ଘରକୁ ଫେରିବାକୁ ଚେଷ୍ଟା କଲେ ବି ପାଖରେ ରଖି ନିଜର କାମ କରାଉଛନ୍ତି ମାଓବାଦୀ: ଆଦିବାସୀ ସୁରକ୍ଷା ମଞ୍ଚ

The Sakala Picture
Published On

ଭୁବନେଶ୍ବର: ମାଓ ସଙ୍ଗଠନ ବିରୋଧରେ ଲାଗିଲା ପୋଷ୍ଟର। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ, ମାଥିଲି ବ୍ଲକର ବିଭିନ୍ନ ଅଞ୍ଚଳ ସହ ଅନେକ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ଆଦିବାସୀ ସୁରକ୍ଷା ମଞ୍ଚ ଅବିଭକ୍ତ କୋରାପୁଟ ଜିଲ୍ଲା ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ତେବେ ଏଥିରେ ଉଲ୍ଲେଖ ରହିଛି ଯେ, ମାଲକାନଗିରି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅନେକ ଅଞ୍ଚଳର ଯୁବକଯୁବତୀ ମାନେ ନକ୍ସଲ ସଂଗଠନ ସହିତ ସାମିଲ ହୋଇ ନିଜ ବାପାମାଆ […]

ଭୁବନେଶ୍ବର: ମାଓ ସଙ୍ଗଠନ ବିରୋଧରେ ଲାଗିଲା ପୋଷ୍ଟର। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ, ମାଥିଲି ବ୍ଲକର ବିଭିନ୍ନ ଅଞ୍ଚଳ ସହ ଅନେକ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ଆଦିବାସୀ ସୁରକ୍ଷା ମଞ୍ଚ ଅବିଭକ୍ତ କୋରାପୁଟ ଜିଲ୍ଲା ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ତେବେ ଏଥିରେ ଉଲ୍ଲେଖ ରହିଛି ଯେ, ମାଲକାନଗିରି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅନେକ ଅଞ୍ଚଳର ଯୁବକଯୁବତୀ ମାନେ ନକ୍ସଲ ସଂଗଠନ ସହିତ ସାମିଲ ହୋଇ ନିଜ ବାପାମାଆ ଘରଦ୍ବାର ଛାଡି ବହୁ କଷ୍ଟ ସହି ଅଣ ଆଦିବାସୀ ଓ ଅଣ ଓଡ଼ିଆ ନକ୍ସଲ ନେତା ନେତ୍ରୀଙ୍କ ଦ୍ଵାରା ନିର୍ଯାତିତ ହୋଇ ବର୍ତ୍ତମାନ ବାହାର ରାଜ୍ୟର ଜଙ୍ଗଲ ପାହାଡ଼ରେ ଲୁଚି ଛପି ରହିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତିରେ ଛତିଶଗଡ଼, ତେଲୋଙ୍ଗାନା ଓ ମହାରାଷ୍ଟ୍ର ଭଳି ରାଜ୍ୟ ମାନଙ୍କରେ ସୁରକ୍ଷାକର୍ମୀ ମାନଙ୍କ ସହିତ ମାଓ ସଂଗଠନର ମୁକାବିଲାରେ ବହୁ ସଂଖ୍ୟାରେ ମାଓବାଦୀ ସଂଗଠନରେ ଥିବା ଆଦିବାସୀ ମାନେ ନିଜ ଜୀବନ ହରାଉଛନ୍ତି ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ଏଥିପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ସୁରକ୍ଷା ସମିତି ତରଫରୁ ସମସ୍ତଙ୍କୁ ଅନୁରୋଧ କରଯାଇଛି ଯେ, ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ପୁନଃ ଥଇଥାନ ନୀତିର ଲାଭ ଉଠାନ୍ତୁ, ଓ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ନିଜ ଜନ୍ମ ମାଟିକୁ ଫେରି ଏକ ସୁସ୍ଥ ଏବଂ ସୁରକ୍ଷିତ ଜୀବନ ଆପଣେଇ ନିଅନ୍ତୁ। ବାରମ୍ଵାର ଦେଖା ଯାଉଛି ମାଓ ସଂଗଠନରେ ଥିବା ବଡ ନେତା ମାନେ ଆଦିବାସୀ ଓ ପଛୁଆ ଜାତି ତଥା ଛୋଟ ସଦସ୍ୟମାନଙ୍କୁ ତାଙ୍କ ନିଜ କାମ କରାଇବା ସହ ଶୋଷଣ କରୁଛନ୍ତି । ଝିଅ ମାନଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ନିକଟ ଅତୀତରେ AOBSZC ର ସେକ୍ରେଟେରୀ ଗଶେଷ ବୋଲି ନିଜକୁ ପରିଚୟ ଦେଇଥିବା ଉଦୟ ଏବଂ ତାର ଅନ୍ୟ ପୁରୁଷ ନକ୍ସଲ ସାଥୀ ମାନେ ମିଶି ନିଲସୋ ଓ ବଢି ରାଧା ନାମକ ଏକ ଆଦିବାସୀ ଝିଅକୁ ମିଛ ନିନ୍ଦା କରି ତାକୁ ଗଣ ଦୁଷ୍କର୍ମ କରି ନୃଶଂସ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଲେ । ଏଥୁରୁ ସମଗ୍ର ନାରୀ ଜାତି ପାଇଁ ନକ୍ସଲ ସଂଗଠନରେ ସମ୍ମାନ କେତେ ଅଛି ଜଣା ପଡୁଛି ।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

ସ୍ୱାଭିମାନ ଅଞ୍ଚଳର ଛୋଟଛୋଟ ଝିଅ ମାନଙ୍କୁ ମଧ୍ୟ ମାଓ ସଂଗଠନ ଜୋର୍ ଜବରଦସ୍ତ ନିଜ ସାଙ୍ଗରେ ରଖନ୍ତି ଏବଂ ସେମାନଙ୍କୁ ବିଭିନ୍ନ ନିର୍ଯାତନା ଦେଉଛନ୍ତି ବୋଲି ଖବର ପାଇଛୁ । ସେମାନେ ପାର୍ଟି ଛାଡ଼ି ନିଜ ନିଜ ଘରକୁ ଫେରିବାକୁ ଚେଷ୍ଟା କଲେବି AOBSZC ସେକ୍ରେଟେରୀ ଉଦୟ ବଳ ପୂର୍ବକ ସେମାନଙ୍କୁ ଛତିଶଗଡ଼ରେ ନିଜ ପାଖରେ ରଖି ନିଜର କାମ କରାଉଛି । ବିଭିନ୍ନ ସମୟରେ ଆମେ ସମ୍ବାଦ ପତ୍ର ଦେଖି ଜାଣୁଛୁ ମାଓବାଦୀ କ୍ୟାମ୍ପରୁ ସୁରକ୍ଷା କର୍ମୀମାନେ ଜବତ କରୁଥିବା ଜିନିଷ ପତ୍ର ଭିତରେ ଗର୍ଭ ନିରୋଧକ ବଟିକା ମିଳୁଛି । ଯାହାକି ବଡବଡ ମାଓ ନେତା ମାନେ ବ୍ୟବହାର କରି ଆମ ଆଦିବାସୀ ଝିଅ ମାନଙ୍କ ଇଜ୍ଜତ ସହିତ ଖେଳୁଛନ୍ତି। ତେଣୁ ଆମେ ଅବିଭକ୍ତ କୋରାପୁଟ ଆଦିବାସୀ ସୁରକ୍ଷା ମଞ୍ଚ ତରଫରୁ ମାଓବାଦୀ ସଂଗଠନକୁ ଚେତାଇ ଦେଉଛୁ ଆମ ଅଞ୍ଚଳର ସମସ୍ତ ଆଦିବାସୀ ପୁଅଝିଅ ମାନଙ୍କୁ ଯଥା ଶୀଘ୍ର ନିଜ ନିଜ ଘରକୁ ଛାଡି ଦିଅ ନଚେତ ପରିଣାମ ଭୟାବହ ହେବ ଏବଂ ଆବଶ୍ୟକ ପଡିଲେ ଆମେ ମଧ୍ୟ ମାଓବାଦୀଙ୍କୁ ଏହି ଅନ୍ୟାୟ କାର୍ଯ୍ୟରୁ ନିବୃତ କରିବା ପାଇଁ ତାଙ୍କ ବିରୁଦ୍ଧରେ ହତିଆର ଉଠେଇବୁ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।

27 Sep 2024 By The Sakala

ଘରକୁ ଫେରିବାକୁ ଚେଷ୍ଟା କଲେ ବି ପାଖରେ ରଖି ନିଜର କାମ କରାଉଛନ୍ତି ମାଓବାଦୀ: ଆଦିବାସୀ ସୁରକ୍ଷା ମଞ୍ଚ

ଭୁବନେଶ୍ବର: ମାଓ ସଙ୍ଗଠନ ବିରୋଧରେ ଲାଗିଲା ପୋଷ୍ଟର। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ, ମାଥିଲି ବ୍ଲକର ବିଭିନ୍ନ ଅଞ୍ଚଳ ସହ ଅନେକ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ଆଦିବାସୀ ସୁରକ୍ଷା ମଞ୍ଚ ଅବିଭକ୍ତ କୋରାପୁଟ ଜିଲ୍ଲା ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ତେବେ ଏଥିରେ ଉଲ୍ଲେଖ ରହିଛି ଯେ, ମାଲକାନଗିରି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅନେକ ଅଞ୍ଚଳର ଯୁବକଯୁବତୀ ମାନେ ନକ୍ସଲ ସଂଗଠନ ସହିତ ସାମିଲ ହୋଇ ନିଜ ବାପାମାଆ ଘରଦ୍ବାର ଛାଡି ବହୁ କଷ୍ଟ ସହି ଅଣ ଆଦିବାସୀ ଓ ଅଣ ଓଡ଼ିଆ ନକ୍ସଲ ନେତା ନେତ୍ରୀଙ୍କ ଦ୍ଵାରା ନିର୍ଯାତିତ ହୋଇ ବର୍ତ୍ତମାନ ବାହାର ରାଜ୍ୟର ଜଙ୍ଗଲ ପାହାଡ଼ରେ ଲୁଚି ଛପି ରହିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତିରେ ଛତିଶଗଡ଼, ତେଲୋଙ୍ଗାନା ଓ ମହାରାଷ୍ଟ୍ର ଭଳି ରାଜ୍ୟ ମାନଙ୍କରେ ସୁରକ୍ଷାକର୍ମୀ ମାନଙ୍କ ସହିତ ମାଓ ସଂଗଠନର ମୁକାବିଲାରେ ବହୁ ସଂଖ୍ୟାରେ ମାଓବାଦୀ ସଂଗଠନରେ ଥିବା ଆଦିବାସୀ ମାନେ ନିଜ ଜୀବନ ହରାଉଛନ୍ତି ।

ଏଥିପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ସୁରକ୍ଷା ସମିତି ତରଫରୁ ସମସ୍ତଙ୍କୁ ଅନୁରୋଧ କରଯାଇଛି ଯେ, ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ପୁନଃ ଥଇଥାନ ନୀତିର ଲାଭ ଉଠାନ୍ତୁ, ଓ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ନିଜ ଜନ୍ମ ମାଟିକୁ ଫେରି ଏକ ସୁସ୍ଥ ଏବଂ ସୁରକ୍ଷିତ ଜୀବନ ଆପଣେଇ ନିଅନ୍ତୁ। ବାରମ୍ଵାର ଦେଖା ଯାଉଛି ମାଓ ସଂଗଠନରେ ଥିବା ବଡ ନେତା ମାନେ ଆଦିବାସୀ ଓ ପଛୁଆ ଜାତି ତଥା ଛୋଟ ସଦସ୍ୟମାନଙ୍କୁ ତାଙ୍କ ନିଜ କାମ କରାଇବା ସହ ଶୋଷଣ କରୁଛନ୍ତି । ଝିଅ ମାନଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ନିକଟ ଅତୀତରେ AOBSZC ର ସେକ୍ରେଟେରୀ ଗଶେଷ ବୋଲି ନିଜକୁ ପରିଚୟ ଦେଇଥିବା ଉଦୟ ଏବଂ ତାର ଅନ୍ୟ ପୁରୁଷ ନକ୍ସଲ ସାଥୀ ମାନେ ମିଶି ନିଲସୋ ଓ ବଢି ରାଧା ନାମକ ଏକ ଆଦିବାସୀ ଝିଅକୁ ମିଛ ନିନ୍ଦା କରି ତାକୁ ଗଣ ଦୁଷ୍କର୍ମ କରି ନୃଶଂସ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଲେ । ଏଥୁରୁ ସମଗ୍ର ନାରୀ ଜାତି ପାଇଁ ନକ୍ସଲ ସଂଗଠନରେ ସମ୍ମାନ କେତେ ଅଛି ଜଣା ପଡୁଛି ।

ସ୍ୱାଭିମାନ ଅଞ୍ଚଳର ଛୋଟଛୋଟ ଝିଅ ମାନଙ୍କୁ ମଧ୍ୟ ମାଓ ସଂଗଠନ ଜୋର୍ ଜବରଦସ୍ତ ନିଜ ସାଙ୍ଗରେ ରଖନ୍ତି ଏବଂ ସେମାନଙ୍କୁ ବିଭିନ୍ନ ନିର୍ଯାତନା ଦେଉଛନ୍ତି ବୋଲି ଖବର ପାଇଛୁ । ସେମାନେ ପାର୍ଟି ଛାଡ଼ି ନିଜ ନିଜ ଘରକୁ ଫେରିବାକୁ ଚେଷ୍ଟା କଲେବି AOBSZC ସେକ୍ରେଟେରୀ ଉଦୟ ବଳ ପୂର୍ବକ ସେମାନଙ୍କୁ ଛତିଶଗଡ଼ରେ ନିଜ ପାଖରେ ରଖି ନିଜର କାମ କରାଉଛି । ବିଭିନ୍ନ ସମୟରେ ଆମେ ସମ୍ବାଦ ପତ୍ର ଦେଖି ଜାଣୁଛୁ ମାଓବାଦୀ କ୍ୟାମ୍ପରୁ ସୁରକ୍ଷା କର୍ମୀମାନେ ଜବତ କରୁଥିବା ଜିନିଷ ପତ୍ର ଭିତରେ ଗର୍ଭ ନିରୋଧକ ବଟିକା ମିଳୁଛି । ଯାହାକି ବଡବଡ ମାଓ ନେତା ମାନେ ବ୍ୟବହାର କରି ଆମ ଆଦିବାସୀ ଝିଅ ମାନଙ୍କ ଇଜ୍ଜତ ସହିତ ଖେଳୁଛନ୍ତି। ତେଣୁ ଆମେ ଅବିଭକ୍ତ କୋରାପୁଟ ଆଦିବାସୀ ସୁରକ୍ଷା ମଞ୍ଚ ତରଫରୁ ମାଓବାଦୀ ସଂଗଠନକୁ ଚେତାଇ ଦେଉଛୁ ଆମ ଅଞ୍ଚଳର ସମସ୍ତ ଆଦିବାସୀ ପୁଅଝିଅ ମାନଙ୍କୁ ଯଥା ଶୀଘ୍ର ନିଜ ନିଜ ଘରକୁ ଛାଡି ଦିଅ ନଚେତ ପରିଣାମ ଭୟାବହ ହେବ ଏବଂ ଆବଶ୍ୟକ ପଡିଲେ ଆମେ ମଧ୍ୟ ମାଓବାଦୀଙ୍କୁ ଏହି ଅନ୍ୟାୟ କାର୍ଯ୍ୟରୁ ନିବୃତ କରିବା ପାଇଁ ତାଙ୍କ ବିରୁଦ୍ଧରେ ହତିଆର ଉଠେଇବୁ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର