ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?

Madhusudan Das Picture
Published On

ଭୁବନେଶ୍ୱର: କଟକ-ପୁରୀ ବାଇପାସ୍ ସ୍ଥିତ କେସୁରା ନିକଟରେ ଏକ ବଡ଼ ଧରଣର ସିରିଜ୍ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ପ୍ରାୟ ୫ରୁ ୬ଟି ବାଇକ୍କୁ ପଛରୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଏକାଧିକ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହା କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ଜାଣିଶୁଣି ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି ବେଦାନ୍ତ ଆଲୁମିନିୟମର 'ବେଦକ୍ଷତା'

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କାରଟି ଅତ୍ୟନ୍ତ ବେପରୁଆ ଭାବେ ଚାଲୁଥିଲା ଏବଂ ଗୋଟିଏ ପରେ ଗୋଟିଏ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଡ୍ରାଇଭର ଜଣକ ନିଜ ଗାଡ଼ିକୁ ରାସ୍ତା ମଝିରେ ଛାଡ଼ି ଏକ ବସ୍‌ରେ ବସି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିବା ସହ ଘଟଣାସ୍ଥଳରେ ଉତ୍ତମ ମଧ୍ୟମ ଦେଇଥିଲେ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ

ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ କାର୍ ଚାଳକ ଜଣକ ସମ୍ପୂର୍ଣ୍ଣ ମଦ୍ୟପାନ କରି ଗାଡ଼ି ଚଲାଉଥିଲେ। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ରେ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି ବେଦାନ୍ତ ଆଲୁମିନିୟମ

ଅନ୍ୟପଟେ କିଛି ମାସ ପୂର୍ବରୁ ଭୁବନେଶ୍ୱରର ଶାସ୍ତ୍ରୀନଗରରେ ଘଟିଥିବା ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ସହ ଏହି କାର୍ ଚାଳକଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସୂଚନା ମିଳିଛି । ତେବେ ଏହି ଘଟଣା ପଛରେ ପ୍ରକୃତ କାରଣ କ’ଣ ? ଏହା ଦୁର୍ଘଟଣା ନା ଜାଣିଶୁଣି କରାଯାଇଥିବା ଆକ୍ରମଣ ? 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର