୧୩ରେ ଲଘୁଚାପ, ୧୬ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

Madhusudan Das Picture
Published On

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ଅକ୍ଟୋବର ୧୩ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା  ଘନୀଭୂତ ହେବାର ଆଶଙ୍କା ରହିଥିଲେ ମଧ୍ୟ ବିଶେଷ ଶକ୍ତିଶାଳୀ ହେବାର ସମ୍ଭାବନା କମ୍‌ ରହିଛି। ତଥାପି ଓଡ଼ିଶା ଉପରେ ପ୍ରଭାବ କ’ଣ ରହିବ ତାହା ମଧ୍ୟ ଏବେ ବି ଅସ୍ପଷ୍ଟ ରହିଛି। ଅନ୍ୟପଟେ ଏହି ଲଘୁଚାପ ୧୬-୧୮ ବେଳକୁ ଉପକୂଳ ନିକଟବର୍ତ୍ତୀ ହେବାକୁ ଥିବାରୁ ରାଜ୍ୟର କେତେ ସ୍ଥାନରେ ଏହି ସମୟରେ ବର୍ଷା ଆଶଙ୍କା କରାଯାଉଛି। ପାଣିପାଗ କେନ୍ଦ୍ରର ବୁଲେଟିନ୍‌ ଅନୁଯାୟୀ ରାଜ୍ୟରେ ୧୬ରୁ ୧୮ ତାରିଖ ମଧ୍ୟରେ ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମୌସୁମୀ ଅପସାରଣ ପ୍ରକ୍ରିୟା ଓ ଉତ୍ତର-ପୂର୍ବ ମୌସୁମୀର ସକ୍ରିୟତା ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ସାମୁଦ୍ରିକ ସ୍ଥିତି ଓ ବାୟୁ ମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କିମ୍ୱା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ ବୋଲି ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: SCBରେ ଯୁବକଙ୍କ ହାଇଡ୍ରାମା, ପାଣି ଟାଙ୍କି ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର