ରାଜ୍ୟରେ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ: ଆଜି ନାମାଙ୍କନ ଦାଖଲ ପ୍ରକ୍ରିୟା, କମ୍ପୁଛି କଲେଜ କ୍ୟାମ୍ପସ୍

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସକୁ ଛାତ୍ର ରାଜନୀତି ଫେରିଥିବା ବେଳେ ଆଜି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନିଜର ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ଏହାପରେ ଦିନ ୨ଟାରୁ ଅପରାହ୍ନ ୪ଟା ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବ ଏବଂ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଭାସିଗଲେ ଉତ୍ତରପ୍ରଦେଶର ତୀର୍ଥଯାତ୍ରୀ

ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, କ୍ୟାମ୍ପସରେ ହିଂସା, ଗୋଷ୍ଠୀ ସଂଘର୍ଷ ଏବଂ ଶିକ୍ଷାଗତ ପରିବେଶରେ ବାଧା ଉପୁଜିବା ଆଶଙ୍କା କାରଣରୁ ଗତ ୨୦୧୭ ମସିହାରୁ ନିୟମିତ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିଲା। ଏବେ ପୁଣିଥରେ ନିର୍ବାଚନ ଫେରୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ପାରିବାରିକ ଅଶାନ୍ତି ଦୂର କରିବାକୁ ଗୁଣିଆ ପାଖକୁ ଯାଇଥିଲେ ମହିଳା, ୩ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ

ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା କର୍ତ୍ତୃପକ୍ଷଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ନାମାଙ୍କନ ଦାଖଲ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ କଲେଜ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ ପ୍ରଶାସନ ମଧ୍ୟ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସଜାଗ ରହିଛି।

ଆହୁରି ପଢ଼ନ୍ତୁ: ଲାଞ୍ଚ ନେଉଥିବା ବେଳେ ଏକଲବ୍ୟ ମଡେଲ ସ୍କୁଲ ଅଧ୍ୟକ୍ଷଙ୍କୁ ଧରିଲା ସିବିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର