ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

Madhusudan Das Picture
Published On

ଯାଜପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ(ABEO) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ABEO ଜୟଦେବ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଓଡ଼ିଶା ଭିଜିଲାନ୍ସ। 

ଆହୁରି ପଢ଼ନ୍ତୁ: ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: ସୁନାବେଡ଼ା 'ହାଲ୍‌' ପରିଦର୍ଶନ କାର୍ଯ୍ୟକ୍ରମ

ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଉଛି। ଏହି ଅଭିଯାନରେ ୩ ଜଣ ଏଏସପି (ASP), ୪ ଜଣ ଡିଏସପି (DSP), ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ, ଭୁବନେଶ୍ୱର, ଗଞ୍ଜାମ ଏବଂ ଜାଜପୁରର ମୋଟ ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଛାନଭିନ୍ କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ଇଣ୍ଡିଆ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ରାଜ୍ୟବ୍ୟାପୀ ସାଧାରଣ ଜୀବନଯାତ୍ରା ପ୍ରଭାବିତ

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ, ତଦନ୍ତକାରୀ ଦଳ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ରେଡ୍ କରୁଛନ୍ତି:
୧) ଭୁବନେଶ୍ୱରର ପାତ୍ରପଡ଼ା ସ୍ଥିତ ତିନି ମହଲା କୋଠା
୨) ଗଞ୍ଜାମର ପି. ନୂଆଗାଁରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା
୩) ଗଞ୍ଜାମର ପି. ନୂଆଗାଁରେ ଥିବା ଅନ୍ୟ ଏକ ବିଲ୍ଡିଂ
୪) ଗଞ୍ଜାମର ବୁରୁଝରି ସ୍ଥିତ ସମ୍ପର୍କୀୟଙ୍କ ଘର
୫) ଭୁବନେଶ୍ୱର ଖଣ୍ଡଗିରି ଜନନୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର
୬) ଜାଜପୁରର ଜାରକା ସ୍ଥିତ ଏକ ଭଡ଼ା ଘର
୭) ଜାଜପୁରର ଜାରକାରେ ଥିବା ତାଙ୍କ ଅଫିସ୍ କାର୍ଯ୍ୟାଳୟ

ଆହୁରି ପଢ଼ନ୍ତୁ: ୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସ୍କାମ୍: ସଡକ ଓ ଗୃହ ନିର୍ମାଣ ବିଭାଗର ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଆଗକୁ ଏ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ଏବଂ ସମୁଦାୟ ସମ୍ପତ୍ତିର ଆକଳନ ରେଡ୍ ଶେଷ ହେବା ପରେ ଜଣାପଡ଼ିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର