ମହିଳା ଅସୁରକ୍ଷିତ ନେଇ ଓଡ଼ିଶା ନିନ୍ଦିତ, ରାଜ୍ୟ ସରକାର ସୁଭଦ୍ରା ପ୍ରଚାରରେ ବ୍ୟସ୍ତ: ବିଜେଡି

The Sakala Picture
Published On

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଜଣେ ଦଳିତ ନାବାଳିକାର ଗଣଦୁଷ୍କର୍ମ ସାମ୍ନାକୁ ଆସିବା ପରେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ଓ ମହିଳା ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଅପାରଗତା ଏଥିପାଇଁ ଦାୟୀ ବୋଲି ବିଜୁ ଜନତା ଦଳ କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ  ଧ୍ରୁବ ଚରଣ ସାହୁ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଛାତ୍ରୀ ଓ ମହିଳା […]

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଜଣେ ଦଳିତ ନାବାଳିକାର ଗଣଦୁଷ୍କର୍ମ ସାମ୍ନାକୁ ଆସିବା ପରେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ଓ ମହିଳା ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଅପାରଗତା ଏଥିପାଇଁ ଦାୟୀ ବୋଲି ବିଜୁ ଜନତା ଦଳ କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ  ଧ୍ରୁବ ଚରଣ ସାହୁ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଛାତ୍ରୀ ଓ ମହିଳା ମାନଙ୍କ ଉପରେ ନିର୍ୟାତନା ଓ ଦୁଷ୍କର୍ମ ପ୍ରତ୍ୟେକ ଦିନ ଉଦ୍ବେଗଜନକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରର କେଦାରଗୌରୀ ମନ୍ଦିର ପରିସରକୁ 'ସଂରକ୍ଷିତ ସ୍ମାରକୀ' ଘୋଷଣା କଲେ ରାଜ୍ୟ ସରକାର

ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ କହିଥିଲେ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ରାଜ୍ୟରେ ନିତିଦିନିଆ ହୋଇଯାଇଥିବା ବେଳେ, ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ରାଜନଗର ଅଞ୍ଚଳରେ ଜଣେ ଦଳିତ ନାବାଳିକା ତାର ପିଉସା ସହିତ ଭାଲୁକୁଣୀ ମୂର୍ତ୍ତି କିଣିବାକୁ ଯିବା ସମୟରେ ସନ୍ଧ୍ୟା ୫ଟା ସମୟରେ ତାଙ୍କୁ ଗୋଟିଏ ନିକାଞ୍ଚନ ଜାଗାକୁ ନେଇ ୫ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ସହିତ ଭିଡିଓ ଉତ୍ତୋଳନ କରିଥିଲେ । ପୀଡିତା ଜଣକ ଭୟଭୀତ ହୋଇ ଘଟଣା ସମ୍ପର୍କରେ କାହା ଆଗରେ ପ୍ରକାଶ କରିବାକୁ ସାହସ କରିପାରି ନଥିଲା । ଦୁର୍ବୃତ୍ତ ମାନେ ସେହି ଭିଡିଓକୁ ଭାଇରାଲ କରିବାକୁ ଉଦ୍ୟମ କରିଥିଲେ । ପୀଡ଼ିତାଙ୍କ ଭାଇଙ୍କ ନଜରରେ ଏହି ଭିଡିଓ ଆସିବା ପରେ, ପରିବାର ଲୋକ ଏହି ଘଟଣା ବିଷୟରେ ଅବଗତ ହୋଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଅସହ୍ୟ ହେଲା ମାଆର ନିର୍ଯାତନା; ଚାଉଳ ପୋକମରା ଔଷଧ ଖାଇ ଜୀବନ ହାରିଲା ଝିଅ

ଉଲ୍ଲେଖଯୋଗ୍ୟ, ଅନ୍ୟ ଏକ ଘଟଣାରେ ଗତ ୬ ତାରିଖ ଦିନ ପଟ୍ଟାମୁଣ୍ଡାଇରେ ଜନୈକ କଲେଜ ଛାତ୍ରୀ ଆତ୍ମଦାହ କରିଥିଲେ । ଶ୍ରୀ ସାହୁ ଆହୁରି କହିଥିଲେ, ରାଜ୍ୟର ଗୃହ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରହିଥିଲେ ମଧ୍ୟ, ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ସୁରକ୍ଷା ସ୍ଥିତିରେ ସୁଧାର ଆସୁନାହିଁ । ମହିଳା ମାନଙ୍କ ବିକାଶ ପାଇଁ ସରକାର କେବଳ ସୁଭଦ୍ରା ସୁଭଦ୍ରା ପ୍ରଚାର କରୁଛନ୍ତି । କିନ୍ତୁ ବାସ୍ତବରେ ସରକାରଙ୍କ ଏହି ପ୍ରଚାର ମହିଳା ମାନଙ୍କ ପାଇଁ ଏକ ଉପହାସରେ ପରିଣତ ହୋଇଛି ।

ଆହୁରି ପଢ଼ନ୍ତୁ: ନଦୀପଠାରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଡ଼ ଲେନିନ ମହାନ୍ତି କହିଥିଲେ, ଗୋଟିଏ ମାସ ଭିତରେ ଚାରି ଚାରି ଜଣ ଛାତ୍ରୀ ପୋଡିହୋଇ ମରିଥିବା ବେଳେ, ଆଜି ମଧ୍ୟ ଭୁବନ ଅଞ୍ଚଳରେ ଜଣେ ମହିଳା ୫୦ ପ୍ରତିଶତ ପୋଡି ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭଳି ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ମହିଳା ଅସୁରକ୍ଷିତ ବୋଲି ଜାତୀୟ ଗଣମାଧ୍ୟମରେ ବାରମ୍ୱାର ଚର୍ଚ୍ଚା ହେଉଥିବାରୁ, ଓଡିଶା ଲଜ୍ଜିତ ଓ ନିନ୍ଦିତ ହେଉଛି । ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ଅସୁରକ୍ଷିତ ହୋଇପଡ଼ିଥିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ସମ୍ବେଦନହୀନତା ଅପାରଗ ପଣିଆ ଯୋଗୁଁ ଅପରାଧୀମାନେ ଭୟମୁକ୍ତ ହୋଇ ଅପରାଧ ଘଟାଉଛନ୍ତି । ସରକାରଙ୍କ ନିଦ ଭାଙ୍ଗୁ ଓ ଆଇନ ଶୃଙ୍ଖଳା ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର