୬ରୁ ସକ୍ରିୟ ହେବ ମୌସୁମୀ; ପୁଣି ବଢ଼ିବ ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଜାରି ରହିଛି। ଦିନରେ ପ୍ରଚୁର ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଉପର ଓଳି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି। ୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବା ସହିତ ଧୀରେ ଧୀରେ ମୌସୁମୀ ସକ୍ରିୟ ହେବ। ଏହାସହିତ ୮ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀ ବର୍ଷା ବୃଦ୍ଧି ହେବ ଓ ଏହି ଧାରା ଜାରି ରହିବ ବୋଲି […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଜାରି ରହିଛି। ଦିନରେ ପ୍ରଚୁର ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଉପର ଓଳି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେଉଛି। ୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବା ସହିତ ଧୀରେ ଧୀରେ ମୌସୁମୀ ସକ୍ରିୟ ହେବ। ଏହାସହିତ ୮ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀ ବର୍ଷା ବୃଦ୍ଧି ହେବ ଓ ଏହି ଧାରା ଜାରି ରହିବ ବୋଲି ଆକଳନ କରାଯାଇଛି। ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ସୂର୍ଯ୍ୟଙ୍କ ପ୍ରଖର କିରଣ ଜାରି ରହୁଛି। ଏହାସହିତ ବର୍ତ୍ତମାନ ରହୁଥିବା ଆର୍ଦ୍ରତା ଯୋଗୁଁ ଗରମ ସହିତ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହେଉଛି। ଏହି ଉତ୍ତପ୍ତ ବାୟୁମଣ୍ଡଳ ସହିତ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାସ୍ପପୂର୍ଣ୍ଣ ବାୟୁ ସ୍ପର୍ଶ ହେବା ପରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେଉଛି। ଦୁଇ ଦିନ ହେବ ଏହି ସ୍ଥିତି ବୃଦ୍ଧି ହୋଇଥିବାବେଳେ ଅନେକ ଜିଲ୍ଲାରେ ବର୍ଷା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସୋମବାର ଅନେକ ଜିଲ୍ଲାରେ ଏହି ପରିମାଣର ବର୍ଷା ହେବାକୁ ଥିବାବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁରସ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ବାଲେଶ୍ୱର ଆଦିରେ ବିଜୁଳି ଘଡ଼ଘଡ଼ିଜନିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର