ପାରିବାରିକ ଅଶାନ୍ତି ଦୂର କରିବାକୁ ଗୁଣିଆ ପାଖକୁ ଯାଇଥିଲେ ମହିଳା, ୩ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ

Madhusudan Das Picture
Published On

ବାରିପଦା: ଅନ୍ଧବିଶ୍ୱାସର କଳା କବଳରେ ପଡ଼ି ଜଣେ ବିବାହିତା ମହିଳା ନିଜର ସର୍ବସ୍ୱ ହରାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି। ଝଡାଫୁଙ୍କ ଓ ଗୁଣିଗାରେଡ଼ି ଜରିଆରେ ପାରିବାରିକ ସମସ୍ୟା ସମାଧାନର ପ୍ରଲୋଭନ ଦେଖାଇ ତିନି ଦିନ ଧରି ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବିଶୋଇ ଥାନା ପୁଲିସ ଅଭିଯୁକ୍ତ ଗୁଣିଆକୁ ଗିରଫ କରି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ରେ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି ବେଦାନ୍ତ ଆଲୁମିନିୟମ

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ଜଣେ ୩୦ ବର୍ଷୀୟା ଯୁବତୀ ବାପା-ମା'ଙ୍କ ଦେହାନ୍ତ ପରେ ଗୋରୁମହିଷାଣୀରେ ଏକାକୀ ରହୁଥିଲେ। ଗତ ସେପ୍ଟେମ୍ବର ମାସରେ ସେ ବିଶୋଇ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ବିବାହର କିଛି ଦିନ ପରେ ପରିବାରରେ ଶାଶୂ (ସ୍ୱାମୀଙ୍କ ସାନ ମା')ଙ୍କ ନିର୍ଯାତନା ଏବଂ ସ୍ୱାମୀଙ୍କ ସହ ତିକ୍ତତା ଆରମ୍ଭ ହୋଇଥିଲା। ଏହା ସହିତ କ୍ରମାଗତ ଅସୁସ୍ଥତା କାରଣରୁ ମହିଳା ଜଣକ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ପାରିବାରିକ କଳହ ଦୂର କରିବା ଓ ସ୍ୱାମୀଙ୍କ ସହ ସୁସମ୍ପର୍କ ଫେରାଇ ଆଣିବା ଆଶାରେ ସେ ଗତ ଗୁରୁବାର ମଧୁପୁର ଗ୍ରାମର ପୁକ୍ରିପୁଟ ଡ୍ୟାମ୍ ଛକ ନିକଟରେ ରହୁଥିବା ଗୁଣିଆ ଲକ୍ଷ୍ମଣ ଲୋହାରଙ୍କ ଆଶ୍ରୟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦ୍ବେଗ ପ୍ରକାଶ, ନବୀନଙ୍କ ନିକଟରେ ସମସ୍ୟା ବଖାଣିଲେ ଆଦିବାସୀ ନେତା

ତନ୍ତ୍ର-ମନ୍ତ୍ର ଓ ପୂଜାର୍ଚ୍ଚନା ଦ୍ୱାରା ସବୁ ସମସ୍ୟା ଠିକ୍ କରିଦେବାକୁ ପ୍ରତିଶ୍ରୁତି ଦେଇ ଗୁଣିଆ ଲକ୍ଷ୍ମଣ ମହିଳାଙ୍କୁ ନିଜ ଘରେ ଅଟକାଇ ରଖିଥିଲା। ଏହା ପରେ ମହିଳାଙ୍କ ବିଶ୍ୱାସର ସୁଯୋଗ ନେଇ କ୍ରମାଗତ ତିନି ଦିନ ଧରି ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଅତ୍ୟଧିକ ଅସୁସ୍ଥ ହୋଇପଡ଼ିବାରୁ ସୋମବାର ଦିନ ମହିଳା ଜଣକ କୌଶଳକ୍ରମେ ୧୦୮ ଆମ୍ବୁଲାନ୍ସ ଡକାଇ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।

ଆହୁରି ପଢ଼ନ୍ତୁ: ବିଜେପିକୁ ଘାରିଛି ଛାତ୍ର ସଂସଦ ନିର୍ବାଚନ ପରାଜୟ ଭୟ, ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ଲାଗିଛି ସରକାରୀ କଳ ଓ ବଳ: ବିଜେଡି

ମଙ୍ଗଳବାର ବିଶୋଇ ଥାନା ପୁଲିସ ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କର ଡାକ୍ତରୀ ମାଇନା କରାଇଛି। ଏନେଇ ବିଶୋଇ ଥାନାରେ କେସ୍ ନଂ ୨୧୮/୨୬ ରେ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତ ଲକ୍ଷ୍ମଣ ଲୋହାରକୁ ଗିରଫ କରିଛି। ଅଭିଯୁକ୍ତକୁ ଅଧିକ ପଚରାଉଚରା କରାଯାଉଛି ଏବଂ ଖୁବ୍‌ଶୀଘ୍ର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର