ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ୍‌ ଘଟଣା: ଲୁଟ୍‌ ହୋଇଥିବା ୫ ଟନ୍‌ ବିସ୍ଫୋରକରୁ ଜବତ ହେଲାଣି ୩.୮ ଟନ୍‌

The Sakala Picture
Published On

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନ‌ା ବାଙ୍କୋ ପଥର ଖଣିରୁ ୫ ହଜାର କିଲୋରୁ ଊର୍ଦ୍ଧ୍ବ ପରିମାଣର ବିସ୍ଫୋରକ ଲୁଟ୍ ଘଟଣା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ଲୁଟ୍‌ ହୋଇଥିବା ୫ ଟନ୍‌ ବିସ୍ଫୋରକରୁ ୩.୮ ଟନ୍‌ ଜବତ ହୋଇଛି। ଗତମାସ ୨୭ ତାରିଖ ରାତି ପର ଠାରୁ ଅପରେସନ୍‌ ଜାରି ରହିଛି। ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଏସ୍‌ଆଇଟି ତଦନ୍ତ ଜାରି […]

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନ‌ା ବାଙ୍କୋ ପଥର ଖଣିରୁ ୫ ହଜାର କିଲୋରୁ ଊର୍ଦ୍ଧ୍ବ ପରିମାଣର ବିସ୍ଫୋରକ ଲୁଟ୍ ଘଟଣା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରତିକ୍ରିୟା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ସାମ୍ବାଦିକ ସମ୍ମିଳନୀରେ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ଲୁଟ୍‌ ହୋଇଥିବା ୫ ଟନ୍‌ ବିସ୍ଫୋରକରୁ ୩.୮ ଟନ୍‌ ଜବତ ହୋଇଛି। ଗତମାସ ୨୭ ତାରିଖ ରାତି ପର ଠାରୁ ଅପରେସନ୍‌ ଜାରି ରହିଛି। ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଏସ୍‌ଆଇଟି ତଦନ୍ତ ଜାରି ରହିଛି। ବିସ୍ଫୋରକ ଲୁଟ୍‌ ମାମଲାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି। ଏହି ଲିଙ୍କରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅବଶିଷ୍ଟ ବିସ୍ଫୋରକକୁ ଜବତ କରିବା ପାଇଁ ଉଦ୍ୟମ ଜାରି ରହିଛି। ରାଉରକେଲାର ଏକ ପେଟ୍ରୋଲ୍‌ ପମ୍ପ୍‌ ନିକଟ ଗାଡ଼ିରୁ ବିସ୍ଫୋରକ ମିଳିଛି ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

ଖବର ଅନୁଯାୟୀ , ମେ’ ୨୭ ତାରିଖରେ ମାଓବାଦୀଙ୍କ ଦ୍ବାରା ବାଙ୍କୋ ପଥର ଖଣିକୁ ଯାଉଥିବା ୨୦୦ ପ୍ୟାକେଟ୍‌ ବିସ୍ଫୋରକ ଲୁଟ୍‌ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମାମଲାକୁ ଗୁରୁତର ସହ ନେଇ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିଥିଲେ। ତାଙ୍କ ସହ ଆଇଜି(ଅପରେସନ) ଦୀପକ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ, ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର, ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଅଧିକାରୀ ଓ ଝାଡ଼ଖଣ୍ଡ ପୁଲିସ ମଧ୍ୟ ସାମିଲ ହୋଇଥିଲେ। ଏହାପରେ ଡିଜିପି ଏନ୍‌ଆଇ୍ଏ ଟିମ୍‌ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ତଦନ୍ତ ବର୍ତ୍ତମାନ ଏନ୍‌ଆଇଏ ଟିମ୍‌ କରୁଛି।

ଆହୁରି ପଢ଼ନ୍ତୁ: ସରକାରଙ୍କ ବିରୋଦ୍ଧରେ ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ଗର୍ଜ୍ଜନ; ନିୟମିତ କରିବା ଦାବିରେ ଆନ୍ଦୋଳନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର