ମାନସିକ ଚାପ ଯୋଗୁଁ ଆପଣ ନିଜ କେଶ ଉପାଡୁଛନ୍ତି କି? ଜାଣନ୍ତୁ ଟ୍ରାଇକୋଟିଲୋମାନିଆ ସମସ୍ୟା ଓ ଏହାର ସମାଧାନ

Suryakanta Picture
Published On

ଅନେକ ସମୟରେ ଲୋକମାନେ ଅତ୍ୟଧିକ ମାନସିକ ଚାପ କିମ୍ବା ଉଦ୍‌ବେଗରେ ଥିବା ବେଳେ ନିଜ ମୁଣ୍ଡରୁ କେଶ ଟାଣିବା କିମ୍ବା ଉପାଡ଼ିବା ଆରମ୍ଭ କରନ୍ତି। ଯଦିଓ ଏହା ଦେଖିବାକୁ ଏକ ସାଧାରଣ ଅଭ୍ୟାସ ଭଳି ମନେହୁଏ, କିନ୍ତୁ ବାସ୍ତବରେ ଏହା ଏକ ମାନସିକ ସମସ୍ୟା ହୋଇପାରେ, ଯାହାକୁ ଡାକ୍ତରୀ ଭାଷାରେ ଟ୍ରାଇକୋଟିଲୋମାନିଆ (Trichotillomania) କୁହାଯାଏ।

ଆହୁରି ପଢ଼ନ୍ତୁ: ଦିନ ତମାମ ପରିଶ୍ରମ ପରେ ଶାନ୍ତିରେ ଶୋଇବା ପାଇଁ ଅସୁବିଧା ହେଉଛି କି? ଶୋଇବା ପୂର୍ବରୁ କରନ୍ତୁ ଏହି ସହଜ ଯୋଗାସନ

ଟ୍ରାଇକୋଟିଲୋମାନିଆ କ'ଣ?

ସାର୍ ଏଚ.ଏନ. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ସାଇକୋଲୋଜିଷ୍ଟ (ମନୋବିଜ୍ଞାନୀ) ରିତିକା କୃଷ୍ଣନ୍ଙ୍କ ମତରେ, ବାରମ୍ବାର କେଶ ଉପାଡ଼ିବା କେବଳ ଏକ ଖରାପ ଅଭ୍ୟାସ ନୁହେଁ ଯାହାକୁ ସହଜରେ ଛାଡ଼ିହେବ। ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ନିଜ କେଶ ଉପାଡ଼ିବା ପରେ ଏକ ପ୍ରକାର ଆଶ୍ୱସ୍ତି କିମ୍ବା ଶାନ୍ତି ଅନୁଭବ କରନ୍ତି। କିନ୍ତୁ ଏହି ଆଶ୍ୱସ୍ତି କ୍ଷଣିକ ଅଟେ। ଖୁବ୍‌ଶୀଘ୍ର ଏହା ଏକ ଚକ୍ରବ୍ୟୁହରେ ପରିଣତ ହୁଏ ଯାହାକୁ ଭାଙ୍ଗିବା କଷ୍ଟକର ହୋଇପଡ଼େ ଏବଂ ଏହା ଦ୍ୱାରା ବହୁମାତ୍ରାରେ କେଶ ଝଡ଼ିବା ଆରମ୍ଭ ହୁଏ।

ଆହୁରି ପଢ଼ନ୍ତୁ: କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ

ଏହା କାହିଁକି ହୁଏ ଓ ଏହାର କାରଣ କ'ଣ?

ମନୋବିଜ୍ଞାନୀଙ୍କ ମତରେ ଏହି ଅଭ୍ୟାସ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ:

ଆହୁରି ପଢ଼ନ୍ତୁ: ଅତିରିକ୍ତ ଚିନ୍ତା ବା ଓଭରଥିଙ୍କିଙ୍ଗ୍‌ରୁ କେମିତି ପାଇବେ ମୁକ୍ତି? ଜାଣନ୍ତୁ ମନୋବିଜ୍ଞାନୀଙ୍କ ସ୍ୱତନ୍ତ୍ର ଟିପ୍ସ

* ରିଫ୍ଲେକ୍ସିଭ୍ ପୁଲିଂ (Reflexive pulling): ଏହା ସମ୍ପୂର୍ଣ୍ଣ ଅଜାଣତରେ ହୋଇଥାଏ। ଉଦାହରଣସ୍ୱରୂପ, ବହି ପଢ଼ିବା, ଟିଭି ଦେଖିବା କିମ୍ବା ଗାଡ଼ି ଚଳାଇବା ସମୟରେ ବ୍ୟକ୍ତି ବୋର୍ ଅନୁଭବ କଲେ ଅଜାଣତରେ କେଶ ଟାଣିଥାନ୍ତି।

* ଇଣ୍ଟେନ୍ସନାଲ୍ ପୁଲିଂ (Intentional pulling): ଏହା ହେଉଛି ଏକ ଜାଣିଶୁଣି କରାଯାଉଥିବା ପ୍ରତିକ୍ରିୟା। ଭୟ, ରାଗ, ନିରାଶା କିମ୍ବା ଏକୁଟିଆପଣ ଭଳି ନକାରାତ୍ମକ ଭାବନା ସୃଷ୍ଟି ହେଲେ, ବ୍ୟକ୍ତି ଜାଣିଶୁଣି ନିଜକୁ ଶାନ୍ତ କରିବା ପାଇଁ କେଶ ଉପାଡ଼ିଥାନ୍ତି।

କେବେ ଡାକ୍ତରଙ୍କ ପରାମର୍ଶ ନେବେ?

ଯଦି ଏହି ଅଭ୍ୟାସ ଯୋଗୁଁ ଆପଣଙ୍କର ଅତ୍ୟଧିକ କେଶ ଝଡ଼ୁଛି, ଏହାକୁ ବନ୍ଦ କରିବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି କିମ୍ବା ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଜରୁରୀ। ବିଶେଷଜ୍ଞଙ୍କ ଅନୁଯାୟୀ, କୌଣସି ଚର୍ମ ରୋଗ ନଥିବା ସୁନିଶ୍ଚିତ ହେବା ପରେ ମନୋବିଜ୍ଞାନୀଙ୍କ ସାହାଯ୍ୟ ନିଆଯାଇପାରିବ। ବିଶେଷ କରି ହାବିଟ୍ ରିଭର୍ସାଲ୍ ଟ୍ରେନିଂ (Habit reversal training) ଭଳି ଥେରାପି ମାଧ୍ୟମରେ ଏହି ସମସ୍ୟାର ସଫଳ ଚିକିତ୍ସା କରାଯାଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp