ଆଇପିଏଲ-୨୦୨୭ ମିନି ନିଲାମ: ଗୋଆରେ ଜମିବ ଖେଳାଳିଙ୍କ ହାଟ, ୧୨୨୦ କ୍ରିକେଟରଙ୍କ ପଞ୍ଜୀକରଣ

Suryakanta Picture
Published On

ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୭ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଅନୁଷ୍ଠିତ ହେବାକୁ ଥିବା ମିନି ନିଲାମ ପାଇଁ ଦେଶ ବିଦେଶରୁ ମୋଟ୍ ୧୨୨୦ ଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି।

ଆହୁରି ପଢ଼ନ୍ତୁ: କେଏଲ ରାହୁଲଙ୍କ ଐତିହାସିକ ସଫଳତା: ସମସ୍ତ ସେନା (SENA) ଦେଶରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଓପନର

ଚଳିତ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ୧୨୨୦ ଖେଳାଳିଙ୍କ ମଧ୍ୟରେ ୯୩୯ ଜଣ ଭାରତୀୟ ଏବଂ ୨୮୧ ଜଣ ବିଦେଶୀ ଖେଳାଳି ରହିଛନ୍ତି। ସମସ୍ତ ୧୦ଟି ଫ୍ରାଞ୍ଚାଇଜି ପୂର୍ବରୁ ୧୮୪ ଜଣ ଖେଳାଳିଙ୍କୁ ନିଜ ଦଳରେ ବଜାୟ ରଖିଥିବା ବେଳେ, ଏବେ ନିଲାମରେ କେବଳ ୬୬ଟି ଖାଲି ସ୍ଥାନ ପାଇଁ ବୋଲି ଲଗାଯିବ। ଏହି ସ୍ଥାନଗୁଡ଼ିକ ମଧ୍ୟରୁ ୨୫ଟି ବିଦେଶୀ ଖେଳାଳିଙ୍କ ପାଇଁ ସଂରକ୍ଷିତ ରହିଛି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଭେଶ ଖାନ ଓ ଦୀପକ ଚହରଙ୍କ ବେସ୍ ପ୍ରାଇସ ସର୍ବାଧିକ ୨ କୋଟି ଟଙ୍କା ଥିବାବେଳେ ଆକାଶଦୀପ ସିଂହ ଓ ଉମେଶ ଯାଦବଙ୍କ ଭଳି ତାରକାଙ୍କ ମୂଲ୍ୟ ୧ କୋଟି ଟଙ୍କା ରଖାଯାଇଛି।

ବିଦେଶୀ ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ଏବଂ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟପଟେ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ମଧ୍ୟ ପଞ୍ଜୀକରଣ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ବିସିସିଆଇର ନୂଆ ନିୟମ ଅନୁଯାୟୀ, ୫ ବର୍ଷରୁ ଅଧିକ ସମୟ ଧରି ଆନ୍ତର୍ଜାତୀୟ ମ୍ୟାଚ ଖେଳିନଥିବା ୭ ଜଣ ପୂର୍ବତନ ଭାରତୀୟ କ୍ୟାପ୍‌ଡ ଖେଳାଳିଙ୍କୁ ଚଳିତ ଥର 'ଅନ୍‌କ୍ୟାପ୍‌ଡ' ବର୍ଗରେ ସାମିଲ କରାଯାଇଛି।

ଏହି ଅନ୍‌କ୍ୟାପ୍‌ଡ ତାଲିକାରେ ଈଶାନ୍ତ ଶର୍ମା, ନୀତିଶ ରାଣା, ନବଦୀପ ସୈନି, ଚେତନ ସାକାରିଆ ଓ ସନ୍ଦୀପ ୱାରିୟରଙ୍କ ଭଳି ଖେଳାଳି ରହିଛନ୍ତି। ବର୍ତ୍ତମାନ ପଞ୍ଜୀକରଣ କରିଥିବା ୧୨୨୦ ଖେଳାଳିଙ୍କ ମଧ୍ୟରୁ ଏକ ସ୍କ୍ରିନିଂ ପ୍ରକ୍ରିୟା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୧୬ରେ ଗୋଆରେ ହେବାକୁ ଥିବା ଏହି ମିନି ନିଲାମରେ କେଉଁ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷିବ, ତାହା ଦେଖିବାକୁ ବାକି ରହିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp