ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Madhusudan Das Picture
Published On

ମାଲକାନଗିରି: ପ୍ରେମ ପାଇଁ ଟାୱାରରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ବିବାହ ପାଇଁ ମନାକଲା ପ୍ରେମିକା । ମୋବାଇଲ ଟାୱାରରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁରୁ ଆସିଛି ଏପରି ଖବର । ଯୁବକ ଜଣକ ହେଲେ ୩୦ ବର୍ଷୀୟ ଆଡ଼ମା ମାଡ଼କାମ । ସୂଚନା ଅନୁସାରେ,ପ୍ରେମିକାଙ୍କର ପୂର୍ବରୁ ବିବାହ କରି ସନ୍ତାନ ଥିବାରୁ ସେ ବିବାହକୁ ମନା କରିଥିଲେ । ଏହା ପରେ ଯୁବକ ଜଣଙ୍କ ପ୍ରେମିକାଙ୍କ ଗାଁକୁ ଆସି ସେଠାରେ ଥିବା ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ  । ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ହାଇ-ଭୋଲଟେଜ ଡ୍ରାମା ।  ଶେଷରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ  ଉଦ୍ଧାର କରିଥିଲା । ସୁରକ୍ଷିତ ଭାବେ ତାଙ୍କୁ ତଳକୁ ଅଣାଯାଇଥିଲା ।

ଆହୁରି ପଢ଼ନ୍ତୁ: ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ OSRTC ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

28 Mar 2026 By Madhusudan Das

ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି: ପ୍ରେମ ପାଇଁ ଟାୱାରରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ବିବାହ ପାଇଁ ମନାକଲା ପ୍ରେମିକା । ମୋବାଇଲ ଟାୱାରରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁରୁ ଆସିଛି ଏପରି ଖବର । ଯୁବକ ଜଣକ ହେଲେ ୩୦ ବର୍ଷୀୟ ଆଡ଼ମା ମାଡ଼କାମ । ସୂଚନା ଅନୁସାରେ,ପ୍ରେମିକାଙ୍କର ପୂର୍ବରୁ ବିବାହ କରି ସନ୍ତାନ ଥିବାରୁ ସେ ବିବାହକୁ ମନା କରିଥିଲେ । ଏହା ପରେ ଯୁବକ ଜଣଙ୍କ ପ୍ରେମିକାଙ୍କ ଗାଁକୁ ଆସି ସେଠାରେ ଥିବା ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ  । ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ହାଇ-ଭୋଲଟେଜ ଡ୍ରାମା ।  ଶେଷରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ  ଉଦ୍ଧାର କରିଥିଲା । ସୁରକ୍ଷିତ ଭାବେ ତାଙ୍କୁ ତଳକୁ ଅଣାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର