ପୋଲିସ କର୍ମଚାରୀଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା, ପୋଲିସର ଛାନଭିନ୍ ଜାରି

Madhusudan Das Picture
Published On

କେନ୍ଦୁଝର: ପୋଲିସ କର୍ମଚାରୀଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା । ନିଜ ଜନସେବା କେନ୍ଦ୍ର ବନ୍ଦ କରି ଘରକୁ ଫେରୁଥିବା ବେଳେ ଆକ୍ରମଣ । ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ଗୁଳିମାଡ଼ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପଡ଼ା ନିକଟରେ ଘଟିଛି ଏପରି ଅଭାବନୀୟ ଘଟଣା । ଏଠାରେ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ନାମ ତ୍ରିଲୋଚନ ମହାନ୍ତ (୪୨) ଏବଂ ସେ ଜଣେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ବୋଲି ଜଣାପଡିଛି। ତାଙ୍କ ଘର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖଜିରାପଶି ଗାଁରେ ବୋଲି ପୋଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ, ଡ୍ରାଇଭର ଫେରାର

ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନ କେନ୍ଦେଇପଶି ଛକ ନିକଟରେ ଏକ ଜନସେବା କେନ୍ଦ୍ର ଚଳାଉଥିଲେ। ସୋମବାର ରାତି ପ୍ରାୟ ୧୧ଟା ସମୟରେ ଦୋକାନ ବନ୍ଦ କରି ସେ ନିଜ ବାଇକରେ ପାଟଣା ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଖୁଣ୍ଟାପଡ଼ା ନିକଟ ଏକ ନିର୍ଜନ ସ୍ଥାନରେ ପୂର୍ବରୁ ଲୁଚି ରହିଥିବା ଦୁର୍ବୃତ୍ତମାନେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳି ବାଜିବା ଫଳରେ ତ୍ରିଲୋଚନ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ହତ୍ୟାକାଣ୍ଡ ଘଟାଇବା ପରେ ଆତତାୟୀମାନେ ସେଠାରୁ ଫେରାର ହୋଇଯାଇଥିଲେ।

ଖବର ପାଇବା ମାତ୍ରେ ତୁରୁମୁଙ୍ଗା ଏବଂ ପାଟଣା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ପଠାଇଛି। ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଛି ନା ଲୁଟ୍ ଉଦ୍ଦେଶ୍ୟରେ ଏଭଳି କରାଯାଇଛି, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଆଖପାଖ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର