ଛାତ୍ର ସଂସଦ ନିର୍ବାଚନ ୨୦୨୬: କ୍ୟାମ୍ପସରେ ହିଂସା ଓ ବାହାର ଲୋକଙ୍କ ପ୍ରବେଶକୁ ନେଇ ଡିଜିପିଙ୍କ କଡ଼ା ଚେତାବନୀ

Madhusudan Das Picture
Published On

ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ଏକ କଡ଼ା ଚେତାବନୀ ଜାରି କରି କହିଛନ୍ତି ଯେ, କ୍ୟାମ୍ପସରେ କୌଣସି ପ୍ରକାର ହିଂସା ଏବଂ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ।

ଆହୁରି ପଢ଼ନ୍ତୁ: ପୋଖରୀରେ ଗାଧୋଇବା ହେଲା କାଳ; ପାଣିରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ (ଏସପି) ମାନଙ୍କ ସହ ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରି ଡିଜିପି ସ୍ପଷ୍ଟ କରିଛନ୍ତି ଯେ, ଛାତ୍ର ରାଜନୀତିରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବାହାର ଲୋକ ତଥା ଅଣ-ଛାତ୍ରମାନଙ୍କ ଉପରେ କଡ଼ା ନଜର ରଖାଯିବ। କ୍ୟାମ୍ପସରେ ଅଣ-ଛାତ୍ରମାନଙ୍କ ପ୍ରବେଶ ଏବଂ ନିର୍ବାଚନ ପ୍ରଚାରକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା; ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚୀ ଅନୁଯାୟୀ, ଆସନ୍ତା ଅକ୍ଟୋବର ୭ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ଅକ୍ଟୋବର ୯ ରେ ନାମାଙ୍କନ ଦାଖଲ, ଅକ୍ଟୋବର ୧୦ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିପରି ଅକ୍ଟୋବର ୧୪ ରେ “ହ୍ୱାଇ ଆଇ ଷ୍ଟାଣ୍ଡ ଫର” (Why I Stand For) ସଭା ଏବଂ ଅକ୍ଟୋବର ୧୫ ତାରିଖରେ ମତଦାନ ସହ ଫଳାଫଳ ଘୋଷଣା କରାଯିବ। ନବନିର୍ବାଚିତ ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ଉତ୍ସବ ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଯୁବକକୁ ଏନ୍‌କାଉଣ୍ଟର କଲା ପୋଲିସ

ଲିଙ୍ଗଡୋ କମିଟିର ସୁପାରିଶକୁ ଭିତ୍ତି କରି ନିର୍ବାଚନରେ କୌଣସି ରାଜନୈତିକ ଦଳର ସିଧାସଳଖ ହସ୍ତକ୍ଷେପକୁ ବାରଣ କରାଯାଇଛି। ପ୍ରତ୍ୟେକ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୫,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ନିୟମର ଉଲ୍ଲଂଘନ କଲେ ସିଧାସଳଖ ପ୍ରାର୍ଥୀତ୍ୱ ବାତିଲ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର