ହୀରାକୁଦ ଡ୍ୟାମରୁ ଖୋଲିଲା ଆଉ ୪ ଗେଟ୍, ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

Madhusudan Das Picture
Published On

ସମ୍ବଲପୁର: ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଜଳ ପ୍ରବାହ ବୃଦ୍ଧି ପାଇବା କାରଣରୁ ହୀରାକୁଦ ଡ୍ୟାମର ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଫଳରେ ବର୍ତ୍ତମାନ ମୋଟ୍ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ପୂର୍ବରୁ ୧୬ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ଅତିରିକ୍ତ ୪ଟି ଗେଟ୍ ଖୋଲାଯାଇଛି। ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଖୋଲାଯାଇଥିବା ୨୦ଟି ଗେଟ୍ ମଧ୍ୟରୁ ବାମ ପାର୍ଶ୍ୱରେ ୧୩ଟି ଏବଂ ଡାହାଣ ପାର୍ଶ୍ୱରେ ୭ଟି ଗେଟ୍ ରହିଛି। ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନର ଜଳସ୍ତର ୬୨୯.୪୭ ଫୁଟ ରହିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡି ଯୁବ ଛାତ୍ର ସଂଗଠନର ଗର୍ଜନ

ଛତିଶଗଡ଼ ଆଡୁ ଜଳଭଣ୍ଡାରକୁ ଆସୁଥିବା ଜଳର ପରିମାଣ ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଏବଂ ଜଳଭଣ୍ଡାରର ସ୍ଥିତିକୁ ଭିତ୍ତି କରି ଗେଟ୍ ପରିଚାଳନା କରାଯାଉଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାରୁ ମହାନଦୀର ତଳମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ମୁତାବକ ଗେଟ୍ ସଂଖ୍ୟା ବୃଦ୍ଧି କିମ୍ବା ହ୍ରାସ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଜଳର ପ୍ରବେଶ ଓ ନିଷ୍କାସନର ସଠିକ୍ ପରିଚାଳନା ପାଇଁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି: ଫୁଲୁଛି ନଦୀ, ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର