ବୁଧବାରର ପଡିଛି ଛାଡ଼ଖାଇ: ମଟନ୍ ଓ ଚିକେନ୍ ପାଇଁ ଗ୍ରାହକଙ୍କ ଭିଡ଼, ଚଳଚଞ୍ଚଳ ଆମିଷ ବଜାର

Madhusudan Das Picture
Published On

ଭୁବନେଶ୍ୱର: ଦୀର୍ଘ ଏକ ମାସ ପରେ ପାଟିରେ ବାଜିବ ଆମିଷ । ଆଉ ସିଏ ବି ପୁଣି ବୁଧବାରର ପଡିଛି ଛାଡ଼ଖାଇ ।ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଆମିଷ ବଜାର। ଗତ ବର୍ଷ ଏହି ପର୍ବ ଗୁରୁବାର ପଡ଼ିଥିବାରୁ ଅନେକ ଲୋକ ନିଜର ଭୋଜିକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଥିଲେ। ମାତ୍ର ଚଳିତ ବର୍ଷ ଏହା ବୁଧବାର ପଡୁଥିବାରୁ ଆମିଷ ପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ବଜାରକୁ ମାଛ, ଚିକେନ୍ ଓ ମଟନ୍ ବୋଝେଇ ଟ୍ରକ୍‌ଗୁଡ଼ିକ ପହଞ୍ଚିବା ଆରମ୍ଭ କରିଛି।  

ଆହୁରି ପଢ଼ନ୍ତୁ: ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ କେନ୍ଦୁଝରର ୮୪ ଜଣ ମେଧାବୀ ଛାତ୍ରୀଙ୍କୁ ବେଟି ପଢ଼ାଓ ସ୍କଲାରସିପ୍ ପ୍ରଦାନ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାଡ଼ଖାଇରେ ମଟନ୍ ବା ଖାସି ମାଂସର ଚାହିଦା ସବୁଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ଚାହିଦା ମେଣ୍ଟାଇବା ପାଇଁ ବିହାର ଏବଂ ଉତ୍ତର ପ୍ରଦେଶରୁ ସ୍ୱତନ୍ତ୍ର ଛେଳି ଅଣାଯାଇଛି। ଏହା ବ୍ୟତୀତ ବାରିପଦା, ନୟାଗଡ଼ ଏବଂ ଯଶୀପୁରରୁ ମଧ୍ୟ ମାଂସ ଆମଦାନୀ କରାଯାଉଛି। ବଜାରରେ ମଟନ୍ ଦର ପ୍ରତି କିଲୋଗ୍ରାମ ପିଛା ୯୦୦ରୁ ୯୫୦ ଟଙ୍କା ମଧ୍ୟରେ ରହିବ ବୋଲି ଜଣାପଡ଼ିଛି। ବ୍ୟବସାୟୀଙ୍କ ଅନୁଯାୟୀ, ପ୍ରାୟ ୫୦୦ କ୍ୱିଣ୍ଟାଲରୁ ଅଧିକ ମଟନ୍ ବିକ୍ରି ହେବାର ସମ୍ଭାବନା ରହିଛି।  

ଆହୁରି ପଢ଼ନ୍ତୁ: କୁହୁଡି ଯୋଗୁଁ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୫ ଗୁରୁତର

କୁକୁଡ଼ା ମାଂସ ପାଇଁ ମଧ୍ୟ ବଜାରରେ ଭଲ ଭିଡ଼ ଜମିଛି। ସାଧାରଣ ଚିକେନ୍ ଦର କିଲୋ ପିଛା ୨୪୦ରୁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ସୋନାଲି ଚିକେନ୍ ୫୦୦ ଟଙ୍କା, କଲର୍ଡ ବ୍ରଏଲର୍ ୨୫୦ ଟଙ୍କା ଏବଂ ଦେଶୀ କୁକୁଡ଼ା ମାଂସ କିଲୋ ପିଛା ୬୫୦ ଟଙ୍କାରେ ବିକ୍ରି ହେଉଛି। କେବଳ ମାଂସ ନୁହେଁ, ଚିଙ୍ଗୁଡ଼ି ଓ କଙ୍କଡ଼ା ପାଇଁ ମଧ୍ୟ ଗ୍ରାହକମାନେ ଆଗୁଆ ଅର୍ଡର ଦେଉଥିବା ଦେଖାଯାଇଛି।  

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା OSSTET-୨୦୨୬ ପରୀକ୍ଷାଫଳ, ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ସର୍ବଭାରତୀୟ ଓଡ଼ିଶା ଆମିଷ ବ୍ୟବସାୟୀ ସଂଘର ସୂଚନା ଅନୁଯାୟୀ, ଚଳିତ ବର୍ଷ ଛାଡ଼ଖାଇ ଅବସରରେ ସମଗ୍ର ରାଜ୍ୟରେ ପ୍ରାୟ ୮.୫ କୋଟି ଟଙ୍କାର କାରବାର ହୋଇପାରେ। କେବଳ ମଟନ୍ ବଜାରରେ ପ୍ରାୟ ୨.୬୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଥିବା ବେଳେ ବ୍ୟବସାୟୀମାନେ ଅଧ ରାତିରୁ ପାଇକାରୀ ବଜାରରେ ଲମ୍ବା ଧାଡ଼ି ବାନ୍ଧି ସାମଗ୍ରୀ ସଂଗ୍ରହ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର