ବିଜେଡି ମିଡିଆ ସେଲ୍ର ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ବିଜେଡି ମିଡିଆ ସେଲ୍ର ପ୍ରଥମ ସମନ୍ୱୟ ବୈଠକ ଆଜି ସକାଳ ୧୦ଟା ସମୟରେ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନର ଦ୍ୱିତୀୟ ମହଲାର ଭିସି-୧ରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ପ୍ରତାପ ଜେନା, ଡ. ଅରୁଣ କୁମାର ସାହୁ, ଶ୍ରୀ ଦେବେଶ ଆଚାର୍ୟ୍ୟ, ଶ୍ରୀ ଗୌତମବୁଦ୍ଧ ଦାସ, ଶ୍ରୀ ପ୍ରଣବ ବଳବନ୍ତରାୟ, ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର ଏବଂ ଶ୍ରୀ ଅମରେଶ ପତ୍ରୀ ଯୋଗଦେଇଥିଲେ।
ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଶୁଭଶ୍ରୀ ମୃତ୍ୟୁ ରହସ୍ୟ: ଏଯାଏଁ ମିଳିଲାନି ମୃତଦେହ, ୫ ଜଣଙ୍କୁ ଅଟକ ରଖି ପୋଲିସର ଖୋଳତାଡ଼
ବୈଠକରେ ବିଜେଡି ମିଡିଆ ସେଲ୍ର କାର୍ୟ୍ୟପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ସହ ଦଳର କାର୍ୟ୍ୟକ୍ରମ, ବିବୃତ୍ତି, ନୀତି ଓ କାର୍ୟ୍ୟକଳାପଗୁଡ଼ିକୁ ସମସ୍ତ ଗଣମାଧ୍ୟମ ଏବଂ ଡିଜିଟାଲ ପ୍ଲାଟଫର୍ମରେ ପ୍ରଭାବଶାଳୀ ଓ ସର୍ବାଧିକ ପ୍ରସାର କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଆହୁରି ପଢ଼ନ୍ତୁ: ଚାମେଲି ଓଝା ମାମଲାର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ






