ଭିଜିଲାନ୍ସ ଜାଲରେ ବାରିପଦା ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ, ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

The Sakala Picture
Published On

ବାରିପଦା: ଭିଜିଲାନ୍ସ ଜାଲରେ ଅମିନ । ଲାଞ୍ଚ ନେବା ବେଳେ ବାରିପଦା ବନ୍ଦୋବସ୍ତ(ଜମି) କାର୍ଯ୍ୟାଳୟର ଅମିନ ମାନସ ଦାସ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି ଜୟନ୍ତୀ ଦଳେଇଙ୍କ ସୂଚନା ଅନୁଯାୟୀ, ରାଇରଙ୍ଗପୁରର ଚିତ୍ତରଞ୍ଜନ ମହାନ୍ତ ନିଜ ଜମିର ରେକର୍ଡ ପତ୍ର ଆବଶ୍ୟକ ପାଇଁ ବାରିପଦା ବନ୍ଦୋବସ୍ତ(ଜମି) କାର୍ଯ୍ୟାଳୟକୁ ଯାଇ ବାରମ୍ବାର ନିରାଶ ହୋଇଥିଲେ । ତେବେ ସେହି କାର୍ଯ୍ୟାଳୟର ଅମିନ ମାନସ ଦାସ ଚିତ୍ତରଞ୍ଜନଙ୍କୁ ୯ ପୃଷ୍ଠାର ରେକର୍ଡ […]

ବାରିପଦା: ଭିଜିଲାନ୍ସ ଜାଲରେ ଅମିନ । ଲାଞ୍ଚ ନେବା ବେଳେ ବାରିପଦା ବନ୍ଦୋବସ୍ତ(ଜମି) କାର୍ଯ୍ୟାଳୟର ଅମିନ ମାନସ ଦାସ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି ଜୟନ୍ତୀ ଦଳେଇଙ୍କ ସୂଚନା ଅନୁଯାୟୀ, ରାଇରଙ୍ଗପୁରର ଚିତ୍ତରଞ୍ଜନ ମହାନ୍ତ ନିଜ ଜମିର ରେକର୍ଡ ପତ୍ର ଆବଶ୍ୟକ ପାଇଁ ବାରିପଦା ବନ୍ଦୋବସ୍ତ(ଜମି) କାର୍ଯ୍ୟାଳୟକୁ ଯାଇ ବାରମ୍ବାର ନିରାଶ ହୋଇଥିଲେ । ତେବେ ସେହି କାର୍ଯ୍ୟାଳୟର ଅମିନ ମାନସ ଦାସ ଚିତ୍ତରଞ୍ଜନଙ୍କୁ ୯ ପୃଷ୍ଠାର ରେକର୍ଡ ପାଇଁ ୬୩୦୦ଟଙ୍କା (ପ୍ରତି ପୃଷ୍ଠା ୭୦୦ଟଙ୍କା ହିସାବରେ) ଲାଞ୍ଚ ମାଗିଥିଲେ । ଏନେଇ ଚିତ୍ତରଞ୍ଜନ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।

ଆହୁରି ପଢ଼ନ୍ତୁ: DNA ରିପୋର୍ଟ ଖୋଲିଲା ହତ୍ୟା ରହସ୍ୟ, ଦୀର୍ଘ ଅଢେଇ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ, ୩ ଗିରଫ

ପୂର୍ବ ଯୋଜନା ଅନୁଯାୟୀ ସୋମବାର ପୂର୍ବାହ୍ନରେ ଚିତ୍ତରଞ୍ଜନ ମାନସଙ୍କୁ ୩୩୦୦ଟଙ୍କା ଅଗ୍ରିମ ଦେବା ସମୟରେ ଭିଜିଲାନ୍ସ ଦଳ ହାତରେ ଧରାପଡିଥିଲେ । ତାଙ୍କ ନିକଟରୁ ରସାୟନ ପ୍ରଲେପ ବୋଳା ୩୩୦୦ଟଙ୍କା ଜବତ କରାଯାଇଛି । ବାଲେଶ୍ଵର ଓ ବାରିପଦା ଭିଜିଲାନ୍ସ ଦଳ ଅଭିଯୁକ୍ତ ଅମିନଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଚଢାଉ ଜାରି ରଖିଛନ୍ତି । ଅଭିଯୁକ୍ତ ମାନସ ୨୦୦୭ମସିହାରୁ ଚାକିରୀ ଆରମ୍ଭ କରିଥିବା ବେଳେ ବାରିପଦା କାର୍ଯ୍ୟାଳୟରେ ବିବାଦୀୟ ରହିଥିଲେ । ତାଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଛି ବେଦାନ୍ତ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଦ୍ୱାରା ୫୦,୦୦୦ରୁ ଅଧିକ ଲୋକ ଉପକୃତ

10 Jul 2023 By The Sakala

ଭିଜିଲାନ୍ସ ଜାଲରେ ବାରିପଦା ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ, ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ଅମିନ । ଲାଞ୍ଚ ନେବା ବେଳେ ବାରିପଦା ବନ୍ଦୋବସ୍ତ(ଜମି) କାର୍ଯ୍ୟାଳୟର ଅମିନ ମାନସ ଦାସ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି ଜୟନ୍ତୀ ଦଳେଇଙ୍କ ସୂଚନା ଅନୁଯାୟୀ, ରାଇରଙ୍ଗପୁରର ଚିତ୍ତରଞ୍ଜନ ମହାନ୍ତ ନିଜ ଜମିର ରେକର୍ଡ ପତ୍ର ଆବଶ୍ୟକ ପାଇଁ ବାରିପଦା ବନ୍ଦୋବସ୍ତ(ଜମି) କାର୍ଯ୍ୟାଳୟକୁ ଯାଇ ବାରମ୍ବାର ନିରାଶ ହୋଇଥିଲେ । ତେବେ ସେହି କାର୍ଯ୍ୟାଳୟର ଅମିନ ମାନସ ଦାସ ଚିତ୍ତରଞ୍ଜନଙ୍କୁ ୯ ପୃଷ୍ଠାର ରେକର୍ଡ ପାଇଁ ୬୩୦୦ଟଙ୍କା (ପ୍ରତି ପୃଷ୍ଠା ୭୦୦ଟଙ୍କା ହିସାବରେ) ଲାଞ୍ଚ ମାଗିଥିଲେ । ଏନେଇ ଚିତ୍ତରଞ୍ଜନ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।

ପୂର୍ବ ଯୋଜନା ଅନୁଯାୟୀ ସୋମବାର ପୂର୍ବାହ୍ନରେ ଚିତ୍ତରଞ୍ଜନ ମାନସଙ୍କୁ ୩୩୦୦ଟଙ୍କା ଅଗ୍ରିମ ଦେବା ସମୟରେ ଭିଜିଲାନ୍ସ ଦଳ ହାତରେ ଧରାପଡିଥିଲେ । ତାଙ୍କ ନିକଟରୁ ରସାୟନ ପ୍ରଲେପ ବୋଳା ୩୩୦୦ଟଙ୍କା ଜବତ କରାଯାଇଛି । ବାଲେଶ୍ଵର ଓ ବାରିପଦା ଭିଜିଲାନ୍ସ ଦଳ ଅଭିଯୁକ୍ତ ଅମିନଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଚଢାଉ ଜାରି ରଖିଛନ୍ତି । ଅଭିଯୁକ୍ତ ମାନସ ୨୦୦୭ମସିହାରୁ ଚାକିରୀ ଆରମ୍ଭ କରିଥିବା ବେଳେ ବାରିପଦା କାର୍ଯ୍ୟାଳୟରେ ବିବାଦୀୟ ରହିଥିଲେ । ତାଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର