ଦୀଘା ଜଗନ୍ନାଥ ମନ୍ଦିର ନାମରୁ ହଟିଲା ‘ଧାମ’ ଶବ୍ଦ: ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ଓଡିଶା ସରକାର

Madhusudan Das Picture
Published On

ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ଦୀର୍ଘଦିନର ବିବାଦର ଶେଷରେ ଅନ୍ତ ଘଟିଛି। ମନ୍ଦିର ପରିସରର ନାମରୁ ‘ଧାମ’ ଶବ୍ଦକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି। ଏଣିକି ଏହି ପରିସର ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଭାବେ ପରିଚିତ ହେବ ଏବଂ ମନ୍ଦିରକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ କୁହାଯିବ। ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି।  

ଆହୁରି ପଢ଼ନ୍ତୁ: ବାତ୍ୟା ପାଇଁ ଭୁବନେଶ୍ୱର ବିମାନବନ୍ଦର ଆଲର୍ଟ, ଯାତ୍ରୀଙ୍କୁ ଫ୍ଲାଇଟ୍ ସ୍ଥିତି ଯାଞ୍ଚ କରି ଯାତ୍ରା କରିବାକୁ ପରାମର୍ଶ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱର ଆଧ୍ୟାତ୍ମିକ କେନ୍ଦ୍ରବିନ୍ଦୁ ଏବଂ କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ଶ୍ରେଷ୍ଠ ପ୍ରତୀକ। ପୂର୍ବରୁ ପଶ୍ଚିମବଙ୍ଗ ସରକାର ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବେ ନାମିତ କରି ପୁରୀ ଶ୍ରୀକ୍ଷେତ୍ରର ଅନନ୍ୟ ଧାର୍ମିକ ଗୁରୁତ୍ୱକୁ ଅଣଦେଖା କରିଥିଲେ। ଏହାଦ୍ୱାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଥିଲା। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଉଚିତ ପଦକ୍ଷେପ ନେଇଥିବାରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।  

ଆହୁରି ପଢ଼ନ୍ତୁ: ନବୀନ ନିବାସରେ ଇଣ୍ଡୋନେସିଆ କୂଟନୈତିକ ପ୍ରତିନିଧି

ସୂଚନାଯୋଗ୍ୟ, ଏପ୍ରିଲ ୩୦, ୨୦୨୫ରେ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟିତ ହୋଇଥିଲା। ସେହି ସମୟରେ ଏହି ପ୍ରକଳ୍ପର ନାମ ‘ଜଗନ୍ନାଥ ଧାମ’ ରଖାଯାଇଥିଲା, ଯାହାକୁ ନେଇ ଓଡ଼ିଶାର ବିଭିନ୍ନ ମହଲରେ ତୀବ୍ର ପ୍ରତିବାଦ କରାଯାଇଥିଲା। ପୁରୀ ହେଉଛି ହିନ୍ଦୁ ଧର୍ମର ଚାରି ପବିତ୍ର ଧାମ ମଧ୍ୟରୁ ଅନ୍ୟତମ, ତେଣୁ ଦୀଘା ମନ୍ଦିରକୁ ‘ଧାମ’ କୁହାଯିବା ଶାସ୍ତ୍ରୀୟ ଓ ଧାର୍ମିକ ଦୃଷ୍ଟିକୋଣରୁ ଅନୁଚିତ ବୋଲି ଭକ୍ତମାନେ ଦାବି କରିଆସୁଥିଲେ। ଜୁନ୍ ୯, ୨୦୨୬ରେ ଶୁଭେନ୍ଦୁ ଅଧିକାରୀ ଏହି ନାମ ପରିବର୍ତ୍ତନ ନେଇ ଘୋଷଣା କରିବା ପରେ ଏବେ ଏହାକୁ ଆନୁଷ୍ଠାନିକ ଅନୁମୋଦନ ମିଳିଛି। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ଏହି ଧାର୍ମିକ ବିବାଦର ସମାଧାନ ହୋଇଛି।

ଆହୁରି ପଢ଼ନ୍ତୁ: ବରଯାତ୍ରୀଙ୍କ ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ: ପଥର ମାଡ଼ରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର