ଏଆଇ କମ୍ପାନୀ ବିରୋଧରେ କୋର୍ଟରେ ପହଞ୍ଚିଲେ ଉର୍ବଶୀ ରୌତେଲା, ମାଗିଲେ ୭୦୦୦ କୋଟି ଟଙ୍କାର କ୍ଷତିପୂରଣ

Suryakanta Picture
Published On

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲା (Urvashi Rautela) ଏବେ ଚର୍ଚ୍ଚାରେ ଅଛନ୍ତି। ନିଜର ଅନୁମତି ବିନା ତାଙ୍କ ନାମ, ଫଟୋ ଏବଂ ଭିଡିଓ ବ୍ୟବହାର କରିବା ଅଭିଯୋଗରେ ସେ ଆମେରିକାର ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ତାଙ୍କ ଟିମ୍ ଲସ୍ ଆଞ୍ଜେଲସ୍ ସ୍ଥିତ ଉକ୍ତ କମ୍ପାନୀଠାରୁ ୭୦୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି।

ଆହୁରି ପଢ଼ନ୍ତୁ: ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ୟାମି ଗୌତମ; କହିଲେ, ‘ଏବେ ବି ନିଜକୁ ନୂଆ କଳାକାର ଭଳି ଲାଗୁଛି’

କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ?

ଉର୍ବଶୀଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ ଏହି ବିଦେଶୀ କମ୍ପାନୀଟି କୌଣସି ଅନୁମତି ନ ନେଇ ଅଭିନେତ୍ରୀଙ୍କ ନାମ ଏବଂ ପରିଚୟ ବ୍ୟବହାର କରି ବିଲିୟନ ଡଲାର ରୋଜଗାର କରିଛି। ନିଜର ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଏକ ବୟାନ ଜାରି କରି ତାଙ୍କ ଟିମ୍ ଲେଖିଛି, "ନିଜର ଏଆଇ କମ୍ପାନୀ ବନାନ୍ତୁ ଏବଂ ନିଜର ବ୍ରାଣ୍ଡ୍ ତିଆରି କରନ୍ତୁ, କିନ୍ତୁ ଅନୁମତି ବିନା ଉର୍ବଶୀଙ୍କ ନାମ ନିଜ ବ୍ୟବସାୟରୁ ଦୂରରେ ରଖନ୍ତୁ।"

ଆହୁରି ପଢ଼ନ୍ତୁ: ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୭ ବର୍ଷ ବୟସରେ କ୍ୟାନ୍‌ସରରେ ଆଖି ବୁଜିଲେ ଅଭିନେତା

ଏଆଇ ସିଇଓଙ୍କ ପ୍ରତିକ୍ରିୟା

ଅନ୍ୟପକ୍ଷରେ, ବଲିଉଡ୍.ଏଆଇ (Bollywood.AI) ଏବଂ ହଲିଉଡ୍.ଏଆଇ (Hollywood.AI) ର ପ୍ରତିଷ୍ଠାତା ତଥା ସିଇଓ ସିରାଜ୍ ହସନ୍ (Sheeraz Hasan) ଏହି ଦାବିର ଜବାବ ଦେଇଛନ୍ତି। ନିକଟରେ ଉର୍ବଶୀଙ୍କ ଏକ ଭାଇରାଲ୍ ସାକ୍ଷାତକାର ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ସିରାଜ୍ ନିଜ ଇନଷ୍ଟାଗ୍ରାମରେ କହିଛନ୍ତି, "ଉର୍ବଶୀ, ଆମେ ତୁମ ମୁହଁରେ ସେହି ଶବ୍ଦ ରଖି ନାହୁଁ। କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ବଲିଉଡର ଭବିଷ୍ୟତ ବିଷୟରେ ଜାଣିବା ଉଚିତ୍।"

ଏଆଇ ଅପବ୍ୟବହାରକୁ ନେଇ ବଢୁଛି ଉଦ୍‌ବେଗ

ବର୍ତ୍ତମାନ ସମୟରେ ମନୋରଞ୍ଜନ ଶିଳ୍ପରେ ଏଆଇର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିନ୍ତୁ କଳାକାରମାନଙ୍କ ବିନା ଅନୁମତିରେ ସେମାନଙ୍କର ଛବି, ସ୍ୱର ଏବଂ ନାମର ବ୍ୟବହାରକୁ ନେଇ ଅନେକ ତାରକା ଚିନ୍ତା ପ୍ରକଟ କରୁଛନ୍ତି। ନିକଟରେ ସଲମାନ ଖାନ ମଧ୍ୟ ଡିପ୍‌ଫେକ୍ ଭିଡିଓ ଏବଂ ଏଆଇର ଅପବ୍ୟବହାର ବିଷୟରେ ନିଜର ଚିନ୍ତା ପ୍ରକଟ କରିଥିଲେ। ବର୍ତ୍ତମାନ ଉର୍ବଶୀ ରୌତେଲାଙ୍କ ଏହି ପଦକ୍ଷେପ ଏଆଇ ସମ୍ବନ୍ଧୀୟ ଆଇନକୁ କଡ଼ାକଡ଼ି କରିବାର ଆବଶ୍ୟକତାକୁ ପୁଣି ଥରେ ଦର୍ଶାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp