ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ବୋମାମାଡ଼ ଆତଙ୍କ ପରେ କ୍ୟାମ୍ପସରେ ପୋଲିସ ଛାଉଣି

Madhusudan Das Picture
Published On

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା । ରବିବାର ବିଳମ୍ବିତ ରାତିରେ କ୍ୟାମ୍ପସରେ ବୋମାମାଡ଼ ଆତଙ୍କ ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ହଷ୍ଟେଲ ନିକଟରେ ଦେଶୀ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି, ଯାହା ଫଳରେ ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଭୟର ବାତାବରଣ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ପ୍ରୋଗ୍ରାମର

ସୂଚନା ଅନୁଯାୟୀ, ୧ ନମ୍ବର ବାଳକ ଛାତ୍ରାବାସ ନିକଟରେ ଦୁର୍ବୃତ୍ତମାନେ ତିନୋଟି ବୋମା ଫିଙ୍ଗିଥିଲେ। ଏହି ବିସ୍ଫୋରଣର ଶବ୍ଦ ଏତେ ପ୍ରବଳ ଥିଲା ଯେ ଅନ୍ତେବାସୀମାନେ ଭୟଭୀତ ହୋଇପଡ଼ିଥିଲେ। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି। ଅନ୍ୟପକ୍ଷରେ, କିଛି ଛାତ୍ର ଏହାକୁ କେବଳ ବାଣ ଫୁଟିବାର ଶବ୍ଦ ବୋଲି ଦାବି କରିଥିବା ବେଳେ ବିସ୍ଫୋରଣର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ଆହୁରି ପଢ଼ନ୍ତୁ: ଆମେରିକାର ହାଭାର୍ଡ କେନେଡି ସ୍କୁଲରେ ସାର୍ବଜନୀନ ନୀତି ଓ ଶାସନ ଉପରେ ଆଲୋଚନା କଲେ ଭିକେ ପାଣ୍ଡିଆନ

ଖବର ପାଇ ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍ ତୁରନ୍ତ କ୍ୟାମ୍ପସରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ। ସେ ଛାତ୍ରମାନଙ୍କ ସହ ଆଲୋଚନା କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆବଶ୍ୟକ ପଡ଼ିଲେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସ୍କାମ୍: ସଡକ ଓ ଗୃହ ନିର୍ମାଣ ବିଭାଗର ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆଗକୁ ଛାତ୍ର ସଂସଦ ନିର୍ବାଚନ ଆସୁଥିବାରୁ କ୍ୟାମ୍ପସରେ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଏହି ସମୟରେ ଏଭଳି ଘଟଣା ସାମ୍ନାକୁ ଆସିବା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି। ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଶ୍ୱବିଦ୍ୟାଳୟ ପରିସରରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର