ମନୋରଞ୍ଜନ
ଓଡ଼ିଶା
Tuesday Horoscope: ମଙ୍ଗଳବାର ରାଶିଫଳ (୨୯-୦୯-୨୦୨୬)
ମେଷ: ଅତିଥି ସତ୍କାର କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ସଫଳତା ପାଇଁ କଠିନ ପରିଶ୍ରମ କରିବେ। ରାଜନେତାଙ୍କ ପାଇଁ ଦିନଟି ଭଲ। ଦାନଧର୍ମ କରିବେ।
ବୃଷ: ଘରକୁ ନୂଆ ଜିନିଷ ଆଣିବେ। ବିଦ୍ୟାର୍ଥୀ ପଢ଼ାପ୍ରତି ଅଧିକ ଧ୍ୟାନ ଦେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପେଟଜନିତ ସମସ୍ୟା ଦେଖାଦେଇପାରେ। ହସଖୁସିରେ ଦିନ ବିତିବ।
ମିଥୁନ: ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ କାମ ଆରମ୍ଭ କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଆୟ ଓ ବ୍ୟୟ ସମାନ ରହିବ। ଲୋକ ସମ୍ପର୍କ ବୃଦ୍ଧି ପାଇବ।
କର୍କଟ: ପ୍ରତ୍ୟେକ କାମ ଶାନ୍ତି ଶୃଙ୍ଖଳାର ସହିତ କରିବେ। ପଡୋଶୀଙ୍କ ସହ ସୁସମ୍ପର୍କ ବଢ଼ିବ। ସୃଜନାତ୍ମକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଜମି କିଣିପାରନ୍ତି। ଉଧାର ଦେଇପାରନ୍ତି।
ସିଂହ: ଦିନଟି ହସଖୁସିରେ କଟିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ବନ୍ଧୁଙ୍କ କଥା ଆଘାତ ଦେଇପାରେ। ଗରିବ ଲୋକଙ୍କୁ ସାମର୍ଥ୍ୟ ମୁତାବକ ସାହାଯ୍ୟ କରିବେ। ଚକ୍ଷୁ ସମସ୍ୟା ଦେଖାଦେବ।
କନ୍ୟା: ସ୍ଥାନକୁ ଯାଇପାରନ୍ତି। ଅଫିସ୍ ସହକର୍ମୀଙ୍କ ସହଯୋଗ ରହିବ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ତୁଳା: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ବରିଷ୍ଠ ଲୋକଙ୍କ ସହଯୋଗ ମିଳିପାରେ। ବ୍ୟକ୍ତିଗତ କାର୍ଯ୍ୟରେ ବାଧା ଉପୁଜିପାରେ। ଜୀବନସାଥୀଙ୍କ ସହ ନୂଆ ସ୍ଥାନ ବୁଲିବାକୁ ଯିବେ।
ବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରିବେ। ସନ୍ତାନଙ୍କ ସହ ବୁଲିବାକୁ ଯିବେ। ବନ୍ଧୁମିଳନ ଯୋଗ ଅଛି। ମାଲିମକଦ୍ଦମା ଲାଗି ସମୟ ଅନୁକୂଳ ନୁହେଁ। ଆୟ ଓ ବ୍ୟୟ ବୃଦ୍ଧି ହେବ।
ଧନୁ: ଚିନ୍ତାଗ୍ରସ୍ତ ରହିବେ। ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖା ଦେବ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି।
ମକର: ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେବ। ସମ୍ପର୍କୀୟଙ୍କ ସହଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଉତ୍ତମ। ଯାନବାହନ ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବେ।
କୁମ୍ଭ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି। ଦାମ୍ପତ୍ୟଜୀବନ ସୁଖମୟ ହେବ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।
ମୀନ: ଇଞ୍ଜିନିୟରିଂ କ୍ଷେତ୍ରରେ ସଫଳତା ମିଳିପାରେ। ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହେବ। ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ।






