ପୁଣି ଦୁର୍ଘଟଣା ଘଟାଇଲା 'ଆମ ବସ୍'; ମହିଳାଙ୍କ ଗୋଡ଼ ଉପରେ ଚଢ଼ିଗଲା ବସ୍, ଅବସ୍ଥା ଗୁରୁତର

Madhusudan Das Picture
Published On

କଟକ: 'ଆମ ବସ୍' ଧକ୍କାରେ ମହିଳା ଗୁରୁତର । କଟକ ସହରର ଲିଙ୍କ୍ ରୋଡ୍ ସ୍ଥିତ ବିଏସଏନଏଲ (BSNL) କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏହି ସଡ଼କ ଦୁର୍ଘଟଣା ଘଟିଛି। 'ଆମ ବସ' ଧକ୍କାରେ ଜଣେ ମହିଳା ପଦଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ବସଟି ମହିଳାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା 'ଅକୱାନ': ଘଣ୍ଟାପ୍ରତି ୮୦ କିମି ବେଗରେ ବହୁଛି ପବନ

ସୂଚନା ଅନୁଯାୟୀ, ମଧୁପାଟଣାରୁ ବାଦାମବାଡ଼ି ଅଭିମୁଖେ ଯାଉଥିବା ଏହି 'ଆମ ବସ୍'ଟି ଅତି ଦ୍ରୁତ ଗତିରେ ଥିଲା। ଲିଙ୍କ୍ ରୋଡ୍ ନିକଟରେ ବସଟି ଜଣେ ମହିଳାଙ୍କୁ ଧକ୍କା ଦେବା ସହ ତାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆହତ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: BW Legal World: ବିଡ଼ବ୍ଲ୍ୟୁ ଲିଗାଲ ୱାର୍ଲଡର ପ୍ରଭାବଶାଳୀ ମହିଳା ଓକିଲ ତାଲିକାରେ ଓଡିଆ ଝିଅ ରାଜଦୀପା

ଖବର ପାଇ ମଧୁପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ 'ଆମ ବସ୍' ଦ୍ୱାରା ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବେପରୁଆ ଗାଡ଼ି ଚାଳନା ଏବଂ ଟ୍ରାଫିକ ନିୟମର ଉଲ୍ଲଂଘନ ପଥଚାରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। 

ଆହୁରି ପଢ଼ନ୍ତୁ: ନବୀନଙ୍କ ବିଦେଶ ଗସ୍ତକୁ ନେଇ ଅପପ୍ରଚାର: ଓଡ଼ିଶାବାସୀ ପଞ୍ଚାୟତରେ ଜବାବ ଦେବେ ବୋଲି କହିଲେ ମାନସ ମଙ୍ଗରାଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର