ପୁରୀରେ ହେବ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ, ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଟାର୍ଗେଟ

Madhusudan Das Picture
Published On

ଭୁବନେଶ୍ୱର: ପୁରୀରେ ଏକ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଛି। ଏହି ଉଦ୍ଦେଶ୍ୟରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ଏବଂ ଓଡ଼ିଶା ମାରିଟାଇମ୍ ବୋର୍ଡ (OMB) ମଧ୍ୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏନେଇ ବିଧାନସଭାରେ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସୂଚନା ଅନୁସାରେ, ପ୍ରସ୍ତାବିତ କ୍ରୁଜ୍ ଟର୍ମିନାଲ ପୁରୀ ଜିଲ୍ଲାର ସିପସୁବାଳି ଅଞ୍ଚଳରେ ଥିବା ଧନଶ୍ରୀ ନଦୀର ମୁହାଣ ନିକଟରେ ଚିହ୍ନଟ ହୋଇଥିବା ପ୍ରାୟ ୬୦ ଏକର ଜମିରେ ନିର୍ମାଣ କରାଯିବ। ଏହି ବୃହତ୍‌ ପ୍ରକଳ୍ପ ପାଇଁ ପ୍ରାଥମିକ ପ୍ରକଳ୍ପ ମୂଲ୍ୟ ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ଅଭିନବ ବାଲୁକା କଳା: ୨୫୦୦ ଦୀପରେ ସଜେଇଲେ ୨୫ ଫୁଟର ପ୍ରତିକୃତି

ପ୍ରକଳ୍ପର ବୈଷୟିକ-ଆର୍ଥିକ ସମ୍ଭାବ୍ୟତା ରିପୋର୍ଟ (Techno Economic Feasibility Report) ପ୍ରସ୍ତୁତ କରିବା ପାଇଁ WAPCOS Limited ନାମକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତ ହେବା ପରେ ପ୍ରକଳ୍ପର ଆର୍ଥିକ ଓ କାର୍ଯ୍ୟାନ୍ୱୟନ ସମ୍ପର୍କିତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। କ୍ରୁଜ୍ ଟର୍ମିନାଲର ଯୋଜନାବଦ୍ଧ ବିକାଶ ଓ କାର୍ଯ୍ୟାନ୍ୱୟନ ନିମନ୍ତେ ମୁଖ୍ୟ ପରିଚାଳନା ଅଧିକାରୀ, ଓଡ଼ିଶା ମାରିଟାଇମ୍ ବୋର୍ଡଙ୍କ ଅଧ୍ୟକ୍ଷତାରେ ଏକ Special Purpose Vehicle (SPV) ଗଠନ ପାଇଁ ପ୍ରସ୍ତାବ ରହିଛି। ଏହାର ମାଧ୍ୟମରେ ପ୍ରକଳ୍ପର କାର୍ଯ୍ୟକୁ ଆଗେଇ ନିଆଯିବ। କ୍ରୁଜ୍ ଟର୍ମିନାଲ ପ୍ରତିଷ୍ଠା ହେଲେ ପୁରୀକୁ ଆନ୍ତର୍ଜାତୀୟ କ୍ରୁଜ୍ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ପ୍ରମୁଖ ସ୍ଥାନ ମିଳିବା ସହ ପର୍ଯ୍ୟଟନ ଓ ସାମୁଦ୍ରିକ ଅର୍ଥନୀତିକୁ ନୂଆ ଗତି ମିଳିବାର ଆଶା ରହିଛି।

ଆହୁରି ପଢ଼ନ୍ତୁ: ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର