ବାଦି ନାଟକରେ ଜୀବନ୍ତ ସାପ ଖାଇଲେ କଳାକାର, ଜେସିବିରେ ଦୁଃସାହସିକ ଷ୍ଟଣ୍ଟର ଭିଡିଓ ଭାଇରାଲ

Madhusudan Das Picture
Published On

ଗଞ୍ଜାମ: କଳାପ୍ରଦର୍ଶନ ନାଁରେ ଖାଇଗଲେ ଜୀଅନ୍ତା ସାପ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମରେ ଆୟୋଜିତ ରାମାୟଣ ବାଦୀ ନାଟକରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କୁଠାଶାଳ ପର୍ବ ଅବସରରେ ଅନୁଷ୍ଠିତ ରାମାୟଣ ବାଦୀ ନାଟକ ସମୟରେ କଳାକାରମାନଙ୍କ ଦ୍ୱାରା କରାଯାଇଥିବା କିଛି ବିପଜ୍ଜନକ ଷ୍ଟଣ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ବେପରୁଆ କାରର ଆତଙ୍କ: ପଳାଶୁଣିରୁ ଫୁଲନଖରା ଯାଏଁ ଏକାଧିକ ଗାଡ଼ିକୁ ଧକ୍କା, ଅନେକ ଆହତ

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ କଳାକାର ଅସୁର ବେଶରେ ସଜ୍ଜିତ ହୋଇ ଏକ ଜୀବନ୍ତ ସାପକୁ ପାଟିରେ ପୁରାଇ ଖାଉଛନ୍ତି। ଏଭଳି ଦୃଶ୍ୟ ପ୍ରାଣୀ ସୁରକ୍ଷା ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣା କେବଳ ଭୟଙ୍କର ନୁହେଁ, ବରଂ ମାନବିକତା ଏବଂ ସାଂସ୍କୃତିକ ମୂଲ୍ୟବୋଧ ଉପରେ ଏକ ପ୍ରଶ୍ନଚିହ୍ନ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି। 

ଆହୁରି ପଢ଼ନ୍ତୁ: ୧.୨୩ କୋଟି ସରକାରୀ ଟଙ୍କା ହଡ଼ପ ମାମଲା: ଗିରଫ ହେଲେ ସାତକୋଶିଆ DFO ଅଫିସ୍‌ର ବରିଷ୍ଠ ସହାୟକ ଅଜୟ ନାୟକ

କେବଳ ସାପ ଖାଇବା ନୁହେଁ, ଅନ୍ୟ ଏକ ଦୃଶ୍ୟରେ କଳାକାରମାନେ ଏକ ଜେସିବି (JCB) ମେସିନ ଉପରେ ଚଢ଼ି ବିଭିନ୍ନ ପ୍ରକାର ଦୁଃସାହସିକ ଖେଳ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ନିଜ ଜୀବନକୁ ପାଣି ଛଡ଼ାଇ କଳାକାରମାନେ ଏଭଳି ଷ୍ଟଣ୍ଟ କରୁଥିବା ବେଳେ ତଳେ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ। ଯଦି କୌଣସି ଅଘଟଣ ଘଟିଥାନ୍ତା, ତେବେ ଏହା ଏକ ବଡ଼ ଦୁର୍ଘଟଣାର ରୂପ ନେଇଥାନ୍ତା। 

ଆହୁରି ପଢ଼ନ୍ତୁ: ରିଲ୍ସ ନିଶା ସାଜିଲା କାଳ: ପ୍ରେମିକାଙ୍କ ସହ ରିଲ୍ସ କରୁଥିବାବେଳେ ଘାଟି ତଳକୁ ଖସି ପ୍ରେମିକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ବାଉଳାଝୋଲି ଏବଂ ଆଦବା ଗ୍ରାମର ଦୁଇଟି ରାମାୟଣ ବାଦୀ ପାଲା ଦଳ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରସ୍ପରକୁ ଟପିଯିବା ଏବଂ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ଦଳ ଏଭଳି ଅଜବ ତଥା ବିପଜ୍ଜନକ ପ୍ରୟାସ କରିଥିଲେ। ପାରମ୍ପରିକ କଳା ପରିବେଷଣ ନାମରେ ଏଭଳି ବିପଜ୍ଜନକ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର