ପ୍ରକାଶ ପାଇଲା OJEE-2025 ରେଜଲ୍ଟ : ୫୫ ହଜାର ୩୬୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ

The Sakala Picture
Published On

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ।ଛାତ୍ରଛାତ୍ରୀ  www.ojee.nic.in ୱେବସାଇଟକୁ ଯାଇ ସେମାନଙ୍କ ପଞ୍ଜୀକରଣ ଆଇଡି ଓ ପାସୱାର୍ଡ଼ ମାଧ୍ୟମରେ ରାଙ୍କ କାର୍ଡ ପାଇପାରିବେ।। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଏହି ସମସ୍ତ ପାଠ୍ଯକ୍ରମରେ ଟପ୍ପର ହୋଇଥିବା ନାମଗୁଡିକ ହେଉଛି- B.PHARM ଯତିନ ମେହେର […]

ଭୁବନେଶ୍ୱର:ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ।ଛାତ୍ରଛାତ୍ରୀ  www.ojee.nic.in ୱେବସାଇଟକୁ ଯାଇ ସେମାନଙ୍କ ପଞ୍ଜୀକରଣ ଆଇଡି ଓ ପାସୱାର୍ଡ଼ ମାଧ୍ୟମରେ ରାଙ୍କ କାର୍ଡ ପାଇପାରିବେ।। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଏହି ସମସ୍ତ ପାଠ୍ଯକ୍ରମରେ ଟପ୍ପର ହୋଇଥିବା ନାମଗୁଡିକ ହେଉଛି-

ଆହୁରି ପଢ଼ନ୍ତୁ: ଶୁଭଶ୍ରୀ ନିଖୋଜ ଘଟଣା: ଥାନାରେ ଏତଲା ଦେବାରେ ୭ ଦିନର ବିଳମ୍ବ, ଘନୀଭୂତ ହେଉଛି ରହସ୍ୟ

  • B.PHARM ଯତିନ ମେହେର ଟପ୍ପର
  • LE-TECH(DIP) ଗୌରବ ସ୍ବାଇଁ ଟପ୍ପର
  • LE-TECH(B.sc) ସାକ୍ସି କୁମାରୀ ଟପ୍ପର
  • LE-PHARM ସାଗରିକା ଦାଶ ଟପ୍ପର
  • MBA ରେ ଅନୁରାଗ ମିଶ୍ର ଟପ୍ପର
  • MCA/M.sc(comp.sc)ଏସ୍‌ ସିସେନ୍ଦ୍ରି ଟପ୍ପର
  • INT.MBA ଅଶୁଂମାନ ପତି ଟପ୍ପର
  • B.CAT(CSRS) ନେହା ପିୟଦର୍ଶନୀ ଟପ୍ପର
  • B.CAT(Film Editing) ସନ୍ଦିକ୍ଷା ନାୟକ ଟପ୍ପର
  • M.PHARM ହିତେଶ କୁମାର ଧଳ ଟପ୍ପର
  • M.ARCH ଅସ୍ମିତା ସୁବୁଦ୍ଧି ଟପ୍ପର
  • M.PLAN ଉର୍ମିକାନ୍ତ ମଣିନନ୍ଦନ ସାହୁ ଟପ୍ପର
  • M.TECH ମନ୍ମଥନାଥ ବେହେରା ଟପ୍ପର

ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ ହୋଇଥିଲା। ରାଜ୍ୟର ସମସ୍ତ ୩୦ ଜିଲ୍ଲା ସହିତ ରାଜ୍ୟ ବାହାରର ୩ଟି ସହର )କଲିକତା,ପାଟଣା ଓ ରାଞ୍ଚି)ରେ ମୋଟ୍‌ ୭୦ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏବର୍ଷ ମୋଟ୍‌ ୯୨ ହଜାର ୪୮୮ ପିଲା ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିବା ବେଳେ ୮୦ ହଜାର ୩୨୪ ପିଲା ପରୀକ୍ଷାରେ ଅଂଶଗ୍ରହଣ କରିିଥିଲେ। ସେମାନଙ୍କ ମଧ୍ୟରୁ ୫୫ ହଜାର ୩୬୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଅଭାବନୀୟ ଘଟଣା: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର