ବିଜେଡି ମାଷ୍ଟର୍‌ ଟ୍ରେନର୍‌ଙ୍କୁ ଦିଗ୍‌‌ଦର୍ଶନ କାର୍ଯ୍ୟକ୍ରମ; ଘରେ ଘରେ ପହଞ୍ଚିବ ଦୁଇ ଦଶନ୍ଧିର ରୂପାନ୍ତରଣ ବାର୍ତ୍ତା

The Sakala Picture
Published On

ଭୁବନେଶ୍ୱର: ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ନିଜର ରୂପାନ୍ତରଣ ସ୍ୱାକ୍ଷର ଛାଡ଼ିବ। ଜାତୀୟ ଓ ଅର୍ନ୍ତଜାତୀୟ ମାଟିରେ ଆହୁରି ଗୌରବ ଅର୍ଜନ କରିବ ଓଡ଼ିଶା। ଏହି ଆଭିମୁଖ୍ୟ ନେଇ ସୋମବାରଠାରୁ ବିଜେଡି ଆରମ୍ଭ କରିଛି ମାଷ୍ଟର ଟ୍ରେନରଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ। ବରିଷ୍ଠ ବିଧାୟକ ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱ ଓ ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଗତକାଲି ପ୍ରଥମ ଦିନରେ କଟକ ଚୌଦ୍ୱାର, ହିଞ୍ଜିଳିକାଟୁ, ଜଗତସିଂହପୁର ଓ […]

ଭୁବନେଶ୍ୱର: ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ନିଜର ରୂପାନ୍ତରଣ ସ୍ୱାକ୍ଷର ଛାଡ଼ିବ। ଜାତୀୟ ଓ ଅର୍ନ୍ତଜାତୀୟ ମାଟିରେ ଆହୁରି ଗୌରବ ଅର୍ଜନ କରିବ ଓଡ଼ିଶା। ଏହି ଆଭିମୁଖ୍ୟ ନେଇ ସୋମବାରଠାରୁ ବିଜେଡି ଆରମ୍ଭ କରିଛି ମାଷ୍ଟର ଟ୍ରେନରଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ। ବରିଷ୍ଠ ବିଧାୟକ ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱ ଓ ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଗତକାଲି ପ୍ରଥମ ଦିନରେ କଟକ ଚୌଦ୍ୱାର, ହିଞ୍ଜିଳିକାଟୁ, ଜଗତସିଂହପୁର ଓ ଭଞ୍ଜନଗର ନିର୍ବାଚନମଣ୍ଡଳୀର ବରିଷ୍ଠ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଓଡ଼ିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା, ବିରୋଧୀଙ୍କ ମିଥ୍ୟା ଅପପ୍ରଚାରର ଦୃଢ଼ ଜବାବ୍‌‌ ଦେବା ସହିତ ରାଜ୍ୟ ସରକାରଙ୍କ ଦୁଇ ଦଶନ୍ଧିର ଉପଲବ୍ଧି ତଥା ରୂପାନ୍ତରଣ ଅଭିଯାନ ଏବଂ ଘରେ ଘରେ ଶଙ୍ଖକୁ ପହଞ୍ଚାଇବା ସମ୍ପର୍କରେ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଛନ୍ତି ବିଜେଡିର ବରିଷ୍ଠ ନେତୃବୃନ୍ଦ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ

ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଅନେକ କ୍ଷେତ୍ରରେ ରୂପାନ୍ତରଣ ସୁନିଶ୍ଚିତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବିଚଳିତ ଉଦ୍ୟମ ହେତୁ ୧୯୯୯ ମହାବାତ୍ୟାର ବିଭୀଷିକାରୁ ବାହାରି ବିକାଶର ପ୍ରୟୋଗଶାଳା ସାଜିଛି ଓଡ଼ିଶା। ଏକଦା ଆର୍ଥିକ ଅନଗ୍ରସର ଭାବେ ଚିତ୍ରଣ କରାଯାଉ ଥିବା ଓଡ଼ିଶା ଅନ୍ୟମାନଙ୍କ ପାଇଁ ସବୁ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି। ରାଜ୍ୟର ଋଣ ଭାର ହ୍ରାସ ସହିତ ରୋଜଗାର ବଢ଼଼ିଛି। ଓଡ଼ିଶାର ଏହି ସଫଳ ଜୟଯାତ୍ରାକୁ ବିଜେଡି କର୍ମୀମାନେ ଘରେ ଘରେ ପହଞ୍ଚାଇବେ। ଆଜି କାର୍ଯ୍ୟକ୍ରମର ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳାକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। କେନ୍ଦ୍ର ସରକାରଙ୍କର ଏହି ବୈମାତୃକ ମନୋଭାବ ବିରୋଧରେ ସ୍ୱର ଶାଣୀତ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଦଳର ଶୀର୍ଷ ନେତୃତ୍ୱ। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ପଦଯାତ୍ରା ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କ ରୂପାନ୍ତରଣ ବାର୍ତ୍ତା ପହଞ୍ଚାଯିବ। ସାଂଗଠନିକ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ସହିତ ଜେନା ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସଶକ୍ତ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଏଥିସହ ବିଜେଡିର ଭବିଷ୍ୟ କାର୍ଯ୍ୟପନ୍ଥା ଏବଂ ରଣନୀତି ସମ୍ପର୍କରେ ମଧ୍ୟ କର୍ମୀମାନଙ୍କୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

କାର୍ଯ୍ୟକ୍ରମର ଆବାହକ ତଥା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ୨୦୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ଅବସରରେ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାର ବିକାଶ ହିଁ ବିଜେଡିର ମୂଳ ଆଭିମୁଖ୍ୟ। ତେଣୁ ଆଜି ଠାରୁ ଆରମ୍ଭ ହୋଇଥିବା ଦିଗଦର୍ଶନ କାର୍ଯ୍ୟକ୍ରମରେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ବିକାଶ ଯାତ୍ରାକୁ ଆଧାର କରି ଆମେ ଆଗକୁ ବଢ଼଼ୁଛୁ। ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ଉପରେ ଓଡ଼ିଶାବାସୀଙ୍କର ଯେଉଁ ଆସ୍ଥା ଓ ଭରସା ରହିଛି ତାହାକୁ ଆହୁରି ସୁଦୃଢ଼ କରାଯିବ। ରାଜ୍ୟ ସରକାର ଓ ବିଜେଡିର ଉପଲବ୍ଧିର ବାର୍ତ୍ତାକୁ କର୍ମୀମାନେ ଘରେ ଘରେ ପହଞ୍ଚାଇବେ। ସେହିପରି ବିରୋଧୀ ଦଳ ଯେପରି ଭାବେ ସରକାରଙ୍କୁ ବଦନାମ କରିବା ପାଇଁ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି ତାହାର ଦୃଢ଼ ଜବାବ୍‌‌ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଓଡ଼ିଶାବାସୀ ଲଗାତାର ୫ ଥର ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରିଛନ୍ତି। ଆଗକୁ ମଧ୍ୟ ୬ଷ୍ଠଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ନିର୍ବାଚନ ଆସେ ଆଉ ଯାଏ, କିନ୍ତୁ ପ୍ରତିଥର ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଆଶା ଓ ଭରସା ଆହୁରି ସୁଦୃଢ଼ ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp