ଅପହରଣ ଉଦ୍ୟମ ପଣ୍ଡ! ଦୁର୍ବୃତ୍ତ ଦେଇଥିବା ନିଶା ଚୋକଲେଟ୍ ଖାଇ ୩ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

Madhusudan Das Picture
Published On

ବାରିପଦା: ସ୍କୁଲ୍‌ରେ ନିଶା ଚକୋଲେଟ୍‌ ଖାଇ ୩ ଛାତ୍ରୀ ଅସୁସ୍ଥ । ଅପହରଣ ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ଦେଇଥିବା ନିଶା ଚକୋଲେଟ୍‌ ଖାଇ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ସୂଚନା । ଅସୁସ୍ଥ ଓ ଚେତାଶୂନ୍ୟ ହୋଇଥିବା ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବୁରୁପଳସା ସ୍କୁଲ ପରିସରରୁ ତିନି ଜଣ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କୁ ନିଶା ଚୋକଲେଟ୍ ଦେଇ ଅପହରଣ ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। 

ଆହୁରି ପଢ଼ନ୍ତୁ: କାର୍‌ରେ ଆସିଲେ, ମିଠା କିଣିଲେ..ଆଉ ଦୋକାନୀଙ୍କ ଅସାବଧାନତାର ସୁଯୋଗ ନେଇ ଟଙ୍କା ଚୋରି କଲେ ମହିଳା

ସୂଚନା ଅନୁସାରେ, ବୁରୁପଳସା ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାମାନେ ଖେଳୁଥିବା ସମୟରେ, ଏକ ସ୍କୁଟିରେ ତିନି ଜଣ ଯୁବକ ଆସି ପହଞ୍ଚିଥିଲେ। ସେମାନେ ବଳପୂର୍ବକ ତିନି ଜଣ ଛାତ୍ରୀଙ୍କୁ ନିଶା ଯୁକ୍ତ ଚୋକଲେଟ୍ ଖୁଆଇବାକୁ ଚେଷ୍ଟା କରିଥିଲେ। ଛାତ୍ରୀମାନେ ଏହାକୁ ଖାଇବାକୁ ମନା କରିବାରୁ, ଦୁର୍ବୃତ୍ତମାନେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ଚୋକଲେଟ୍ ଖାଇବା ପରେ ତିନି ଜଣଯାକ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା; ଯୁବକଙ୍କୁ ପିଟିପିଟି ହତ୍ୟା ଉଦ୍ୟମ, ଥାନା ଘେରାଉ କଲେ ଗ୍ରାମବାସୀ

19 Aug 2026 By Madhusudan Das

ଅପହରଣ ଉଦ୍ୟମ ପଣ୍ଡ! ଦୁର୍ବୃତ୍ତ ଦେଇଥିବା ନିଶା ଚୋକଲେଟ୍ ଖାଇ ୩ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବାରିପଦା: ସ୍କୁଲ୍‌ରେ ନିଶା ଚକୋଲେଟ୍‌ ଖାଇ ୩ ଛାତ୍ରୀ ଅସୁସ୍ଥ । ଅପହରଣ ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ଦେଇଥିବା ନିଶା ଚକୋଲେଟ୍‌ ଖାଇ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ସୂଚନା । ଅସୁସ୍ଥ ଓ ଚେତାଶୂନ୍ୟ ହୋଇଥିବା ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବୁରୁପଳସା ସ୍କୁଲ ପରିସରରୁ ତିନି ଜଣ ପ୍ରାଥମିକ ସ୍କୁଲ ଛାତ୍ରୀଙ୍କୁ ନିଶା ଚୋକଲେଟ୍ ଦେଇ ଅପହରଣ ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। 

ସୂଚନା ଅନୁସାରେ, ବୁରୁପଳସା ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାମାନେ ଖେଳୁଥିବା ସମୟରେ, ଏକ ସ୍କୁଟିରେ ତିନି ଜଣ ଯୁବକ ଆସି ପହଞ୍ଚିଥିଲେ। ସେମାନେ ବଳପୂର୍ବକ ତିନି ଜଣ ଛାତ୍ରୀଙ୍କୁ ନିଶା ଯୁକ୍ତ ଚୋକଲେଟ୍ ଖୁଆଇବାକୁ ଚେଷ୍ଟା କରିଥିଲେ। ଛାତ୍ରୀମାନେ ଏହାକୁ ଖାଇବାକୁ ମନା କରିବାରୁ, ଦୁର୍ବୃତ୍ତମାନେ ସେମାନଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ଚୋକଲେଟ୍ ଖାଇବା ପରେ ତିନି ଜଣଯାକ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର