NEET UG 2025 ଫଳାଫଳ ଘୋଷଣା

The Sakala Picture
Published On

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି। ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ। ମେ ୪ରେ ଗୋଟିଏ ସିଫ୍ଟରେ ୨୦ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇ-ମେଲ୍‍ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି। ନିଟ୍ ୟୁଜି ରେଜଲ୍ଟ ଓ କଟଅଫ୍ […]

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି। ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ। ମେ ୪ରେ ଗୋଟିଏ ସିଫ୍ଟରେ ୨୦ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇ-ମେଲ୍‍ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବିଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର; ଶିକାର ସନ୍ଦେହ, ବନବିଭାଗର ତଦନ୍ତ ଜାରି

ନିଟ୍ ୟୁଜି ରେଜଲ୍ଟ ଓ କଟଅଫ୍ ଆଧାରରେ ମେଡିକାଲ କଲେଜରେ ଏମ୍‌ବିବିଏସ, ବିଡିଏସ ଏବଂ ଅନ୍ୟ ମେଡିକାଲ କୋର୍ସ ପାଇଁ ନାମ ଲେଖିବାକୁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏହା ଅଲ୍ ଇଣ୍ଡିଆ କୋଟା ଏବଂ ରାଜ୍ୟ କୋଟା ହିସାବରେ ଅଲଗା ଅଲଗା ଆୟୋଜିତ ହେବ। ଦେଶରେ ୭୮୦ ମେଡିକାଲ କଲେଜରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ। ଭାରତରେ ୨୦୨୫ ଯାଏ ୧,୧୮,୧୯୦ ଏମ୍‌ବିବିଏସ୍‌ ସିଟ୍‌, ୨୭,୮୬୮ ବିଡିଏସ୍ ସିଟ୍ ଓ ୧,୨୦୫ ଏମ୍ସ  ସହ ୨୦୦ ଜେଆଇପିଏମ୍ଇପି ସିଟ୍ ରହିଛି। ନିଟ୍ ୟୁଜି କାଉନସିଲିଂ ପ୍ରଣାଳୀ ଅଧୀନରେ ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ। ସାଧାରଣତଃ ଜୁଲାଇ ମାସରେ କାଉନସିଲିଂ ହୋଇଥାଏ।

ଆହୁରି ପଢ଼ନ୍ତୁ: ଖାଉଟିଙ୍କ ଉପରେ ଦରବୃଦ୍ଧି ପ୍ରହାର: କାର୍ତ୍ତିକରେ ବି ଖସୁନି ଆମିଷ ଦର, ପରିବା ଦର ଶୁଣି ମୁହଁ ଫେରାଉଛନ୍ତି ଗ୍ରାହକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର