ଚାଲିଥିଲା ରାମାୟଣ ନାଟକ, ମଞ୍ଚ ଉପରେ ଟଳିପଡିଲେ ହନୁମାନ ବେଶରେ ଅଭିନୟ କରୁଥିବା କଳାକାର

Madhusudan Das Picture
Published On

ଗଞ୍ଜାମ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜିତ ରାମାୟଣ ନାଟକରେ ହନୁମାନ ଭୂମିକାରେ ଅଭିନୟ କରୁଥିବା ଜଣେ କଳାକାରଙ୍କ ମଞ୍ଚ ଉପରେ ହିଁ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କୌଡ଼ିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଗ୍ରାମରେ ଏକ ରାମାୟଣ ନାଟକ ପରିବେଷଣ କରାଯାଉଥିଲା। ଏଥିରେ ସ୍ଥାନୀୟ ଯୁବକ ମିଥୁନ ପ୍ରଧାନ ହନୁମାନ ଭୂମିକାରେ ଅଭିନୟ କରୁଥିଲେ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ମୁକାବିଲା: ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ୧୪ ଅଧିକାରୀ ନିୟୋଜିତ

ନାଟକ ଚାଲିଥିବା ସମୟରେ ମିଥୁନ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହୁଥିଲେ। ମାତ୍ର ଅଭିନୟ କରୁଥିବା ବେଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରି ମଞ୍ଚ ଉପରେ ଟଳି ପଡ଼ିଥିଲେ। ସହ-ଅଭିନେତା ଓ ଗ୍ରାମବାସୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆଡ଼ପଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ସମ୍ୱଲପୁରରେ ଛାତିଥରା ସଡକ ଦୁର୍ଘଟଣା: ରାସ୍ତା ପାର୍‌ ହେଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ଅଜା ଓ ନାତି ମୃତ

ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ଯେ, ହୃଦଘାତ କାରଣରୁ ମିଥୁନଙ୍କ ମୃତ୍ୟୁ ଘଟିଛି। ଜଣେ ଉଦୀୟମାନ କଳାକାରଙ୍କ ଏଭଳି ଅକାଳ ବିୟୋଗରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମିଥୁନ ନିଜର ନିଖୁଣ ଅଭିନୟ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ପରିଚିତ ଥିଲେ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀର ଧନୁଯାତ୍ରାରେ ଅଘଟଣ: ହାତୀ ଆକ୍ରମଣରେ ମାହୁତଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର