ବିଧାନସଭା ଆରମ୍ଭରୁ ଆଜି ବି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଗୃହ ୪ଟା ଯାଏଁ ମୁଲତବି…

The Sakala Picture
Published On

ଭୁବନେଶ୍ବର: ଆରମ୍ଭରୁ ବିଧାନସଭାରେ ହଙ୍ଗାମା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସର ପ୍ରତିବାଦ। ଗୃହ ମଧ୍ୟଭାଗରେ ବିଜେଡିର ନାରାବାଜି। ପ୍ଲାକାର୍ଡ ଧରି ସ୍ଲୋଗାନ ଦେଲେ ବିଜେଡି ବିଧାୟକ। ନିଜ ଆସନରେ ଠିଆ ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ। ଅନାସ୍ଥା ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ। ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସର ପ୍ରତିବାଦ। ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଥିବା ବେଳେ […]

ଭୁବନେଶ୍ବର: ଆରମ୍ଭରୁ ବିଧାନସଭାରେ ହଙ୍ଗାମା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସର ପ୍ରତିବାଦ। ଗୃହ ମଧ୍ୟଭାଗରେ ବିଜେଡିର ନାରାବାଜି। ପ୍ଲାକାର୍ଡ ଧରି ସ୍ଲୋଗାନ ଦେଲେ ବିଜେଡି ବିଧାୟକ। ନିଜ ଆସନରେ ଠିଆ ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ। ଅନାସ୍ଥା ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ। ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସର ପ୍ରତିବାଦ। ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ ଥିବା ବେଳେ ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିପାରିଲା ନାହିଁ । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ବିଜେଡି ଜୋରଦାର ପ୍ରତିବାଦ ଜାରି ରଖିଛି। ଅଭିଯୋଗ କ୍ରମେ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଂକୋଚିତ କରି ଅଫିସର ମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ଗଣତନ୍ତ୍ରର ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ଶାସକ ଦଳକୁ ଘେରିଛି । ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦଳ ଦାବି କରିଛି। ସେପଟେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାକୁ ଗୃହରେ ଦାବି ଦୋହରାଇଛନ୍ତି ବିରୋଧିୀ। ଯାହାକୁ ନେଇ ଗୃହ ବେଶ ସରଗରମ୍ ହୋଇଥିଲା।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର