ବ୍ୟକ୍ତିଗତ କାରଣ ପାଇଁ ସ୍କୁଲ୍‌ଗୁଡ଼ିକରେ ଡ୍ରପ୍ ଆଉଟ୍‌ ହେଉଛି: ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଡ୍ରପଆଉଟ୍ ବା ବିଦ୍ୟାଳୟ ପରିତ୍ୟାଗ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ରାଜ୍ୟ ବିଧାନସଭାରେ ଚିନ୍ତା ପ୍ରକଟ କରାଯାଇଛି। ବିଧାନସଭାର ପ୍ରଶ୍ନକାଳ ସମୟରେ ବିଜେପି ବିଧାୟକ ଇରାସିସ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ବିଭିନ୍ନ ବ୍ୟକ୍ତିଗତ କାରଣ ଯୋଗୁଁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଡ୍ରପଆଉଟ୍ ସମସ୍ୟା ଦେଖାଦେଉଛି।

ଆହୁରି ପଢ଼ନ୍ତୁ: ରେଷ୍ଟୁରାଣ୍ଟରେ ଅସଦାଚରଣ ମାମଲା: ପୁଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କଲେ ଅଭିନେତ୍ରୀ, ନ୍ୟାୟ ପାଇଁ କଲେ ଗୁହାରି

ବିଧାୟକ ଶ୍ରୀ ଆଚାର୍ଯ୍ୟ CAG ରିପୋର୍ଟର ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ୍ ହାର ୯.୫% ରୁ ବୃଦ୍ଧି ପାଇ ୧୭.୭% ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପ୍ରାୟ ୨୩.୬୧ ଲକ୍ଷ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨.୭୪ ଲକ୍ଷ ଛାତ୍ରଛାତ୍ରୀ ମାଧ୍ୟମିକ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ମାଧ୍ୟମିକରୁ ଉଚ୍ଚ ମାଧ୍ୟମିକ ସ୍ତରକୁ ଛାତ୍ରଛାତ୍ରୀଙ୍କ ଯିବା ହାର ମାତ୍ର ୭୦.୩% ରହିଥିବା ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହିଳା SI ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ମାମଲା: ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାନସିକ ଓ ଆର୍ଥିକ ନିର୍ଯାତନା ଅଭିଯୋଗ

ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ଅନେକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପରେ ଧନ୍ଦାମୂଳକ ଶିକ୍ଷା, ନର୍ସିଂ, ITI ଏବଂ ପଲିଟେକନିକ ଭଳି ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି। ଏହି ପାଠ୍ୟକ୍ରମଗୁଡ଼ିକର ତଥ୍ୟ UDISE+ ପୋର୍ଟାଲରେ ସଂଗୃହିତ ହେଉ ନଥିବାରୁ ଉଚ୍ଚ ମାଧ୍ୟମିକ ସ୍ତରରେ ଛାତ୍ର ସଂଖ୍ୟା କମ୍ ଥିବା ପରି ମନେହୁଏ। ଏହାବ୍ୟତୀତ ବିଭିନ୍ନ ବ୍ୟକ୍ତିଗତ କାରଣରୁ ମଧ୍ୟ ପିଲାମାନେ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି।

ଆହୁରି ପଢ଼ନ୍ତୁ: ବୁର୍ଲାରେ ବାଘ ଆତଙ୍କ: ପାଦଚିହ୍ନ ଚିହ୍ନଟ ପରେ ବନ ବିଭାଗର ହାଇଆଲର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର