ଦିଲ୍ଲୀର ଜନ୍ତର ମନ୍ତର ଆଉ ପ୍ରତିବାଦ ସ୍ଥଳ ନୁହେଁ, ଦିଲ୍ଲୀ ପୋଲିସ ପକ୍ଷରୁ ୩ଟି ନୂଆ ବିକଳ୍ପ ସ୍ଥାନ ଘୋଷଣା

Madhusudan Das Picture
Published On

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଆଉ ଶୁଭିବନି ଆନ୍ଦୋଳନର ପଦଧ୍ଵନୀ। ଜନ୍ତର ମନ୍ତରରେ ଆଉ ହେବନି  ଆନ୍ଦୋଳନ କି ଦିଆଯିବନି ଧାରଣା । ଦେଶର ରାଜଧାନୀ ନୂଆଦିଲ୍ଲୀର ଐତିହାସିକ ଜନ୍ତର ମନ୍ତର (Jantar Mantar) କୁ ଆଉ ପ୍ରତିବାଦ ସ୍ଥଳ ବା ଆନ୍ଦୋଳନ ସ୍ଥାନ ଭାବରେ ବିବେଚନା କରାଯିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି କ୍ରମେ ଦିଲ୍ଲୀ ପୋଲିସ ଏହାକୁ ଆନୁଷ୍ଠାନିକ ଭାବେ ଡି-ନୋଟିଫାଏ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Ministry of Home Affairs) ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଆଧାରରେ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ସାଧାରଣ ନାଗରିକଙ୍କ ସମାବେଶ ଏବଂ ପ୍ରତିବାଦ ପାଇଁ ଅନ୍ୟ ବିକଳ୍ପ ସ୍ଥାନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା: ମାଇକ୍ରୋସଫ୍ଟ, ଟିସିଏସ୍ (TCS), ୱିପ୍ରୋ (Wipro) ସମେତ ୮ଟି ବଡ଼ ଆଇଟି କମ୍ପାନୀ ଉପରେ ପ୍ରଭାବ

ଦୀର୍ଘ ବର୍ଷ ଧରି ରାଜଧାନୀରେ ନାଗରିକ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ପାଲଟିଥିବା ଜନ୍ତର ମନ୍ତରରୁ ଏହି ମାନ୍ୟତା ପ୍ରତ୍ୟାହାର ହେବା ପରେ କର୍ତ୍ତୃପକ୍ଷ ୩ଟି ନୂତନ ବିକଳ୍ପ ସ୍ଥାନ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା:

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ସିଜେପିର ବିକ୍ଷୋଭ ପୂର୍ବରୁ ଗୁରୁଗ୍ରାମରେ ୟୁଟ୍ୟୁବର ଧ୍ରୁବ ରାଠୀ ଅଟକ

* ରାମଲୀଳା ମଇଦାନ (ମଧ୍ୟ ଦିଲ୍ଲୀ)
* ବୁରାରୀ ମଇଦାନ (ଉତ୍ତର ଦିଲ୍ଲୀ)
* ସିବିଡି ମଇଦାନ (ପୂର୍ବ ଦିଲ୍ଲୀ)

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

ପୋଲିସର ସୂଚନା ଅନୁଯାୟୀ, ନୂତନ ଭାବେ ଆବଣ୍ଟିତ ଏହି ସ୍ଥାନଗୁଡ଼ିକରେ ପ୍ରତିବାଦ, ଶୋଭାଯାତ୍ରା ଏବଂ ପ୍ରଦର୍ଶନ ଆୟୋଜନ ପାଇଁ ବିସ୍ତୃତ ତଥା ସଂଶୋଧିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି (SOP) ପୃଥକ ଭାବେ ପ୍ରକାଶ କରାଯିବ। ନିର୍ବାଚନୀ ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିବାଦକୁ ନେଇ କେନ୍ଦ୍ରୀୟ ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ଓ ଆନ୍ଦୋଳନ ଜାରି ରହିଥିବା ସମୟରେ ପ୍ରଶାସନ ପକ୍ଷରୁ ଏଭଳି ଏକ ବଡ଼ ନିଷ୍ପତ୍ତି ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର