Tuesday Horoscope: ମଙ୍ଗଳବାର ରାଶିଫଳ (୧୩-୧୦-୨୦୨୬)

Madhusudan Das Picture
Published On

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ମନୋରଞ୍ଜନରେ ସମୟ ଅତିବାହିତ ହେବ। ବ୍ୟବସାୟ ଆଗକୁ ବଢ଼ାଇବେ। ସ୍ବାସ୍ଥ୍ୟରେ ସୁଧାର ଆସିବ। 

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ (୦୬-୧୦-୨୦୨୬)

ବୃଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଆଶାରୁ ଅଧିକ ସଫଳତା ଲାଭ କରିବେ।  

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୦୭-୧୦-୨୦୨୬)

ମିଥୁନ: ସଫଳତା ପାଇଁ କଠିନ ପରିଶ୍ରମ କରିବେ। ବ୍ୟକ୍ତିଗତ କଥାକୁ ଗୋପନୀୟ ରଖନ୍ତୁ। ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ନୂତନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାର ଲୋକଙ୍କ ମଧ୍ୟରେ ସମୟ ଅତିବାହିତ କରିବେ।  ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ତରବରିଆ ଭାବେ ନିବେଶ କରନ୍ତୁ ନାହିଁ। 

ସିଂହ: ଦୁଃଖ ତଥା ଚିନ୍ତା ଦୂର ହେବ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ। ଅଫିସ୍‌ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ଦେଖା ଦେବ। ପିଲାଙ୍କ ପଢ଼ା ପାଇଁ ବ୍ୟସ୍ତ ବିବ୍ରତ ହେବେ ନାହିଁ।

କନ୍ୟା: ନିଜ ପାଇଁ ସମୟ ବାହାର କରିବେ। ଦୀର୍ଘ ଦିନର ଆଶା ପୂରଣ  ହେବ।  ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଅବିବାହିତଙ୍କ ପାଇଁ  ବିବାହ ପ୍ରସ୍ତାବ ଆସିପାରେ। ଚକ୍ଷୁ ସମସ୍ୟା ଭୋଗି ପାରନ୍ତି। 

ତୁଳା: ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ନୂତନ ବ୍ୟବସାୟ ପାଇଁ ଭଲ ସମୟ। ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟ ରଖନ୍ତୁ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। 

ବିଛା: ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସମାଜ ସେବାରେ ସମୟ ଅତିବାହିତ ହେବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ପିତାମାତା ଚିନ୍ତାରେ ରହିପାରନ୍ତି। ଅଚାନକ ଖୁସି ଖବର ପାଇବେ। 

ଧନୁ: ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ଅବିବାହିତାଙ୍କ ବିବାହରେ ସମସ୍ୟା ଉତ୍ପନ୍ନ ହେବ। 

ମକର: ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିବ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଲୋକ ସମ୍ପର୍କ ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। 

କୁମ୍ଭ: ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଠକାମିର ଶିକାର ହେବେ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। 

ମୀନ: ରାଜନୀତିରେ ଯୋଗ ଦେବେ। ଜୀବନସାଥୀଙ୍କୁ ମନକଥା କହିବେ। ଇଚ୍ଛା ପୂରଣ ହେବ। ନୂଆ ଚାକିରି ମିଳିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାମୁକ୍ତ ରହିବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp