ମୁମ୍ବାଇରେ ବୋମା ଆତଙ୍କ: ଅମିତାଭ ବଚ୍ଚନଙ୍କ ‘ଜଲସା’ ବଙ୍ଗଳା ଓ ମେୟରଙ୍କୁ ଉଡ଼ାଇ ଦେବାକୁ ଧମକ

Suryakanta Picture
Published On

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପୁଣି ଥରେ ବୋମା ଧମକକୁ ନେଇ ଆତଙ୍କ ଖେଳିଯାଇଛି। ମୁମ୍ବାଇ ମେୟର ରିତୁ ତାୱଡେ ଏବଂ ବିଏମସି କମିଶନର ଅଶ୍ୱିନୀ ଭିଡେଙ୍କୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି, ଯେଉଁଥିରେ ବଲିଉଡ୍ ସେହେନସା ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଉଡ଼ାଇ ଦେବାକୁ ଚେତାବନୀ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପୁଏର୍ତ୍ତୋ ରିକୋର ଜେନିଫର ବାରେଟୋ ହେଲେ ‘ମିସ୍ ୟୁନିଭର୍ସ ୨୦୨୬’, ଭାରତର କାଜିଆ ଲିଜ୍‌ ମିଜୋ ରାଉଣ୍ଡ ଅଫ ୧୨ରୁ ବାଦ୍

ଏହି ଧମକପୂର୍ଣ୍ଣ ଇମେଲରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଆଉ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରାଯିବ ବୋଲି ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ଏହି ଇମେଲରେ ୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିବା ଶିଖ ବିରୋଧୀ ଦଙ୍ଗାର ମଧ୍ୟ ଅବତାରଣା କରାଯାଇଛି। ଏହାକୁ ନେଇ ପୁଲିସ ପ୍ରଶାସନ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ପ୍ରେମ-ପ୍ରତାରଣା ଓ ଠକେଇ ଅଭିଯୋଗରେ ଅଭିନେତା ତଥା ପ୍ରଯୋଜକ ରାକେଶ ପାଢୀ ଥାନାରେ ଅଟକ

ଇମେଲ୍ ମୁତାବକ, ଅମିତାଭ ବଚ୍ଚନଙ୍କ ‘ଜଲସା’ ବଙ୍ଗଳା ଏବଂ ଆଚାର୍ଯ୍ୟ ମେଟ୍ରୋ ଷ୍ଟେସନରେ ବୋମା ରଖାଯାଇଛି। ଏହା ସହିତ ମେୟରଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ମୁମ୍ବାଇର ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ବୋମା ବିସ୍ଫୋରଣ କରାଯିବ ବୋଲି ଏଥିରେ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୮ ବର୍ଷ: ସେହି କଳା ଅଧ୍ୟାୟକୁ ଭୁଲି ପାରୁନି ସାରା ଦେଶ

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଇମେଲ୍ କେଉଁଠାରୁ ଏବଂ କିଏ ପଠାଇଛି ସେ ନେଇ ସାଇବର ସେଲ୍ ସହାୟତାରେ ଖୋଳତାଡ଼ ଜାରି ରହିଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp