କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ଉପରକୁ ଆଉ ଚଢ଼ିପାରିବେନି ପର୍ଯ୍ୟଟକ, କଟକଣା ଜାରି କଲା ଏଏସ୍‌ଆଇ

Madhusudan Das Picture
Published On

କୋଣାର୍କ: ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ବନ୍ଦ କଲା ଏଏସ୍‌ଆଇ । କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ଉପରକୁ ଆଉ ଚଢ଼ିପାରିବେନି ପର୍ଯ୍ୟଟକ । ପର୍ଯ୍ୟଟକମାନଙ୍କ ଅସାବଧାନତାରୁ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କହିଛି ଏଏସ୍‌ଆଇ । ମନ୍ୟୁମେଣ୍ଟ ଆଇନ ଅନୁଯାୟୀ ଚଢ଼ିବା ବାରଣ ଥିବା କାରଣ ଦର୍ଶାଇ କଟକଣା ଜାରି କରିଛି ଏଏସ୍‌ଆଇ । ବାରିକେଟ ଲଗାଇ ନାଟ୍ୟ ମଣ୍ଡପର ୪ ଦ୍ଵାର ସମ୍ମୁଖକୁ ବନ୍ଦ କରାଯାଇଛି । 

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏହି କଟକଣା ପରେ ପର୍ଯ୍ୟଟକମାନେ ଏଣିକି ଆଉ ନାଟ୍ୟମଣ୍ଡପ ଚଢ଼ି କୀର୍ତ୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ଦେଖି ପାରିବେ ନାହିଁ କିମ୍ବା କୌଣସି କୀର୍ତ୍ତିରାଜିକୁ ପାଖରୁ ସ୍ପର୍ଶ କରିପାରିବେ ନାହିଁ । ଏ ନେଇ ଆଜି ଏଏସଆଇ ପକ୍ଷରୁ ନିଷେଧାଦେଶ ସହ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । 

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଶୁକ୍ରବାର ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନାଟ୍ୟମଣ୍ଡପ ଚଢ଼ିବା ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟକମାନେ ତଳେ ରହି ନାଟ୍ୟମଣ୍ଡପର ଚତୁଃପାର୍ଶ୍ବ ବୁଲି ଦେଖିପାରିବେ ବୋଲି ଏଏସଆଇର ପୁରୀ ସର୍କଲ୍ ଅଧୀକ୍ଷକ ତ ତିବି ଗଡ଼ନାୟକ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

08 Nov 2025 By Madhusudan Das

କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ଉପରକୁ ଆଉ ଚଢ଼ିପାରିବେନି ପର୍ଯ୍ୟଟକ, କଟକଣା ଜାରି କଲା ଏଏସ୍‌ଆଇ

କୋଣାର୍କ: ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ବନ୍ଦ କଲା ଏଏସ୍‌ଆଇ । କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ଉପରକୁ ଆଉ ଚଢ଼ିପାରିବେନି ପର୍ଯ୍ୟଟକ । ପର୍ଯ୍ୟଟକମାନଙ୍କ ଅସାବଧାନତାରୁ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କହିଛି ଏଏସ୍‌ଆଇ । ମନ୍ୟୁମେଣ୍ଟ ଆଇନ ଅନୁଯାୟୀ ଚଢ଼ିବା ବାରଣ ଥିବା କାରଣ ଦର୍ଶାଇ କଟକଣା ଜାରି କରିଛି ଏଏସ୍‌ଆଇ । ବାରିକେଟ ଲଗାଇ ନାଟ୍ୟ ମଣ୍ଡପର ୪ ଦ୍ଵାର ସମ୍ମୁଖକୁ ବନ୍ଦ କରାଯାଇଛି । 

ଏହି କଟକଣା ପରେ ପର୍ଯ୍ୟଟକମାନେ ଏଣିକି ଆଉ ନାଟ୍ୟମଣ୍ଡପ ଚଢ଼ି କୀର୍ତ୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ଦେଖି ପାରିବେ ନାହିଁ କିମ୍ବା କୌଣସି କୀର୍ତ୍ତିରାଜିକୁ ପାଖରୁ ସ୍ପର୍ଶ କରିପାରିବେ ନାହିଁ । ଏ ନେଇ ଆଜି ଏଏସଆଇ ପକ୍ଷରୁ ନିଷେଧାଦେଶ ସହ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । 

ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଶୁକ୍ରବାର ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନାଟ୍ୟମଣ୍ଡପ ଚଢ଼ିବା ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟକମାନେ ତଳେ ରହି ନାଟ୍ୟମଣ୍ଡପର ଚତୁଃପାର୍ଶ୍ବ ବୁଲି ଦେଖିପାରିବେ ବୋଲି ଏଏସଆଇର ପୁରୀ ସର୍କଲ୍ ଅଧୀକ୍ଷକ ତ ତିବି ଗଡ଼ନାୟକ ପ୍ରକାଶ କରିଛନ୍ତି ।

https://www.thesakala.in/latest-odisha-news/asi-closes-konark-sun-temple-s-natya-mandap-for-tourists/article-43040
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର