ବରଯାତ୍ରୀଙ୍କ ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ: ପଥର ମାଡ଼ରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଗୁରୁତର

Madhusudan Das Picture
Published On

ବାରିପଦା: ଗାଡ଼ି ପାର୍କିଂ ଭଳି ଏକ ସାମାନ୍ୟ କଥାକୁ ନେଇ ଏକ ବିବାହ ଉତ୍ସବ ରଣକ୍ଷେତ୍ର ପାଲଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଭୟଙ୍କର ମାଡ଼ଗୋଳ ଓ ପଥର ମାଡ଼ରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩୭୯ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ, ୫୩୭୬ ଜଣଙ୍କୁ ସ୍ଥାନାନ୍ତର

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଗଡ଼ସାହି ଅଞ୍ଚଳକୁ ରାଇରଙ୍ଗପୁରରୁ ଏକ ବରଯାତ୍ରୀ ଦଳ ଆସିଥିଲେ। ସେଠାରେ ଗାଡ଼ି ପାର୍କିଂ କରିବା ସମୟରେ ସ୍ଥାନୀୟ କିଛି ଲୋକଙ୍କ ସହ ବରଯାତ୍ରୀ ଗୋଷ୍ଠୀର ପ୍ରଥମେ ବଚସା ଓ କଥା କଟାକଟି ହୋଇଥିଲା। ଦେଖୁ ଦେଖୁ ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା ଏବଂ ଉଭୟ ଗୋଷ୍ଠୀ ମଧ୍ୟରେ ହାତାହାତି ସହ ପ୍ରବଳ ପଥର ମାଡ଼ ହୋଇଥିଲା। ଘଟଣା ସମାଧାନ ପାଇଁ ଉଦ୍ୟମରତ ଥିବା ବେଳେ ଏହି ଅତର୍କିତ ପଥର ମାଡ଼ରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଗଣ୍ଡଗୋଳରେ ଉଭୟ ପକ୍ଷର ଅନ୍ୟ ୪ ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ କରଞ୍ଜିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅପରାହ୍ନରେ କଟକ ବାଲିଯାତ୍ରାର କରିବେ ଉଦ୍‌ଘାଟନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର