ତୃଣମୂଳ ବିରୋଧୀ ଗୋଷ୍ଠୀଙ୍କୁ ଶକ୍ତ ଝଟକା: ରିତବ୍ରତ ବାନାର୍ଜୀଙ୍କ LOP ପଦ ଋଦ୍ଦ କଲେ କଲିକତା ହାଇକୋର୍ଟ

Madhusudan Das Picture
Published On

କଲିକତା: ପଶ୍ଚିମବଙ୍ଗ ରାଜନୀତିରେ ବଡ ହଲଚଲ୍ । ତୃଣମୂଳ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀଙ୍କୁ ଶକ୍ତ ଧକ୍କା । ରିତବ୍ରତ ବାନାର୍ଜୀଙ୍କ LOP ପଦ ଋଦ୍ଦ । ପଶ୍ଚିମବଙ୍ଗ ବିଧାନସଭାରେ ରିତବ୍ରତଙ୍କ ବିରୋଧୀ ଦଳ ନେତା ପଦ ରଦ୍ଦ । LOP ପଦ ନିଯୁକ୍ତିକୁ ବେଆଇନ ଦର୍ଶାଇ ଋଦ୍ଦ କଲେ କଲିକତା ହାଇକୋର୍ଟ । କଲିକତା ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ର ବୋଷଙ୍କ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। ବାଚସ୍ପତି ବିଦ୍ରୋହୀ ତୃଣମୂଳ କଂଗ୍ରେସ ନେତା ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଥିଲେ, ଯାହାକୁ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ଜଷ୍ଟିସ କୃଷ୍ଣ ରାଓଙ୍କୁ ନେଇ ଗଠିତ ଏକକ ସଦସ୍ୟ ବିଶିଷ୍ଟ ବେଞ୍ଚ ଏହି ମାମଲାରେ ଆଗାମୀ ୧୦ ଦିନ ମଧ୍ୟରେ ଏକ ନୂତନ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  

ଆହୁରି ପଢ଼ନ୍ତୁ: ଡେଟିଂ ଓ ହୁକ୍‌ଅପ୍‌ ସଂସ୍କୃତି ମାୟାରେ ଜେନ୍‌-ଜି; ବ୍ୟକ୍ତିଗତ ସ୍ୱାଧୀନତା, ଆର୍ଥିକ ସ୍ୱାବଲମ୍ବନ ଓ ମୁକ୍ତ ଜୀବନ ଚାହାନ୍ତି କିଶୋର

ଚଳିତ ବର୍ଷ ଜୁନ୍ ୩ ତାରିଖରେ ବାଚସ୍ପତି ରଥୀନ୍ଦ୍ର ବୋଷ ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ଦେଇଥିଲେ। ରିତବ୍ରତ ବର୍ତ୍ତମାନ ତୃଣମୂଳ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ଡେମୋକ୍ରାଟିକ ତୃଣମୂଳ କଂଗ୍ରେସର ନେତୃତ୍ୱ ନେଉଛନ୍ତି। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ମୂଳ ତୃଣମୂଳ କଂଗ୍ରେସର ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  

ଆହୁରି ପଢ଼ନ୍ତୁ: ରିୟାଦ୍ ଆକ୍ରମଣକୁ ଭାରତର ଦୃଢ ନିନ୍ଦା: ୨ ଭାରତୀୟ ଆହତ, ହିଂସା ବନ୍ଦ କରିବାକୁ ଦିଆଗଲା ଆହ୍ୱାନ

ଶୁଣାଣି ସମୟରେ ଜଷ୍ଟିସ ରାଓ ବାଚସ୍ପତିଙ୍କ ନିଷ୍ପତ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। କେବଳ ବିଧାୟକଙ୍କ ସଂଖ୍ୟାକୁ ଭିତ୍ତି କରି ଜଣେ ବାଚସ୍ପତି କିପରି ଦଳର ସମ୍ବିଧାନ ଏବଂ ନିଷ୍ପତ୍ତିକୁ ଅଣଦେଖା କରିପାରିବେ, ସେ ନେଇ କୋର୍ଟ ସନ୍ଦେହ ପ୍ରକାଶ କରିଥିଲେ। ପୂର୍ବରୁ କୋର୍ଟ ରିତବ୍ରତ ବାନାର୍ଜୀଙ୍କୁ ଦୁଇ ମାସ ପାଇଁ ଅନ୍ତରୀଣ ଭାବେ ଏହି ପଦବୀରେ ରହିବାକୁ ଅନୁମତି ଦେଇଥିଲେ, ଯାହାର ଅବଧି ଅକ୍ଟୋବର ୧୮ରେ ଶେଷ ହୋଇଥିଲା। ଏହା ପରେ ଶୋଭନଦେବ ପୁନର୍ବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ପଦବୀରେ ରହିବା ପାଇଁ ରିତବ୍ରତଙ୍କର କୌଣସି ଆଇନଗତ ଅଧିକାର ନାହିଁ ବୋଲି ଦର୍ଶାଇଥିଲେ।  

ଆହୁରି ପଢ଼ନ୍ତୁ: ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ: କହିଲା, ‘ସର୍ବସମ୍ମତି ବିନା ଏହା କାହିଁକି?’

ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ପାଇଁ ଏକ ବଡ଼ ବିଜୟ ଭାବେ ବିବେଚନା କରାଯାଉଛି। ଅନ୍ୟପଟେ, ବିଦ୍ରୋହୀ ଗୋଷ୍ଠୀ ପାଇଁ ଏହା ଏକ ବଡ଼ ଶକ୍ତ ଧକ୍କା ସଦୃଶ ହୋଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ବାଚସ୍ପତିଙ୍କ ଆଗାମୀ ନିଷ୍ପତ୍ତି ଉପରେ ରହିଛି, ଯାହା ପଶ୍ଚିମବଙ୍ଗ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର