ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ ଦାସ ସହିଦ

The Sakala Picture
Published On

ଭୁବନେଶ୍ବର: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ ଦାସଙ୍କ ମୃତଦେହ ଠାବ ହୋଇଛି । ସହିଦ ସରୋଜଙ୍କ ମୃତଦେହ ଚିହ୍ନଟ କରିଛନ୍ତି ପରିବାରଲୋକେ। ଭିଡିଓ କଲ୍‌ ଯୋଗେ ଫଟୋ ଦେଖି ପରିବାରଲକେ ଚିହ୍ନଟ କରିଥିବା ସୂଚନା। ସୂଚନା ଅନୁଯାୟୀ, ଗତକାଲି ସିକ୍କିମ୍‌ରେ ବାଦଲଫଟା ବର୍ଷାକୁ ନେଇ ଅଚାନକ ବନ୍ୟା ଆସିବା ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହେବା ସହିତ ୧୨୦ ଜଣ ନିଖୋଜ ହୋଇଥିଲେ। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟ ସେନାର ୨୩ ଯବାନ […]

ଭୁବନେଶ୍ବର: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ ଦାସଙ୍କ ମୃତଦେହ ଠାବ ହୋଇଛି । ସହିଦ ସରୋଜଙ୍କ ମୃତଦେହ ଚିହ୍ନଟ କରିଛନ୍ତି ପରିବାରଲୋକେ। ଭିଡିଓ କଲ୍‌ ଯୋଗେ ଫଟୋ ଦେଖି ପରିବାରଲକେ ଚିହ୍ନଟ କରିଥିବା ସୂଚନା।

ଆହୁରି ପଢ଼ନ୍ତୁ: ପୁରୀରେ ନିମ୍ନମାନର ଓ ଭେଜାଲ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ: ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ କଡ଼ା ପଦକ୍ଷେପ

ସୂଚନା ଅନୁଯାୟୀ, ଗତକାଲି ସିକ୍କିମ୍‌ରେ ବାଦଲଫଟା ବର୍ଷାକୁ ନେଇ ଅଚାନକ ବନ୍ୟା ଆସିବା ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହେବା ସହିତ ୧୨୦ ଜଣ ନିଖୋଜ ହୋଇଥିଲେ। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟ ସେନାର ୨୩ ଯବାନ ରହିଥିଲା ବେଳେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ରହିଥିଲେ। ଓଡ଼ିଆ ଯବାନ ଭାରତୀୟ ସେନାରେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗ୍ରାମର ସରୋଜ ଦାସ। ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ଗତକାଲି ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା ବେଳେ ଶେଷଥର ପାଇଁ ଫୋନ୍‌ରେ ଭାଇଙ୍କ ସହ କଥା ହୋଇଥିଲେ।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୧୨ ଗ୍ରାମବାସୀ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର