ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା: ଆବେଦନ ସମୟସୀମା ନଭେମ୍ବର ୨୯ ପର୍ଯ୍ୟନ୍ତ ବୃଦ୍ଧି କଲା BSE

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ରାଜ୍ୟର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (OMAV) ରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ବୃଦ୍ଧି କରାଯାଇଛି। ୨୦୨୭-୨୮ ଶିକ୍ଷାବର୍ଷ ନିମନ୍ତେ ଆୟୋଜିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଏବେ ଅଧିକ ସମୟ ପାଇବେ। ବୋର୍ଡ ପକ୍ଷରୁ ନଭେମ୍ବର ୨୫ ତାରିଖରେ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଆବେଦନର ସମୟସୀମାକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି। ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ବଢିଲା ଆବେଦନ କରିବା ତାରିଖ । ୨୯ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନ୍‌ଲାଇନରେ କରି ହେବ ଆବେଦନ ।

ଆହୁରି ପଢ଼ନ୍ତୁ: କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସ୍ୱାଧୀନ ପ୍ରଧାନ ଗିରଫ

ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ୍ ଆବେଦନର ଶେଷ ତାରିଖ ୨୦୨୬ ନଭେମ୍ବର ୨୫ ରାତି ୧୨ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ତେବେ ବୋର୍ଡର ନୂତନ ନିଷ୍ପତ୍ତି ଅନୁଯାୟୀ ଏହି ଅବଧିକୁ ବୃଦ୍ଧି କରାଯାଇଛି, ଯାହାଦ୍ୱାରା ଅଧିକରୁ ଅଧିକ ଯୋଗ୍ୟ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ବିଜେପିର ବଡ଼ ପରାଜୟ ପରେ ବିଜେଡିର କଟାକ୍ଷ: ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ବି ସମଦଶା ଭୋଗିବ ବିଜେପି

ଏହି ନାମଲେଖା ପ୍ରକ୍ରିୟା ଷଷ୍ଠ ଶ୍ରେଣୀରେ ନୂତନ ନାମଲେଖା ସହିତ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଲ୍ୟାଟେରାଲ୍ ଏଣ୍ଟ୍ରି ପାଇଁ ଉଦ୍ଦିଷ୍ଟ। OAVET / OMAVET-2027 ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମାଇନିଂ ଆଦର୍ଶ ବିଦ୍ୟାଳୟ ଏବଂ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନେ ମନୋନୀତ ହେବେ। ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଧିକ ସୂଚନା ପାଇଁ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ।

ଆହୁରି ପଢ଼ନ୍ତୁ: ବିଫଳତା ଲୁଚାଇବାକୁ ଅପ୍ରସଙ୍ଗର ସାହାରା ନେଉଛନ୍ତି ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର