ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ: କହିଲା, ‘ସର୍ବସମ୍ମତି ବିନା ଏହା କାହିଁକି?’

Madhusudan Das Picture
Published On

ନୂଆଦିଲ୍ଲୀ: ସୀମା ନିର୍ଦ୍ଧାରଣ ବିଲ୍ (Delimitation Bill) ପୁଣି ଥରେ ଆଣିବା ପାଇଁ ବିଜେପି ନେତୃତ୍ୱାଧୀନ NDA ସରକାରଙ୍କ ନିଷ୍ପତ୍ତିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ପୂର୍ବରୁ ଏହି ପ୍ରୟାସ ସଂସଦରେ ସଂଖ୍ୟା ଗରିଷ୍ଠତା ଅଭାବରୁ ବିଫଳ ହୋଇଥିବା ବେଳେ ଏବେ ପୁଣି ଏହାକୁ ଆଣିବା ପଛରେ ସରକାରଙ୍କ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ଦଳ ପଚାରିଛି। ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ମଧ୍ୟରେ ବ୍ୟାପକ ଆଲୋଚନା ଓ ସର୍ବସମ୍ମତି ଆବଶ୍ୟକ ବୋଲି କଂଗ୍ରେସ ଦାବି କରିଛି।

ଆହୁରି ପଢ଼ନ୍ତୁ: ବିଦେଶ ଗସ୍ତକୁ ନେଇ ନବୀନଙ୍କ ଜବାବ: 'ଓଡ଼ିଶାର ସ୍ୱାର୍ଥ ପାଇଁ ବିଦେଶ ଯାଇଥିଲି'

କଂଗ୍ରେସ ସାଂସଦ ମନୋଜ କୁମାର IANS ସହ ଆଲୋଚନା କରି କହିଛନ୍ତି ଯେ, ବିଜେପି ନେତୃତ୍ୱାଧୀନ ମେଣ୍ଟ ପୂର୍ବରୁ ସଂସଦରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। NDA ମେଣ୍ଟ ୩୦୦ ଆସନ ମଧ୍ୟ ଅତିକ୍ରମ କରିପାରି ନଥିଲା, ତଥାପି ସରକାର ପୁଣି ଏହି ବିଲ୍ ଆଣୁଛନ୍ତି। ଏହା ପଛରେ ସରକାରଙ୍କ ରଣନୀତି ଓ ଉଦ୍ଦେଶ୍ୟ କ’ଣ, ତାହା ସାରା ଦେଶ ବୁଝିବା ଦରକାର। ପୂର୍ବରୁ ଏହି ବିଲ୍ ଫେଲ ମାରିଥିବାବେଳେ ଅଳ୍ପ ଦିନ ମଧ୍ୟରେ ଏଭଳି ନିଷ୍ପତ୍ତି ସନ୍ଦେହ ସୃଷ୍ଟି କରୁଛି।  

ଆହୁରି ପଢ଼ନ୍ତୁ: ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ଟ୍ରମ୍ପଙ୍କ ବଡ଼ ଚାଲ୍: ରୁଷ ସହ ବ୍ୟବସାୟିକ ଚୁକ୍ତିକୁ ଅଟକାଇଲା ଆମେରିକା

ଅନ୍ୟପଟେ କଂଗ୍ରେସ ନେତା ଉଦିତ ରାଜ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସଂସଦର ଶୀତକାଳୀନ ଅଧିବେଶନ ଡାକିବାରେ ବିଳମ୍ବ କରାଯାଇ କେବଳ ସ୍ୱତନ୍ତ୍ର ଅଧିବେଶନ ଉପରେ ଗୁରୁତ୍ୱ ଦିଆଯାଉଛି। ଯଦି ବିଜେପି ୪୦୦ରୁ ଅଧିକ ଆସନ ପାଇଥାନ୍ତା, ତେବେ ସମ୍ବିଧାନ ବୋଲି କିଛି ରହିନଥାନ୍ତା। ବିଜେପିର ସମ୍ବିଧାନ ପ୍ରତି ସମ୍ମାନ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।  

ଆହୁରି ପଢ଼ନ୍ତୁ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୮ ବର୍ଷ: ସେହି କଳା ଅଧ୍ୟାୟକୁ ଭୁଲି ପାରୁନି ସାରା ଦେଶ

ପୂର୍ଣ୍ଣିଆ ସାଂସଦ ପପୁ ଯାଦବ ମଧ୍ୟ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବସମ୍ମତି ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା, ଯେଉଁଥିରେ କଂଗ୍ରେସ ଓ ବିଜେପି ଉଭୟଙ୍କ ସହମତି ଥିଲା। ତେଣୁ ସୀମା ନିର୍ଦ୍ଧାରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ସହ ଆଲୋଚନା ନ କରି ସରକାର ଏକପାଖିଆ ଭାବେ କାହିଁକି ଆଗକୁ ବଢ଼ୁଛନ୍ତି?  ସୂଚନାଯୋଗ୍ୟ ଯେ, ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଲୋକସଭା ନଭେମ୍ବର ୩୦ ଏବଂ ରାଜ୍ୟସଭା ଡିସେମ୍ବର ୨ ରେ ବସିବାକୁ ଯାଉଛି। ଦେଶର ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର