ମୟୂରଭଞ୍ଜରେ ହୃଦୟବିଦାରକ ଘଟଣା: ଦୁଇ ଦିଅରଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ଭାଉଜଙ୍କ ଜୀବନ

Madhusudan Das Picture
Published On

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଛି। ଦୁଇ ଜଣ ଦିଅରଙ୍କ ମୃତ୍ୟୁ ଖବର ଶୁଣି ସହିପାରିଲେନି ଭାଉଜ। ଶେଷରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନଳଗଜା ଗ୍ରାମପଞ୍ଚାୟତର ନୁଣଚାଟି ଗ୍ରାମର ଶ୍ରଦ୍ଧାଞ୍ଜଳି ସେନାପତି (୩୨)। ସୂଚନା ଅନୁସାରେ, ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀ ଆଶିଷ ଗିରିଙ୍କ ଦୁଇ ଜଣ ମାଉସୀ ପୁଅ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଏକ କାର୍‌ରେ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରୁ ଫେରିବା ସମୟରେ କାର୍‌ଟି ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶ୍ରଦ୍ଧାଞ୍ଜଳିଙ୍କ ଦୁଇ ଜଣ ଦିଅରଙ୍କ ମୃତ୍ୟୁ ହୋଇଥିଲା। 

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ

ଯେତେବେଳେ ଦୁଇ ଦିଅରଙ୍କ ମୃତ୍ୟୁ ଖବର ଶ୍ରଦ୍ଧାଞ୍ଜଳିଙ୍କ ପାଖରେ ପହଞ୍ଚିଲା, ସେ ଏହାକୁ ସହ୍ୟ କରିପାରିନଥିଲେ। ମାନସିକ ସ୍ତରରେ ଗଭୀର ଆଘାତ ପାଇବା ପରେ ସେ କାନ୍ଦି କାନ୍ଦି ବେହୋସ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ, ପ୍ରାୟ ୪ ରୁ ୫ ବର୍ଷ ପୂର୍ବେ ତାଙ୍କର ଏକ ବଡ଼ ଧରଣର ହାର୍ଟ ସର୍ଜରୀ ହୋଇଥିଲା ଏବଂ ତାଙ୍କ ହୃଦୟରେ ଦୁଇଟି ଭଲଭ୍ ଲଗାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାସଗୋବିନ୍ଦପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପ୍ରସଙ୍ଗ: ବିଜେଡି କହିଲା 'ଏମ୍ଓୟୁରେ ସୀମିତ ବିଜେପି ସରକାରର ପୁଞ୍ଜିନିବେଶ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର