ମିଛ ଧରିପାରୁନି ‘ମିଛଧରା ପରୀକ୍ଷା’, ଲାଏ ଡିଟେକ୍ସନ ଟେଷ୍ଟରେ ମିଛ ଉଗାରିଛନ୍ତି ଅଭିଯୁକ୍ତ

The Sakala Picture
Published On

ଭୁବନେଶ୍ୱର: ଚର୍ଚ୍ଚିତ ହତ୍ୟା, ଆତ୍ମହତ୍ୟା କିମ୍ବା ସମ୍ବେଦନଶୀଳ ମାମଲାରେ ପ୍ରମାଣ ଯୋଗାଡ଼ କରିବା ତଦନ୍ତକାରୀ ଟିମ୍‌‌ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଥାଏ। ଧରାପଡ଼ିଥିବା ଅଭିଯୁକ୍ତ କିମ୍ବା ସନ୍ଦେହଘେରରେ ରହିଥିବା ବ୍ୟକ୍ତି ଠାରୁ ସତ ଓଗାରିବା ଲାଗି ଦାୟିତ୍ୱ ନେଇଥାଏ ତଦନ୍ତକାରୀ ସଂସ୍ଥା। ଦୀର୍ଘ ଦିନ ଧରି ତଦନ୍ତ କରିବା ପରେ ବି ମାମଲାର ସମାଧାନ ବାଟ ପଦାକୁ ଆସିନଥାଏ। ତେଣୁ ପୁଲିସ ପ୍ରମାଣ ଯୋଗାଡ କରିବା ଲାଗି ସମ୍ପୃକ୍ତ ଅଭିଯୁକ୍ତ କିମ୍ବା ସନ୍ଦେହଜନକ ବ୍ୟକ୍ତିଙ୍କୁ ଲାଏ ଡିଟେକ୍ସନ […]

ଭୁବନେଶ୍ୱର: ଚର୍ଚ୍ଚିତ ହତ୍ୟା, ଆତ୍ମହତ୍ୟା କିମ୍ବା ସମ୍ବେଦନଶୀଳ ମାମଲାରେ ପ୍ରମାଣ ଯୋଗାଡ଼ କରିବା ତଦନ୍ତକାରୀ ଟିମ୍‌‌ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଥାଏ। ଧରାପଡ଼ିଥିବା ଅଭିଯୁକ୍ତ କିମ୍ବା ସନ୍ଦେହଘେରରେ ରହିଥିବା ବ୍ୟକ୍ତି ଠାରୁ ସତ ଓଗାରିବା ଲାଗି ଦାୟିତ୍ୱ ନେଇଥାଏ ତଦନ୍ତକାରୀ ସଂସ୍ଥା। ଦୀର୍ଘ ଦିନ ଧରି ତଦନ୍ତ କରିବା ପରେ ବି ମାମଲାର ସମାଧାନ ବାଟ ପଦାକୁ ଆସିନଥାଏ। ତେଣୁ ପୁଲିସ ପ୍ରମାଣ ଯୋଗାଡ କରିବା ଲାଗି ସମ୍ପୃକ୍ତ ଅଭିଯୁକ୍ତ କିମ୍ବା ସନ୍ଦେହଜନକ ବ୍ୟକ୍ତିଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ (ମିଛଧରା ପରୀକ୍ଷା) କରିଥାଏ। ଅଧିକ ପ୍ରମାଣ ଯୋଗାଡ଼ କରିବା ଲାଗି ଏହି ପରୀକ୍ଷା କରାଯାଇଥାଏ। ଅଭିଯୁକ୍ତକୁ ଚିହ୍ନଟ କରିବା ଏବଂ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପୁଲିସର ପ୍ରାଥମିକତା ରହିଥାଏ। କିନ୍ତୁ ଏହି ମିଛଧରା ପରୀକ୍ଷା କୋର୍ଟ ଏହାକୁ ପ୍ରମାଣ ସ୍ୱରୂପ ଗ୍ରହଣ କରୁନଥିବା ବେଳେ ତଦନ୍ତକାରୀ ଟିମ୍‌‌ଙ୍କୁ ବଳ ଯୋଗାଇଥାଏ।

ଆହୁରି ପଢ଼ନ୍ତୁ: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ପ୍ରବଳ ଉତ୍ତେଜନା, ଟେକା ପଥର ମାଡ଼ ସହ ପୋଡ଼ାଜଳା ପରିସ୍ଥିତି

ଉପକୂଳ ଠାରୁ ଉପାନ୍ତ; ପଶ୍ଚିମର ଉତ୍ତର ଓଡ଼ିଶା ଯାଏଁ ଘଟିଥିବା ସମସ୍ତ ମାମଲାରେ ତଦନ୍ତକାରୀ ଟିମ୍‌‌କୁ ଅଦ୍ଭୂତପୂର୍ବ ସଫଳତା ମିଳୁନି। ଅଧାରୁ ଅଧିକ ଘଟଣାରେ ମିଛଧରା ପରୀକ୍ଷା ବି ପ୍ରମାଣ ଯୋଗାଡ଼ କରିବାରେ ଫେଲ୍‌‌ ମାରିଛି ତଦନ୍ତକାରୀ ସଂସ୍ଥ। କମିସନରେଟ ପୁଲିସ ଠାରୁ ଓଡ଼ିଶା ପୁଲିସ ଏବଂ କ୍ରାଇମ୍‌‌ବ୍ରାଞ୍ଚ ନେଇଥିବା ମାମଲାରେ ବି ଆଖିଦୃଶିଆ ପ୍ରମାଣ ଯୋଗାଡ଼ ହୋଇନଥିବା ଅଭିଯୋଗ ହୋଇଛି। ସେ ଭରତପୁର ଥାନା ନିର୍ଯାତନା ମାମଲା ହେଉ ଅବା ଭିସୁଟ୍‌‌ ଛାତ୍ରୀ ଆତ୍ମହତ୍ୟା ମାମଲାରେ ତଦନ୍ତକାରୀ ଟିମ୍‌‌ ହାତେଇ ପାରିନଥିଲା ପ୍ରମାଣ। ସେହିପରି ଲାଏ ଡିଟେକ୍ସନ ଟେଷ୍ଟ ବା ମିଛଧରା ପରୀକ୍ଷାରେ ଅଭିଯୁକ୍ତ କିମ୍ବା ସନ୍ଦେହଘେରରେ ଥିବା ବ୍ୟକ୍ତି ମିଛ କହି ଧରାପଡ଼ିଥିଲେ। ତେଣୁ ବହୁ ମାମଲାରେ ପ୍ରମାଣ ଅଭାବରୁ ଅଭିଯୁକ୍ତ କୋର୍ଟରେ ଜାମିନ୍‌‌ରେ ମୁକୁଳି ଯିବା ସହ ଆଉ କିଛି ମାମଲାରେ ଏବେ ବି ରହସ୍ୟ ହୋଇରହିଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଭୁବନେଶ୍ୱରରେ ୮୪ତମ ଇଣ୍ଡିଆନ ରୋଡ୍‌ସ କଂଗ୍ରେସ, ଉଦ୍‌ଘାଟନ କରିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ

ମିଛଧରା ପରୀକ୍ଷାର ରେକର୍ଡ
ଭରତପୁର ଥାନାରେ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯାଇଥିଲା। ଏଥିରେ ସମ୍ପୃକ୍ତି ଥିବା ଭରତପୁର ଥାନା ତତ୍‌‌କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ଜଣ ପୁଲିସ କର୍ମଚାରୀଙ୍କ ମିଛଧରା ପରୀକ୍ଷା କରାଯାଇଥିଲା। ଭିସୁଟ୍‌‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଆସିଥିଲା ନୂଆମୋଡ଼। ସନ୍ଦେହ ଘେରରେ ରହିଥିବା ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ସହଯୋଗୀ ମାନସ ଟୁଡୁଙ୍କ ମିଛଧରା ପରୀକ୍ଷା କରାଯାଇଛି। ପରେ ପୁରୁଷବନ୍ଧୁ ପ୍ରୀତିମାନଙ୍କୁ ଗିରଫ କରାଯାଇଥିଲା।

ନବମ ପାସ୍‌‌ ନକଲି ଠକ ଡାକ୍ତର ରମେଶ ସ୍ୱାଇଁର ସାରାଓଡ଼ିଶା ସମେତ ୧୧ ରାଜ୍ୟରେ ୧୭ଟି ବିବାହ କରିଥିଲେ। ପତ୍ନୀଙ୍କ ରାଜକୁମାର ସାଜି ରମେଶ ୧୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍‌‌ କରିଥିଲେ। ପତ୍ନୀ ତାଲିକା ଓ ସମ୍ପତ୍ତିର ସାମ୍ରାଜ୍ୟ ଖୋଜିବା ଲାଗି ରମେଶର ମିଛ ଧରିବା ଲାଗି ପଲିଗ୍ରାଫ୍‌‌ ଟେଷ୍ଟ ବା ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ମାତ୍ର ସେ ମିଛଧରା ପରୀକ୍ଷାରେ ବି ମିଛ କହିଥିଲେ।

ବରିଷ୍ଠ ସାମ୍ୱାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ସଂଘବଦ୍ଧ ଭାବେ ୩ ବନ୍ଧୁ ହତ୍ୟା କରିଥିଲେ। ଏଥିରେ ସମ୍ପୃକ୍ତି ରହିଥିବା ଅମ୍ରିତ ବିଶ୍ୱାଳ, ଦିନେଶ କୁମାର ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। କିନ୍ତୁ ସତ୍ୟ କ’ଣ ତାହଳସର୍ବସାଧାରଣରେ ସ୍ପଷ୍ଟ ହେଲାନାହିଁ।

କଟକ ଜିଲ୍ଲା ଆଠଗଡ଼଼ ବନଖଣ୍ଡ ଅଧୀନରେ ମାଟିତଳୁ ହାତୀ କଙ୍କାଳ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଫରେଷ୍ଟରଙ୍କ ଲାଗି ଅଡୁଆ ବଢ଼଼ିଥିଲା। ଫରେଷ୍ଟର ପ୍ରଦୀପ ପରିଡ଼ାଙ୍କ ମିଛଧରା ପରୀକ୍ଷା ବା ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା।
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌‌ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୃତ୍ୟୁ ମାମଲାରେ ଠୋସ୍‌‌ ପ୍ରମାଣକୁ ନେଇ ଏବେ ବି ପ୍ରଶ୍ନବାଚୀ। ସନ୍ଦେହ ଘେରରେ ରହିଥିବା ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫ୍‌‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ କରିଥିଲା କ୍ରାଇମ୍‌‌ବ୍ରାଞ୍ଚ।

ପୁରୀ ଜିଲ୍ଲା ଗଡ଼ମୃଗଶୀରା ନୂଆନଇଁ ନିକଟରୁ ବ୍ରହ୍ମଗିରିର ଯୁବନେତା ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାରେ ତଦନ୍ତର ମଙ୍ଗ ଧରିଥିଲା କ୍ରାଇମ୍‌‌ବ୍ରାଞ୍ଚ। ଏଥିରେ ସମ୍ପୃକ୍ତି ରହିଥିବା ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଉପାଧ୍ୟାୟଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା।
ଟ୍ରେନ୍‌‌କୁ ଡେଇଁ ଆତ୍ମହତ୍ୟା କରିଥିବା ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଡୁଆରେ ପଡ଼ିଥିଲା ଜିଆର୍‌‌ପି। ମୃତ୍ୟୁର କାରଣ ଖୋଜିବା ଲାଗି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମିଛଧରା ପରୀକ୍ଷା କରାଯାଇଥିଲା।

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସମ୍ପୃକ୍ତି ରହିଥିବା ପୁଲିସ କର୍ମଚାରୀ ଗୋପାଳ ଦାସର ନାର୍କୋ ପରୀକ୍ଷା କରାଯାଇଥିଲା। ଗୁଜରାଟ ଗାନ୍ଧୀନଗରରେ ଥିବା ଡିଏଫ୍‌‌ଏସ୍‌‌ଏଲ୍‌‌ରେ କରାଯାଇଥିଲା। କ୍ରାଇମ୍‌‌ବ୍ରାଞ୍ଚ ଗୋପାଳର ନାର୍କୋ ଟେଷ୍ଟ କରି ପ୍ରମାଣ ଯୋଗାଡ କରିଥିଲା।

Join Us @ WhatsApp

About The Author

Google News
Join Us @ WhatsApp