଛି। ବିଜେପି ଇଙ୍ଗିତରେ ନିର୍ବାଚନ ଅଧିକାରୀ ସମସ୍ତ ନିୟମକୁ ଅବମାନନା କରି ଏହାକୁ ସମ୍ପାଦନ କରିଛନ୍ତି। ଯୋଗ୍ୟ ଭୋଟର ଯେପରି ଭୋଟର୍‌ ତାଲିକାରୁ ବାଦ୍‌ ନ ପଡିବେ, ସେନେଇ ବିଜେଡି ଲଢେଇ ଜାରି ରଖିଛି। ବର୍ତ୍ତମାନ ସାରା ଦେଶରେ ଏସଆଇଆର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଦେଶର ମୁଖ୍ୟ ନିର୍ବାଚନ କମିଶନର ଏସଆଇଆର ପ୍ରକ୍ରିୟାକୁ ଅଗଣତାନ୍ତ୍ରିକ ଭାବେ ସମ୍ପାଦନ କରିଛନ୍ତି। ତେଣୁ ଇସିଆଇ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ଅଧିକାରୀଙ୍କ ପାଇଁ ସଫେଇ ଦେଇ ବିଜେପି ମୁଖପାତ୍ରମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଛନ୍ତି।  ଏସ୍‌ଆଇଆର ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ବିଜେପି ଇଙ୍ଗିତରେ ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏସ୍‌ଆଇଆରରେ ଦେଶରେ ୧୩ କୋଟି ଓ ରାଜ୍ୟରେ ୨୭ ଲକ୍ଷ ୫୦ ହଜାର ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ସେପ୍ଟେମ୍ବର ୩୦ରେ 'ଓଡ଼ିଶା ବନ୍ଦ' ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ

ବିଜୟ ନାୟକ କହିଥିଲେ ଯେ ଏସଆଇଆର ପ୍ରକ୍ରିୟା ଆରମ୍ଭରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତିନିଧି ରାଜ୍ୟରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ ବାଦ୍‌ ପଡିଥିବା ନେଇ ଚିଠି ଦେଇଥିଲେ।   ଯେଉଁମାନେ ବିଜେପିକୁ ଭୋଟ୍‌ ଦେଉନାହାନ୍ତି, ତାଙ୍କ ନାମକୁ ଭୋଟର ତାଲିକାରୁ ବାଦ୍‌ ଦିଆଯିବ ବୋଲି ଟିଟିଲାଗଡ ବିଧାୟକ ନବୀନ ଜୈନ ଯାହା କହିଥିଲେ; ତାହା ଏବେ ସତ୍ୟ ବୋଲି ପ୍ରମାଣିତ ହୋଇଛି। ପ୍ରକ୍ରିୟା ସମୟରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ପରିଗଣନା ଫର୍ମ ମିଳିଲା ନାହିଁ। ଏହାକୁ ନେଇ ବିଜେଡି ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଆପତ୍ତି ଓ ଅଭିଯୋଗ ପ୍ରଦାନ କରିବା ସମୟରେ ରାଜନୈତିକ ଦଳମାନଙ୍କ ସହ ନିର୍ବାଚନ ଅଧିକାରୀ ଆଲୋଚନା ଓ ବୈଠକ କରିବାର ନିୟମ ରହିଥିବା ବେଳେ ନିର୍ବାଚନ ଅଧିକାରୀ କୌଣସି ବୈଠକ କି ଆଲୋଚନା କଲେ ନାହିଁ। ଫର୍ମ ୭ ଜରିଆରେ ଲୋକେ ଗଦାଗଦା ଅଭିଯୋଗ କରିବା ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଜୀବିତ ଲୋକମାନଙ୍କୁ ଫର୍ମ ୭ ଜରିଆରେ ବାଦ୍‌ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ହୀରାକୁଦ ଡ୍ୟାମରୁ ଖୋଲିଲା ଆଉ ୪ ଗେଟ୍, ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଡ. ଲେନିନ ମହାନ୍ତି କହିଥିଲେ ଯେ ରାଜ୍ୟରେ ପ୍ରାୟ ୨୭ ଲକ୍ଷ ୫୦ ହଜାର ଭୋଟର ତାଲିକାରୁ ବାଦ୍‌ ପଡିଥିବାରୁ ସନ୍ଦେହ ସୃଷ୍ଟି ହେଉଛି। ନିର୍ବାଚନ ଅଧିକାରୀଙ୍କ ନାମରେ ଅଭିଯୋଗ ହେଲେ ବିଭାଗୀୟ ଅଧିକାରୀମାନେ ଉତ୍ତର ଦେବା କଥା, କିନ୍ତୁ ବିଜେପି ମୁଖପାତ୍ର ଉତ୍ତର ଦେଉଛନ୍ତି। ଯାହାକି ଆହୁରି ସନ୍ଦେହ ସୃଷ୍ଟି କରୁଛି। ଏସଆଇଆର ପ୍ରକ୍ରିୟା ଏବଂ ଗତ ୨୦୨୪ ସାଧାରଣ ନିର୍ବାଚନ ମଧ୍ୟ ସନ୍ଦେହ ଘେରରେ ରହିଛି। ଭୋଟର ତାରତମ୍ୟ ନେଇ ବିଜେଡି ପକ୍ଷରୁ ତଥ୍ୟ ଓ ପ୍ରମାଣ ସହ ରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା, କିନ୍ତୁ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଭୋଟର ଯୋଡ଼ିବାକୁ ଗୁରୁତ୍ୱ ଦେଉଥିବା ବେଳେ ବିଜେପି ଭୋଟର ତାଲିକାରୁ ନାମ ବାଦ୍‌ ଦେଉଛି। ସରକାରୀ ସଂସ୍ଥା ଗୁଡ଼ିକୁ ଲଗାଇ ନିର୍ବାଚନ ଜିତିଛି ବିଜେପି। ସମ୍ପୂର୍ଣ୍ଣ ଏସଆଇଆର ପ୍ରକିୟାର ପୁନଃ ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର