ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ

Madhusudan Das Picture
Published On

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର କଲେଜ କ୍ୟାମ୍ପସ୍‌ ଏବେ ଅଶାନ୍ତ। କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଅନ୍ୟ କେଉଁଠି ନାମାଙ୍କନପତ୍ର ଖାରଜକୁ ନେଇ ଛାତ୍ର ଅସନ୍ତୋଷ ଉଗ୍ରରୂପ ନେଉଛି। ଏପରିକି କଲେଜ ଫାଟକ ଭାଙ୍ଗି ଅନୁପ୍ରବେଶ ଓ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଭଳି ଘଟଣା ଶିକ୍ଷାନୁଷ୍ଠାନର ଶାନ୍ତ ପରିବେଶକୁ ଅଶାନ୍ତ କରିଦେଇଛି। ହିଂସା ଓ ଉତ୍ତଜନା ଯୋଗୁଁ ବିଭିନ୍ନ କଲେଜରେ ନିର୍ବାଚନ ବାତିଲ୍‌ କିମ୍ବା ସ୍ଥଗିତ ରଖାଯିବା ସହ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ବଦଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । 

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ

ରବିବାର ଭୁବନେଶ୍ୱରର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ରଙ୍କ ଉପରେ ପିପିଲିର ପଦା ପଡ଼ିଆରେ ଆକ୍ରମଣ ହୋଇଛି। ସମର୍ଥକଙ୍କ ସହ ଭୋଜି କରୁଥିବାବେଳେ ପ୍ରତିପକ୍ଷ ଗୋଷ୍ଠୀର ଆକ୍ରମଣରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଇଛି। ନୟାଗଡ଼ ମହିଳା ମହାବିଦ୍ୟାଳୟରେ ଯୁବ ବିଜେପି କର୍ମୀ ଫାଟକ ଭାଙ୍ଗି ପ୍ରବେଶ ଘଟଣା ଏବେ ବି ପରିବେଶକୁ ଅଶାନ୍ତ କରି ରଖିଛି। ଏହାପରେ ନିର୍ବାଚନକୁ ବାତିଲ କରାଯାଇଥିବା ବେଳେ ପ୍ରଜାମଣ୍ଡଳ ମହିଳା କଲେଜ ସମେତ ଜିଲ୍ଲାର ଅନ୍ୟ କଲେଜଗୁଡ଼ିକରେ ମଧ୍ୟ ଅଶାନ୍ତି ଦେଖାଦେଇଥିବା ଖବର ମିଳିଛି।

ଆହୁରି ପଢ଼ନ୍ତୁ: ନଦୀରେ ଗାଧେଇବା ବେଳେ ପାଣିରେ ବୁଡିଗଲେ ଦୁଇ ନାବାଳକ ଭାଇ; ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ କଲେଜରେ ଅଧ୍ୟକ୍ଷଙ୍କ ବାସଭବନ ଓ ଛାତ୍ରାବାସ ନିକଟରେ ବୋମା ବିସ୍ଫୋରଣ ହେବା ପରେ ନିର୍ବାଚନ ବାତିଲ୍‌ କରାଯାଇଛି। କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ଉତ୍ତେଜନା ପରେ କୋରେଇର କାହ୍ନୁଚରଣ ମହାବିଦ୍ୟାଳୟ ଓ ମୁଗୁପାଳର ଉପେନ୍ଦ୍ରନାଥ-ଶାରଦା ମହାବିଦ୍ୟାଳୟରେ ମଧ୍ୟ  ନିର୍ବାଚନ ବାତିଲ୍‌ ହୋଇଛି। ଭଦ୍ରକ ଜିଲ୍ଲାର ନାଆମୀ କଲେଜ ଓ ଭଦ୍ରକ ମହିଳା କଲେଜ ସମେତ କେନ୍ଦ୍ରାପଡ଼ାର ତୁଳସୀ ମହିଳା କଲେଜରେ ମଧ୍ୟ ଅଶାନ୍ତି ଯୋଗୁଁ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି। ଦେବଗଡ଼ ମହାବିଦ୍ୟାଳୟରେ ୬ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରଖାଯାଇଛି। ସେହିପରି ପୁରୀ ଜିଲ୍ଲାର ଗୋପ କଲେଜ, ନୂଆପଡ଼ା ଜିଲ୍ଲାର ଖରିଆର ସ୍ୱୟଂଶାସିତ କଲେଜ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇସ୍ଥିତ ୟୁକେ ମହାବୀର କଲେଜରେ ମଧ୍ୟ ନିର୍ବାଚନ ବାତିଲ୍‌ ହୋଇଛି। ବାଲେଶ୍ୱର ଜିଲ୍ଲାର ଜାମ୍ବେଶ୍ୱର କଲେଜରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । 

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ସ୍ୱାଭିମାନ ଓ ସୁରକ୍ଷା ଦାବି: ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣଧାରଣା

ଏପଟେ ନବରଙ୍ଗପୁରର ମଡେଲ୍‌ ଡିଗ୍ରୀ କଲେଜରେ ନିର୍ବାଚନ ବାତିଲ୍‌କୁ ନେଇ ପ୍ରତିବାଦ ପରେ କଲେଜ ବନ୍ଦ ରହିଛି। ଉମରକୋଟ କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଖବର ଆସିଛି। ନିମାପଡ଼ା ସ୍ୱୟଂଶାସିତ କଲେଜରେ ୫୩ଟି ନାମାଙ୍କନ ମଧ୍ୟରୁ ୩୯ଟି ଖାରଜ ହେବାକୁ ନେଇ ଛାତ୍ରଛାତ୍ରୀ ଫାଟକ ବନ୍ଦ କରି ପ୍ରତିବାଦ କରିଛନ୍ତି। ସମ୍ବଲପୁରର ନେତାଜୀ ସୁଭାଷଚନ୍ଦ୍ର ବୋଷ କଲେଜ ଓ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଧ୍ୟ ନାମାଙ୍କନ ଖାରଜକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏତେ ସବୁ ଘଟଣା ମଧ୍ୟରେ ନିର୍ବାଚନରେ ହିଂସା ରୋକିବା, ବାହ୍ୟ ହସ୍ତକ୍ଷେପ ଅଭିଯୋଗର ନିରପେକ୍ଷ ତଦନ୍ତ ଏବଂ ନାମାଙ୍କନ ଯାଞ୍ଚରେ ସ୍ୱଚ୍‌ଛତା ରକ୍ଷା କରିବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ହୋଇଛି। ଏହି ସମୟରେ ପୁଲିସ, ପ୍ରଶାସନ ଓ ସରକାରଙ୍କ ଭୂମିକାକୁ ନେଇ ବିରୋଧୀ ଛାତ୍ର ସଂଗଠନଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି । ପ୍ରଶାସନ ଓ ପୁଲିସ କଳକୁ ଲଗାଇ ବିରୋଧୀଙ୍କୁ ହରାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ମଧ୍ୟ ଛାତ୍ର ଓ ଯୁବବିଜେଡି, ଛାତ୍ର କଂଗ୍ରେସ, ଏଆଇଏସ୍‌ଏଫ୍‌ ଆଦି ଅଭିଯୋଗ କରିଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର